ପରିବେଶର ଅବକ୍ଷୟ ଯୋଗୁ ମରୁଡ଼ି ପରିସ୍ଥିତି ଆଶଙ୍କା

ଖଣ୍ଡପଡା,୧୮।୬(ସ୍ବ.ପ୍ର.)-ମାନବ ସମାଜ ସହିତ ସମଗ୍ର ଜୀବ ଜଗତର ସ୍ଥିତି ରକ୍ଷା ନିମନ୍ତେ ପରିବେଶ ସୁରକ୍ଷା ଜରୁରୀ ଅଟେ । ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷ, ଜଙ୍ଗଲ ତଥା ପରିବେଶର ଦ୍ରୁତ ଅବକ୍ଷୟ ମାନବ ସମାଜ ସହିତ ପଶୁପକ୍ଷୀ, ନାନାଦି କୀଟପତଙ୍ଗ ଆଦିଙ୍କ ପାଇଁ ବିନାଶର ଭୟଙ୍କର ସୂଚନା ଦେଲାଣି । ପରିବେଶ ଅବକ୍ଷୟ ଯୋଗୁ ମରୁଡିସ୍ଥିତି ସୃଷ୍ଟି ହେବାର ସତର୍କ ଘଣ୍ଟି ଦେଲାଣି ା ଏହାର ନିରାକରଣ ପାଇଁ ସମାଜର ପ୍ରତ୍ୟେକ ସ୍ତରରୁ ସଫଳ ଉଦ୍ୟମ ହେବା ଜରୁରୀ ହୋଇ ପଡିଛି ବୋଲି ସୋମବାର କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲା ସ୍ତରୀୟ ବିଶ୍ୱ ମରୁଭୂମି ଓ ମରୁଡି ନିରାକରଣ ଦିବସ ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୟାଗଡ ବନଖଣ୍ଡ ଅଧିକାରୀ ଧନରାଜ ହନୁମନ୍ତ ମତବ୍ୟକ୍ତ କରିଛନ୍ତି।
ତାରିଖ ସାରା ବିଶ୍ୱରେ ବିଶ୍ୱ ମରୁଭୂମି ଓ ମରୁଡି ନିରାକରଣ ଦିବସ ପାଳନ କରାଯାଉଛି । ସ୍ଥାନୀୟ ନୀଳମାଧବ ମହାବିଦ୍ୟାଳୟରେ ନୟାଗଡ ବନଖଣ୍ଡ ପକ୍ଷରୁ ତଥା କଲେଜ ଏନସିସି ଓ ଏନଏସଏସ ସହଯୋଗରେ ଆୟୋଜିତ ସଚେତନତା ଶିବିରରେ ଅଧ୍ୟକ୍ଷ ସୁକାନ୍ତ କୁମାର ନାୟକ ସଭାପତିତ୍ୱ କରିଥିଲେ। ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ଅଶୋକ କୁମାର ମହାରଣା, ହୃଷିକେଶ ମିଶ୍ର, ପ୍ରଭାକର ଶିରୋମଣୀ ଯୋଗଦେଇ ପରିବେଶର ଅବକ୍ଷୟ ଯୋଗୁ ଜଳବାୟୁ ଓ ଜଳଚକ୍ରର ପରିବର୍ତ୍ତନ ଆଗାମୀ ଭବିଷ୍ୟତ ପାଇଁ ବିପଦପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଏସବୁର ନିରାକରଣ ପାଇଁ ବୃକ୍ଷ ରୋପଣ ତଥା ନୂତନ ଜଙ୍ଗଲ ସୃଷ୍ଟିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ ଆମେ ସମସ୍ତେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ଜଣେ ଜଣେ ଗୋଟିଏ ଲେଖାଏ ଗଛ ଲଗାଇ ସେଗୁଡିକୁ ବଞ୍ଚାଇ ପାରିଲେ ଆମେ ବଞ୍ଚତ୍ବା ପାରିବା ବୋଲି ଅତିଥିମାନେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ବନାଞ୍ଚଳ ଅଧିକାରୀ ଶ୍ରୀଧର ପଣ୍ଡା ସଞ୍ଜୋଜନା କରିଥିବା ବେଳେ ଯୁବ ରେଡକ୍ରସର କାଉନସିଲର ଅଧ୍ୟାପକ ମାନଗୋବିନ୍ଦ ରାଉତ ଧନ୍ୟବାଦ ଦେଇଥିଲେ। ପରେ କଲେଜ ପରିସରରେ ବନ ବିଭାଗ ପକ୍ଷରୁ ଯୋଗଇ ଦିଆ ଯାଇଥିବା ବିଭିନ୍ନ ଚାରାକୁ ଅତିଥିଙ୍କ ସେ ମତ ଛାତ୍ରୀଛାତ୍ରମାନେ ରୋପଣ କରିଥିଲେ। ଉକ୍ତ ଶିବିରରେ ଜିଲାର ବିଭିନ୍ନ ବନାଞ୍ଚଳର ସମସ୍ତ କର୍ମଚାରୀ, ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri