ହାତୀ ଘଉଡ଼ାଇବା ବେଳେ ଦୁଇ ରାଜ୍ୟବାସୀ ମୁହାଁମୁହିଁ

ଜଳେଶ୍ୱର,୧୯।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ସୀମାନ୍ତରେ ଦୀର୍ଘ ୧ମାସ ଧରି ୧୮ଟି ହାତୀ ରାଇବଣିଆ ଅଞ୍ଚଳରେ ବ୍ୟାପକ କ୍ଷତି କରିଆସୁଥିବାବେଳେ ସୋମବାର ବାଲେଶ୍ୱର ବନବିଭାଗର ୭ଟି ଟିମ୍‌ ହାତୀପଲକୁ ପଶ୍ଚିମବଙ୍ଗକୁ ଘଉଡାଇବା ବେଳେ ସୀମାନ୍ତରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ହାତୀପଲ ବାଲେଶ୍ୱର ଜିଲାର ସୀମା ସର୍ଦ୍ଦାରବନ୍ଧ ପଞ୍ଚାୟତର ଚନ୍ଦାୟ ସରେନ୍‌ଙ୍କ ଘର ଭାଙ୍ଗିଦେବା ଫଳରେ ବନକର୍ମଚାରୀଙ୍କୁ ହାତୀ ଘଉଡ଼ାଇବା କାର୍ଯ୍ୟରେ ସବୁଜ ବାହିନୀ କର୍ମକର୍ତ୍ତା ସହାୟତା କରିଥିଲେ। ହାତୀପଲ ପଶ୍ଚିମବଙ୍ଗର ଝାଡ଼ବଣୀ ଗାଁରେ ପ୍ରବେଶ କରିବାରୁ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ବନବିଭାଗ କର୍ମଚାରୀଙ୍କୁ ଅଶାଳୀନ ଭାଷା ପ୍ରୟୋଗ ସହ ମାଡମାରିବା ଏବଂ ପ୍ରବଳ ଟେକାପଥର ମାଡ କରିବା ସହ ଔପଦାରୁ ଯାଇଥିବା ବନବିଭାଗର ବୋଲେରୋ ଗାଡିକୁ ଭଂଗାରୁଜା କରିଥିଲେ। ଗାଡ଼ିର ଡ୍ରାଇଭର ଓ ସବୁଜବାହିନୀର ଅମରେଶ ଦାସ ନାମକ ଜଣେ ଯୁବକକୁ ନିସ୍ତୁକ ମାଡ଼ ମାରିବା ସହ ଗାଡି ଦୁଇଟିକୁ ଅଟକ ରଖିଥିଲେ। ଜଳେଶ୍ୱର ରେଞ୍ଜର ସରୋଜ ମହାନ୍ତି ଘଟଣାସ୍ଥଳରେ ଉପସ୍ଥିତ ଥିବାରୁ ବାଲେଶ୍ୱର ଡିଏଫଓଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ସହ ରାଇବଣିଆ ଥାନାକୁ ଜଣାଇଥିଲେ। କିନ୍ତୁ ପୋଲିସ୍‌ ଯିବାରେ ବିଳମ୍ବ ହେବାରୁ ଡିଏଫଓ ଜିଲା ଆରକ୍ଷୀ ଅଧିକ୍ଷକ ବି. ଯୁଗଳ କିଶୋରଙ୍କ ସହାୟତା ଲୋଡ଼ିଥିଲେ। ଅନ୍ୟପଟେ ସର୍ଦ୍ଦାରବନ୍ଧର ସରପଞ୍ଚ ଦିଲ୍ଲୀପ ସାମଲ ଘଟଣାସ୍ଥଳରେ ସମର୍ଥଙ୍କ ସହ ପହଞ୍ଚତ୍ ଆପୋଷ ସମାଧାନ ପାଇଁ ଚେଷ୍ଟା କରିଥିଲେ। ଘଟଣାସ୍ଥଳରେ ରାଇବଣିଆ ପୋଲିସ୍‌ ପହଞ୍ଚତ୍ବାରୁ ପରିସ୍ଥିତି ଉତ୍ତେଜନା ହ୍ରାସ ପାଇଥିଲା। ଏଥିସହ ଅଟକ ଥିବା ଗାଡି ଓ ଆହତମାନଙ୍କୁ ଧରି ଫେରିଥିଲେ। ମଙ୍ଗଳବାର କିନ୍ତୁ ପଶ୍ଚିମବଙ୍ଗକୁ ଯାଇଥିବା ୧୮ଟି ହାତୀ ମଧ୍ୟରୁ ୩ଟି ହାତୀ ରଙ୍ଗାମାଟିଆ ଜଙ୍ଗଲରେ ପହଞ୍ଚିବା ପରେ ପୁଣି ଆତଙ୍କ ସୃଷ୍ଟି କରିଛନ୍ତି ା ଏ ସମ୍ପର୍କରେ ରେଞ୍ଜର ମହାନ୍ତିଙ୍କୁ ପଚାରିବାରୁ ଅଦ୍ୟାବଧି ୬୫ଜଣଙ୍କ ଗୃହ ଭାଙ୍ଗିଥିବା ଦରଖାସ୍ତ ତାଙ୍କ ନିକଟରେ ପହଞ୍ଚିଛି ଏବଂ ବହୁ ଲୋକଙ୍କ ଚାଷ କ୍ଷତି ହୋଇଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଏଣିକି ହାତୀ ଘଉଡ଼ାଇବା ଲାଗି ଉଭୟରାଜ୍ୟ ସହମତିରେ କାଯର୍‌ୟାନୁଷ୍ଠାନ କରାଯିବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।