ହାତୀ ପାଇଁ ଚାଷଜମି ନଷ୍ଟ,ଚିନ୍ତାରେ ଚାଷୀ

କପ୍ତିପଦା,୧୬ା୧୧(ଡି.ଏନ୍‌.ଏ.)- କପ୍ତିପଦା ବ୍ଲକ୍‌ ଅଧୀନ ଲାବଣ୍ୟଦେଇପୁର ପଞ୍ଚାୟତ ମାହାରାସାହି କଟୁରିଆ ଗ୍ରାମରେ ଶିମିଳିପାଳରୁ ଆସିଥିବା ହାତୀ ପଶି ବ୍ୟାପକ ଚାଷଜମି ନଷ୍ଟ କରିଛନ୍ତି। ଏଥିନେଇ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବୁଲବୁଲ ବାତ୍ୟା ପରେ ହାତୀ ଫସଲ ନଷ୍ଟ କରିବା ଘଟଣା ଚାଷୀଙ୍କ ସମସ୍ୟାକୁ ଦ୍ୱିିଗୁଣିତ କରିଛି ା ହାତୀ କ୍ଷେତରେ ପଶି ଫସଲ ଖାଇବା ସହିତ ଫସଲକୁ ମାଡିଦଳି ନଷ୍ଟ କରୁଛନ୍ତି। ବନ ବିଭାଗ ପକ୍ଷରୁ କ୍ଷୟକ୍ଷତି ସହାୟତା ପ୍ରଦାନ କରାଯାଉ ଥିଲେ ହେଁ ତାହା ସମୁଦ୍ରକୁ ଶଙ୍ଖେ ବୋଲି ଗ୍ରାମବାସୀ କହିଛନ୍ତି। ଉକ୍ତ ଗ୍ରାମର ଦେଇ ମୁର୍ମୁ ଫସଲ କ୍ଷତି ସମ୍ପର୍କରେ ଶରତ ଫରେଷ୍ଟରଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି। ବନ ବିଭାଗ ତଦନ୍ତ କରି ସହାୟତା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।