ହାତୀ ଆକ୍ରମଣରେ ନାବାଳକ ଗୁରୁତର

କେନ୍ଦୁଝର,୧୮।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ସଦର ରେଞ୍ଜ ଉପରକୁସୁମିତା କସିରା ସାହିରେ ବୁଧବାର ରାତିରେ ଏକ ଦନ୍ତାହାତୀ ଜଣେ ନାବାଳକଙ୍କୁ ଶୁଣ୍ଢରେ କଚାଡ଼ି ଗୁରୁତର କରିଛି। କସିରା ସାହିର ରାୟନ ମୁଣ୍ଡା (୧୩) ମାତାପିତା ଓ ଅନ୍ୟ ଭାଇଙ୍କ ସହିତ ରାତିରେ ଶୋଇଥିବା ସମୟରେ ଦନ୍ତା ଚାଉଳ ଖାଇବା ପାଇଁ ଘରେ ପଶିଥିଲା। ଘରର ସମସ୍ତେ ବାହାରକୁ ଦୌଡ଼ି ପଳାଇ ଯାଇଥିଲେ ହେଁ ହାତୀଟି ରାୟନଙ୍କୁ ଶୁଣ୍ଢରେ ଧରି କଚାଡ଼ି ଦେଇଥିଲା। ଫଳରେ ସେ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ରାତି ୧୨ଟାରେ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ବନ ବିଭାଗ ତାଙ୍କୁ କଟକ ପଠାଇ ଦେଇଥିବା ଜଣାପଡ଼ିଛି।
ପ୍ରକାଶ ଯେ, ଦୀର୍ଘ ଦୁଇମାସ ହେବ ଗୋଠଛଡ଼ା ଦନ୍ତା କେନ୍ଦୁଝର ବନଖଣ୍ଡର ସଦର ଓ ଚମ୍ପୁଆ ରେଞ୍ଜର ସୀମା ଅଞ୍ଚଳରେ ଥିବା କୁସୁମିତା, ଶଙ୍କିରୀ, ଜମିରଡିହି, ଫୁଲଝର, ବଳଭଦ୍ରପୁର, ରଙ୍ଗାମାଟିଆ, ବିରିନ୍ଦା, ଦଅଁଳା, କାଶିଆ, ଅନ୍ଧାରୀଖମଣ, କେନ୍ଦୁଘାଟି ଆଦି ଗାଁରେ ଉପଦ୍ରବ କରି ଆସୁଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସେହିପରି ଅଲେଖ ପ୍ରଧାନ, କୀର୍ତ୍ତନ ଦେହୁରୀଙ୍କ ଘରୁ ଧାନଚାଉଳ ଖାଇ ନଷ୍ଟ କରିଦେଇଛି। ବନବିଭାଗ ରାତିରେ ପହଞ୍ଚିଥିଲେ ହେଁ ଦନ୍ତା ଘଉଡ଼ାଇବାରେ ବିଫଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri