ହାତୀ ଆକ୍ରମଣରେ ବୃଦ୍ଧା ମୃତ

ହିନ୍ଦୋଳ, ୨ା୫(ଡି.ଏନ.ଏ.)- ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଖର୍ଦ୍ଦାଳି ଗ୍ରାମର ଦମୟନ୍ତୀ ବିଶ୍ୱାଳଙ୍କ ଶନିବାର ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି । ସକାଳେ ଦମୟନ୍ତୀ ଓ ତାଙ୍କ ପୁଅ ପାଖ କାଜୁ ବଗିଚାକୁ କାଜୁ ତୋଳିବାକୁ ଯାଇଥିବାବେଳେ ସେଠାରେ ଏକ ହାତୀ ହାବୁଡରେ ପଡିଯାଇଥିଲେ।  ପୁଅ ସେଠାରୁ ଦୌଡି ପଳାଇବାରୁ ସୌଭାଗ୍ୟ କ୍ରମେ ବର୍ତ୍ତି ଯାଇଥିଲେ। ଦମୟନ୍ତୀଙ୍କୁ ହାତୀ ଟେକି କଚାଡ଼ି ଦେବାରୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ରାସୋଳ ଥାନା ପୋଲିସ ଓ ବିନ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଡାକ୍ତରଖାନା ପଠାଇଛନ୍ତି। ବନ ବିଭାଗ ତରଫରୁ ମୃତାଙ୍କ ପରିବାରକୁ ୪୦ ହଜାର ଟଙ୍କା ସହାୟତା ରାଶି ଦିଆଯାଇଛି।