ହାତୀ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର

ଉଦଳା,୨୮।୧୨(ଡି.ଏନ୍‌.ଏ.): ଉଦଳା ବନଖଣ୍ତ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି। ଶନିବାର ହାତୀପଲଙ୍କ ଆକମ୍ରଣରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି । ସୂଚନାଯୋଗ୍ୟ, ଉଦଳା ବ୍ଲକ ଅଧିନରେ ଥିବା ଖଲାଡି ଓ କୋଚିଳା ଡିହା ପଞ୍ଚାୟତ ଅଞ୍ଚଳରେ ସକାଳେ କିଛି ହାତୀପଲ ଗଁାମୁହାଁ ହୋଇଛନ୍ତି। ଏହାକୁ ଦେଖି ସ୍ଥାନୀୟବାସିନ୍ଦା ବନବିଭାଗକୁ ଖବର ଦେଇଥିଲେ। ଖବରପାଇ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଘଉଡାଇବାକୁ ଉଦ୍ୟମ କରିଥିଲେ। ସେହି ସମୟରେ ନରହୋରିପୁର ଗାଁର ହାରାମଣି କିସ୍କୁ ନାମକ ଜଣେ ବୃଦ୍ଧାଙ୍କୁ ହାତୀ ଆକ୍ରମଣ କରି ତାଙ୍କ ଗୋଡକୁ ଦଳି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଉଦଳା ପରେ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଅପରପକ୍ଷେ ଗାଁରୁ ଏବେ ବି ହାତୀପଲଙ୍କୁ ଘଉଡାଯାଇପାରିନାହିଁ ବୋଲି ବନଖଣ୍ତ ଅଧିକାରୀ ଅଜୟ ଦାସ କହିଛନ୍ତି।