Posted inଫୁରସତ

ହାତ ଖର୍ଚ୍ଚରେ ପ୍ରଥମ ଦରମା ଟଙ୍କା ସରିଥିଲା: ନାଟ୍ୟ ନିର୍ଦ୍ଦେଶକ ପୁଲିନ ବିହାରୀ ମାନସିଂହ

ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡି ଗାଁର ଏକ ସମ୍ଭ୍ରାନ୍ତ ପରିବାରରେ ମୋର ଜନ୍ମ। ବାପା ରାଜକିଶୋର ମାନସିଂହ ଥିଲେ ଜଣେ ଆଶୁକବି। ଗାଁ ରାସ ଦଳରେ ସେ ଗୀତ ରଚନା କରିବା ସହ ସ୍ବର ସଂଯୋଜନା ଓ ନିର୍ଦ୍ଦେଶନା ବି ଦେଉଥିଲେ। ତା’ସହିତ ଗାଁ ନାଟକରେ ବାପା, ଦାଦା, ବଡ଼ଭାଇ ଓ ଅନ୍ୟ ଗୁରୁଜନମାନେ ମଧ୍ୟ ଅଭିନୟ କରୁଥିଲେ। ତାଙ୍କୁ ଦେଖି ମୁଁ ବି ନାଟକ ପ୍ରେମରେ ପଡିଗଲି। ଷଷ୍ଠ ଶ୍ରେଣୀରେ ପଢିଲାବେଳେ ‘ବିଷ ପୀୟୁଷ’ ନାଟକରେ ଶିଶୁ କଳାକାର ଭାବେ ପ୍ରଥମେ ଅଭିନୟ କଲି। ପ୍ରଥମ ନାଟକରେ ହିଁ ମୋ ଅଭିନୟକୁ ଦର୍ଶକେ ଖୁବ୍‌ ପ୍ରଶଂସା କରିଥିଲେ। ବାସ୍‌ ସେବେଠାରୁ ଆଉ ପଛକୁ ଫେରି ଚାହିଁନି। ନାଟକରେ ଅଭିନୟ ସାଙ୍ଗକୁ କ୍ରମେ ନାଟ୍ୟ ନିର୍ଦ୍ଦେଶନା ଦେବା ବି ଆରମ୍ଭ କଲି। ତା’ସାଙ୍ଗକୁ ପାଠ ବି ଭଲ ପଢୁଥିଲି। ଜନତା ହାଇସ୍କୁଲ୍‌ରୁ ୧୯୬୬ ମସିହାରେ ମାଟ୍ରିକ୍‌ ପାସ୍‌ କରି ପୁରୀ ଏସ୍‌ସିଏସ୍‌ କଲେଜରେ ବି.ଏସ୍‌ସି. ଯାଏ ପଢିଲି। କଲେଜ ଫଙ୍କଶନ୍‌ରେ ହେଉଥିବା ନାଟକରେ ଅଭିନୟ କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଉଥିଲି। ଏପରି କି କଲେଜ ପଢା ପରେ ରାଉରକେଲା ସରକାରୀ ମହାବିଦ୍ୟାଳୟର କେମେଷ୍ଟ୍ରି ଡିପାର୍ଟମେଣ୍ଟରେ ଡେମୋନଷ୍ଟ୍ରେଟର୍‌ ଭାବେ କାର୍ଯ୍ୟରତ ଥିବାବେଳେ ବି ଅନେକ ନାଟକରେ ନିର୍ଦ୍ଦେଶନା ଦେଇଛି। ତେବେ ଏହି ଚାକିରି କ୍ଷେତ୍ରରୁ ମିଳିଥିବା ମୋର ପ୍ରଥମ ଦରମା ନିଜ ହାତଖର୍ଚ୍ଚରେ ହିଁ ସରିଯାଇଥିଲା। ଏଠାରେ ୧୦ ବର୍ଷ କାମ କରିବା ଭିତରେ ସ୍ଥାନୀୟ ‘କଳିଙ୍ଗ କଳା ପରିଷଦ’ ନାମକ ଏକ ନାଟ୍ୟ ଅନୁଷ୍ଠାନ ସହ ମୋର ନିବିଡ ସମ୍ପର୍କ ଗଢି ଉଠିଥିଲା। ତେଣୁ ପରବର୍ତ୍ତୀ ସମୟରେ ରାଉରକେଲା ଇସ୍ପାତ କାରଖାନାରେ ଚାକିରି କରି ବି ଏହି ଅନୁଷ୍ଠାନ କଥା ବୁଝୁଥିଲି। ଶେଷରେ ଏହିଠାରୁ ହିଁ ୨୦୦୯ ଏପ୍ରିଲ୍‌ରେ ମ୍ୟାନେଜର୍‌ ପର୍ସନାଲ୍‌ ଭାବେ ଚାକିରିରୁ ଅବସର ନେଲି। ଚାକିରିରେ ଥିଲାବେଳେ ଯେମିତି ନାଟକରେ ଅଭିନୟ ସହ ନିର୍ଦ୍ଦେଶନା ଦେଉଥିଲି ଅବସର ପରେ ବି ସେମିତି କଲି। ୟା’ଭିତରେ ଭୁବନେଶ୍ୱର, ବାଲେଶ୍ୱର, ଅନୁଗୋଳ, ଆଲ୍ଲାହାବାଦ୍‌, ଦିଲ୍ଲୀ, ମୁମ୍ବାଇ, ସଢ଼େଇକଳା ଇତ୍ୟାଦି ସହରରେ କଳିଙ୍ଗ କଳା ପରିଷଦ ଦ୍ୱାରା ଅନେକ ନାଟକ ମଞ୍ଚସ୍ଥ କରି ବହୁ ପ୍ରଶଂସିତ ଓ ପୁରସ୍କୃତ ହୋଇସାରିଲିଣି। ଏପରି କି ରାଉରକେଲା ଷ୍ଟିଲ୍‌ ଟେଲିଭିଜନ ସେଣ୍ଟରରେ ଦୀର୍ଘଦିନ ଧରି ଚାଲିଥିବା ‘ନଗର ନାଗରିକ’ କାର୍ଯ୍ୟକ୍ରମରେ ଅଭିନୟ କରି କାରଖାନାର କର୍ମଚାରୀମାନଙ୍କ ଭିତରେ ସୁରକ୍ଷା, ସମୟାନୁବର୍ତ୍ତିତା, ସଚେତନତା ସୃଷ୍ଟି କରି ପାରିଥିବାରୁ ମୋତେ ଅନେକ ପ୍ରଶଂସା ମିଳିଛି। ସେହିପରି କଲ୍‌ଚରାଲ୍‌ ଏକାଡେମୀ ଦ୍ୱାରା ପ୍ରତିବର୍ଷ ଆୟୋଜିତ ରାଜ୍ୟସ୍ତରୀୟ ଲୋକ ନାଟକ ପ୍ରତିଯୋଗିତାରେ ଭାଗନେଇ ବହୁବାର ଶ୍ରେଷ୍ଠ ନିର୍ଦ୍ଦେଶକ, ଦ୍ୱିତୀୟ ଶ୍ରେଷ୍ଠ ନିର୍ଦ୍ଦେଶକ, ତୃତୀୟ ଶ୍ରେଷ୍ଠ ନିର୍ଦ୍ଦେଶକ ଏବଂ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ପୁରସ୍କୃତ ମଧ୍ୟ ହୋଇସାରିଛି। ଅନ୍ୟପକ୍ଷେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ, ପୁରୀଠାରେ ଆୟୋଜିତ ରାଜ୍ୟସ୍ତରୀୟ ନାଟକ ପ୍ରତିଯୋଗିତାରେ ବି ଦ୍ୱିତୀୟ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କାର ପାଇବା ମୋ ପାଇଁ ଥିଲା ଏକ ଗର୍ବର ବିଷୟ। କେବଳ ସେତିକି ନୁହେଁ ଚଳିତ ବର୍ଷ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପାରାଦୀପଠାରେ ଆୟୋଜିତ ରାଜ୍ୟସ୍ତରୀୟ ନାଟକ ଉତ୍ସବରେ ସମ୍ବର୍ଦ୍ଧିତ ହେବା ବି ମୋ ପାଇଁ ଏକ ସୌଭାଗ୍ୟର କଥା। ଏତଦ୍‌ବ୍ୟତିତ ଓଡିଶାର ବିଭିନ୍ନ ନାଟ୍ୟ ଅନୁଷ୍ଠାନମାନଙ୍କ ଦ୍ୱାରା ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇ ମୁଁ ଖୁସିଅଛି। ତେବେ କେବଳ ନାଟକ ନୁହେଁ ‘ଖୋୟା ଖ୍ବାବ’ ନାମକ ଏକ ହିନ୍ଦୀ ସିରିୟଲ୍‌ରେ ମଧ୍ୟ ଅଭିନୟ କରି ଉଚ୍ଚ ପ୍ରଶଂସିତ ହୋଇଛି। ନାଟକରେ ଅଭିନୟ ଓ ନିର୍ଦ୍ଦେଶନା ବ୍ୟତୀତ ବର୍ତ୍ତମାନ ମୁଁ କଳିଙ୍ଗ କଳା ପରିଷଦର ସାଧାରଣ ସମ୍ପାଦକ ଏବଂ ରାଉରକେଲାର ୨୪ଟି ନାଟ୍ୟ ଅନୁଷ୍ଠାନକୁ ନେଇ ଗଢିଉଠିଥିବା ‘ଏକତ୍ର’ ଅନୁଷ୍ଠାନର ସଭାପତି ଦାୟିତ୍ୱ ବି ସମ୍ଭାଳୁଅଛି। ପ୍ରକାଶ ଥାଉକି, କଳିଙ୍ଗ କଳା ପରିଷଦ ଆଗକୁ ତା’ର ସୁବର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଯାଉଛି। ଏସବୁ କାର୍ଯ୍ୟରୁ ମୋତେ ସମାଜରେ ଏକ ନିଆରା ପରିଚିତି ମିଳିଥିବାରୁ ମୁଁ ଖୁବ୍‌ ଶାନ୍ତି ଅନୁଭବ କରିପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri