ହାତୀବେଶରେ ମହାପ୍ରଭୁ: ମଙ୍ଗଳବାରଠୁ ପଟିଦିଅଁଙ୍କ ଦର୍ଶନ

ପୁରୀ ଅଫିସ,୧୮ା୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଦୁଲର୍‌ଲଭ ହାତୀବେଶରେ ଦର୍ଶନ ଦେଇଛନ୍ତି ଦାରୁଦିଅଁ। ସ୍ନାନବେଦିରେ ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଲକ୍ଷାଧିକ ଭକ୍ତ। ସ୍ନାନମଣ୍ଡପରେ ୧୦୮ ଗଡ଼ୁ ଅଭିମନ୍ତ୍ରିତ ଜଳରେ ସ୍ନାନ କରି ବିଳମ୍ବିତ ରାତିରେ ଅଣସର ଗୃହକୁ ବିଜେ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ମହାପ୍ରଭୁଙ୍କ ଏହି ସ୍ନାନଯାତ୍ରା ଲାଗି ସୋମବାର ଚଳଚଞ୍ଚଳ ହୋଇପଡ଼ିଥିଲା ଶ୍ରୀକ୍ଷେତ୍ର। ତେବେ ପ୍ରବଳ ଖରା ଓ ବାତ୍ୟାର ପ୍ରଭାବ ଯୋଗୁ ବିଗତ ବର୍ଷଗୁଡ଼ିକ ଅପେକ୍ଷା ଚଳିତବର୍ଷ ଭକ୍ତଙ୍କ ସଂଖ୍ୟା କମ୍‌ ରହିଥିଲା। ଅନ୍ୟପକ୍ଷରେ ସଅଳ ନୀତିକାନ୍ତି ଯୋଗୁ ସୁରୁଖୁରରେ ସରିଛି ରଥଯାତ୍ରାର ଏହି ଆଦ୍ୟପର୍ବ।
ରବିବାର ସେନାପଟା ଲାଗି ଶେଷ ପାଇଁ ପୂର୍ବାହ୍ନ ସାଢେ ୧୦ଟା ସମୟ ନିର୍ଘଣ୍ଟ ହୋଇଥିବାବେଳେ ଏହା ଅପରାହ୍ନ ସାଢେ ୧ଟାରେ ସରିଥିଲା। ଚତୁର୍ଦ୍ଦଶୀରେ ଅଧିକ ନୀତି ଯୋଗୁ କେତେକ ନୀତି ଏପରି କି ପହୁଡ଼ ସମ୍ଭବ ହୋଇପାରି ନ ଥିଲା। କିନ୍ତୁ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ସମସ୍ତେ ନିଜକୁ ପ୍ରସ୍ତୁତ କରିଥିଲେ। ସୋମବାର ଭୋର ୫ଟା ୧୦ରେ ମଙ୍ଗଳାର୍ପଣ ନୀତି ପରେ ୫ଟା ୨୦ରେ ବାଜିଥିଲା ବିଜେ କାହାଳୀ। ଏହାପରେ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ। ଧାଡ଼ି ପହଣ୍ଡିରେ ପ୍ରଥମେ ଶ୍ରୀସୁଦର୍ଶନ, ତା’ପରେ ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନମଣ୍ଡପକୁ ବିଜେ କରିଥିଲେ। ପହଣ୍ଡି ସକାଳ ୭ଟା ୪୦ରେ ଶେଷ ହୋଇଥିଲା। ମଦନମୋହନଙ୍କୁ ୮ଟା ୨୨ରେ ମହାଜନ ସେବକ ସ୍ନାନମଣ୍ଡପକୁ ବିଜେ କରାଇଥିଲେ। ସକାଳ ୭ଟାରେ ମଙ୍ଗଳ ଆଳତି ନୀତି ନିର୍ଘଣ୍ଟ ହୋଇଥିଲାବେଳେ ୮ଟା ୪୫ରେ ଏହା ସମ୍ପନ୍ନ ହୋଇଥିଲା। ମଇଲମ, ତଡ଼ପଲାଗି, ଅଧରପୋଛା ନୀତି ସରି ପୂର୍ବାହ୍ନ ୧୦ଟାରେ ଅବକାଶ ନୀତି ହୋଇଥିଲା। ଏହାପରେ ରୋଷହୋମ, ସୂର୍ଯ୍ୟପୂଜା ବଢି ପୂର୍ବାହ୍ନ ୧୦ଟା ୫୫ରେ ସ୍ନାନମଣ୍ଡପରେ ଠାକୁରଙ୍କ ବେଶ ସରିଥିଲା। ପ୍ରାତଃରେ ସୁନା ଗୋସାଇଁ ସୁନା କୂଅରୁ ୧୦୮ ଗଡ଼ୁ ଜଳ ଆଣି ଜଳଗୃହରେ ରଖିଥିଲେ। ସେଥିରେ ଚନ୍ଦନ, କର୍ପୁର, ଅଗରୁ, ସୁଗନ୍ଧିତ ପୁଷ୍ପ ପକାଯାଇ ଅଧିବାସ କରାଯାଇଥିଲା। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ମଧ୍ୟରେ ଜଳବିଜେ, ଜଳପୂଜା ଏବଂ ସ୍ନାନ ଲାଗି ନୀତି ନିର୍ଘଣ୍ଟ ହୋଇଥିଲା। ମଧ୍ୟାହ୍ନ ୧୨ଟାରୁ ଗରାବଡୁ ସେବକମାନେ ବାଘମୁହଁା ବାନ୍ଧି ଅଧିବାସ ଜଳ ସ୍ନାନବେଦିକୁ ବିଜେ କରାଇଥିଲେ। ସାଢେ ୧୨ଟା ମଧ୍ୟରେ ୧୦୮ ଗଡ଼ୁ ଜଳ ବିଜେ ହୋଇଥିଲା। ୧୨ଟା ୪୦ରେ ଜଳପୂଜା ବସି ଅପରାହ୍ନ ୧ଟା ୧୦ରେ ସରିଥିଲା।
ଅପରାହ୍ନ ୧ଟା ୨୦ରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପି ଉଠିଥିଲା ବଡ଼ଦାଣ୍ଡ। ହରିବୋଲ, ହୁଳହୁଳିରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମିକ ପରିବେଶ। ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ସ୍ନାନ। ରୂପା ପିଙ୍ଗଣରେ ପୂଜା ହୋଇଥିବା ସୁବାସିତ ଜଳରେ ଠାକୁରଙ୍କୁ ସ୍ନାନ କରାଇଥିଲେ ପୂଜାପଣ୍ଡା ସାମନ୍ତ। ପ୍ରତ୍ୟହ ବିମ୍ବସ୍ନାନ କରୁଥିବା ଦାରୁଦିଅଁ ସ୍ନାନବେଦିରେ କରିଥିଲେ ପ୍ରତ୍ୟକ୍ଷ ସ୍ନାନ। ଶ୍ରୀବଳଭଦ୍ର ୩୩ ଗଡ଼ୁ, ଦେବୀ ସୁଭଦ୍ରା ୨୨ଗଡ଼ୁ, ଶ୍ରୀଜଗନ୍ନାଥ ୩୫ ଗଡ଼ୁ ଏବଂ ଶ୍ରୀସୁଦର୍ଶନ ୧୮ ଗଡ଼ୁ ଜଳରେ ସ୍ନାନ କରିଥିଲେ। ଅପରାହ୍ନ ୨ଟା ୪୦ରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରାପହଁରା ନୀତି ନିମନ୍ତେ ସ୍ନାନମଣ୍ଡପକୁ ବିଜେ କରିଥିଲେ। ୩ଟା ୧୦ରେ ଛେରାପହଁରା ନୀତି ସରିଥିଲା। ଅପରାହ୍ନ ୩ଟା ୩୫ରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ହାତୀବେଶ (ଗଜାନନ ବେଶ)ରେ ସଜ୍ଜିତ କରିଥିଲେ। ନୀତି ନିର୍ଘଣ୍ଟର ୩୦ମିନିଟ୍‌ ପୂର୍ବରୁ ଅର୍ଥାତ ଅପରାହ୍ନ ୪ଟା ୩୦ରେ ଏହି ବେଶ ସରିଥିଲା। ହାତୀବେଶ ଥାଇ ଘଣ୍ଟଛତା ସକାଳ ଧୂପ ହୋଇଥିଲା। ଦେବସ୍ନାନ ପୂର୍ଣ୍ଣିମାରେ ଠାକୁରଙ୍କ ପାଖରେ ଏହି ଗୋଟିଏ ଥର ହିଁ ଭୋଗ ହୋଇଥାଏ। ସନ୍ଧ୍ୟା ୭.୧୦ରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ଏହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ରାତିରେ ହାତୀବେଶ ଓଲାଗି ହୋଇଥିଲା। ସୋମବାର ସକାଳୁ ପହଣ୍ଡି ଦର୍ଶନ ଲାଗି ଟିକେଟ ନେଇଥିବା ଶ୍ରଦ୍ଧାଳୁମାନେ ଦକ୍ଷିଣଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ପହଣ୍ଡି ସମୟରେ କୀର୍ତ୍ତନ ଚକଡ଼ା ବ୍ୟାରିକେଡ ବାହାରେ ରହି ସେମାନେ ପହଣ୍ଡି ଦର୍ଶନ କରିଥିଲେ। ସ୍ନାନବେଦିରେ ଚତୁର୍ଦ୍ଧାବିଗ୍ରହଙ୍କ ମଙ୍ଗଳ ଆଳତି ନୀତି ସରିବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଭକ୍ତମାନେ ସିଂହଦ୍ୱାର ଦେଇ ଯାଇ ସ୍ନାନବେଦି ତଳ ର଼୍ୟାମ୍ପରେ ରହି ଦର୍ଶନ କରି ଉତ୍ତର ଦ୍ୱାର ଦେଇ ବାହାରକୁ ବାହାରିଥିଲେ।
ଆଜିଠୁ ପଟିଦିଅଁଙ୍କ ଦର୍ଶନ
ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ସ୍ନାନମଣ୍ଡପରେ କରିଛନ୍ତି ସ୍ନାନ। ୧୦୮ ଗଡ଼ୁ ଅଭିମନ୍ତ୍ରିତ ଜଳରେ ସ୍ନାନକରି ଜ୍ୱରରେ ପୀଡ଼ିତ ହୋଇ ଚତୁର୍ଦ୍ଧାବିଗ୍ରହ ଏବେ ଅଣସର ଘରେ। ମଙ୍ଗଳବାରଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଅଣସର ବିଧି। ବିଭିନ୍ନ ଉପଚାରରେ ବିଶ୍ୱନିୟନ୍ତାଙ୍କ ସେବା କରିବେ ଦଇତାପତି ସେବକ। ଏହି ସମୟରେ ରତ୍ନସିଂହାସନରେ ଦାରୁଦିଅଁଙ୍କ ଦର୍ଶନ ମିଳିବନି। ଅଣସର ତାଟିରେ ରହି ଭକ୍ତଙ୍କୁ ଦର୍ଶନ ଦେବେ ପଟିଦିଅଁ। ସୂଚନାଯୋଗ୍ୟ, ଅଣବସର ବେଳେ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀଅନନ୍ତ ନାରାୟଣ, ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ଭୁବନେଶ୍ୱରୀଙ୍କ ପଟିପୂଜା ପାଇଥାନ୍ତି। ଅଣସର ଦର୍ଶନକୁ ଦଶାବତାର ଦର୍ଶନ ମଧ୍ୟ କୁହାଯାଏ। ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ, ଭୁବନେଶ୍ୱରୀ, ଦୋଳଗୋବିନ୍ଦ, ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ, କୃଷ୍ଣ, ନୃସିଂହ ଅଣସରତାଟି ସମ୍ମୁଖରେ ରହି ପୂଜା ପାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ WPL ଚାମ୍ପିଅନ୍, ଲଗାତାର ଚତୁର୍ଥ ଥର ଫାଇନାଲ୍ ହାରିଲା ଦିଲ୍ଲୀ

ଭଦୋଦରା,୫।୨: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ପୁଣି ହନିମୁନରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଲେ ଦୁର୍ଘଟଣାର ନାଟକ

ଶ୍ରୀଗଙ୍ଗାନଗର,୫।୨: ରାଜସ୍ଥାନରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଜଣେ ନବବିବାହିତ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

ବିବାହ ଚର୍ଚ୍ଚା ଭିତରେ ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ, ସାଥିରେ ଥିଲେ ବିବାହିତ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ବର୍ତ୍ତମାନ ଅଭିନେତା ଧନୁଷଙ୍କ ସହ ତାଙ୍କ ସମ୍ପର୍କ ଏବଂ ତାଙ୍କ ବିବାହ ଯୋଜନା ପାଇଁ ଖବରରେ ଅଛନ୍ତି। ଅଭିନେତ୍ରୀ ସମ୍ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri