ହାତୀ ଶାବକ ଜନ୍ମ , ଗ୍ରାମବାସୀ ଭୟଭୀତ

ବାଙ୍ଗିରିପୋଷି,୮ା୧(ଡ଼ି.ଏନ୍‌.ଏ.)- ବାଙ୍ଗିରିପୋଷି ବନାଞ୍ଚଳ ଅନ୍ତର୍ଗତ ବଣକାଟି ଓ ଗୋଲାମୁଣ୍ଢାକଟା ଆଦି ୪ଟି ପଞ୍ଚାୟତରେ ହାତୀପଲ ଉପଦ୍ରବ ଚଳାଇ ବିପୁଳ ଫସଲ ନଷ୍ଟ କରିଛନ୍ତି। ତେବେ ଏହି ହାତୀ ପଲ ମଧ୍ୟରୁ ଏକ ମାଈ ହାତୀ ଗୋଟିଏ ଶାବକ ଜନ୍ମ ଦେଇଥିବାରୁ ସ୍ଥାନୀୟ ଜୁନା ଗ୍ରାମବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ହାତୀ ଶାବକ ଦେଖିବାକୁ ଗ୍ରାମବାସୀ ଯିବା ସମୟରେ ସେଠାରେ ଥିବା ଏକ ଦନ୍ତା ସେମାନଙ୍କୁ ଆକ୍ରମଣ କରିବା ପାଇଁ ଗୋଡାଇଥିଲା। ପରେ ବନ ବିଭାଗ କର୍ମଚାରୀମାନେ ପହଞ୍ଚି ଲୋକମାନଙ୍କୁ ସେଠାକୁ ନ ଯିବା ପାଇଁ ବାରଣ କରିଥିଲେ। ଅନ୍ୟପକ୍ଷେ ମାଈହାତୀ ପିଲା ଜନ୍ମ ପରେ ତାର ଫୁଲକୁ କେହି ଚୋରି କରି ନେଇଥିଲା । ଖୋଜାଖୋଜି ପରେ ନିକଟସ୍ଥ ବୁଦା ମୂଳରୁ ବନ କର୍ମଚାରୀମାନେ ତାହାକୁ ଉଦ୍ଧାର କରିଥିଲେ ା ଏହି ହାତୀପଲଙ୍କୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରହିଥିବା ବନାଞ୍ଚଳ ଅଧିକାରୀ ତପନ କୁମାର ଦାସ କହିଛନ୍ତି।