ପରିବେଶର ଅବକ୍ଷୟ ଯୋଗୁ ମରୁଡ଼ି ପରିସ୍ଥିତି ଆଶଙ୍କା

ଖଣ୍ଡପଡା,୧୮।୬(ସ୍ବ.ପ୍ର.)-ମାନବ ସମାଜ ସହିତ ସମଗ୍ର ଜୀବ ଜଗତର ସ୍ଥିତି ରକ୍ଷା ନିମନ୍ତେ ପରିବେଶ ସୁରକ୍ଷା ଜରୁରୀ ଅଟେ । ସାମ୍ପ୍ରତିକ ପରିସ୍ଥିତିରେ ବୃକ୍ଷ, ଜଙ୍ଗଲ ତଥା ପରିବେଶର ଦ୍ରୁତ ଅବକ୍ଷୟ ମାନବ ସମାଜ ସହିତ ପଶୁପକ୍ଷୀ, ନାନାଦି କୀଟପତଙ୍ଗ ଆଦିଙ୍କ ପାଇଁ ବିନାଶର ଭୟଙ୍କର ସୂଚନା ଦେଲାଣି । ପରିବେଶ ଅବକ୍ଷୟ ଯୋଗୁ ମରୁଡିସ୍ଥିତି ସୃଷ୍ଟି ହେବାର ସତର୍କ ଘଣ୍ଟି ଦେଲାଣି ା ଏହାର ନିରାକରଣ ପାଇଁ ସମାଜର ପ୍ରତ୍ୟେକ ସ୍ତରରୁ ସଫଳ ଉଦ୍ୟମ ହେବା ଜରୁରୀ ହୋଇ ପଡିଛି ବୋଲି ସୋମବାର କଣ୍ଟିଲୋ ନୀଳମାଧବ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲା ସ୍ତରୀୟ ବିଶ୍ୱ ମରୁଭୂମି ଓ ମରୁଡି ନିରାକରଣ ଦିବସ ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୟାଗଡ ବନଖଣ୍ଡ ଅଧିକାରୀ ଧନରାଜ ହନୁମନ୍ତ ମତବ୍ୟକ୍ତ କରିଛନ୍ତି।
ତାରିଖ ସାରା ବିଶ୍ୱରେ ବିଶ୍ୱ ମରୁଭୂମି ଓ ମରୁଡି ନିରାକରଣ ଦିବସ ପାଳନ କରାଯାଉଛି । ସ୍ଥାନୀୟ ନୀଳମାଧବ ମହାବିଦ୍ୟାଳୟରେ ନୟାଗଡ ବନଖଣ୍ଡ ପକ୍ଷରୁ ତଥା କଲେଜ ଏନସିସି ଓ ଏନଏସଏସ ସହଯୋଗରେ ଆୟୋଜିତ ସଚେତନତା ଶିବିରରେ ଅଧ୍ୟକ୍ଷ ସୁକାନ୍ତ କୁମାର ନାୟକ ସଭାପତିତ୍ୱ କରିଥିଲେ। ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ଅଶୋକ କୁମାର ମହାରଣା, ହୃଷିକେଶ ମିଶ୍ର, ପ୍ରଭାକର ଶିରୋମଣୀ ଯୋଗଦେଇ ପରିବେଶର ଅବକ୍ଷୟ ଯୋଗୁ ଜଳବାୟୁ ଓ ଜଳଚକ୍ରର ପରିବର୍ତ୍ତନ ଆଗାମୀ ଭବିଷ୍ୟତ ପାଇଁ ବିପଦପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଏସବୁର ନିରାକରଣ ପାଇଁ ବୃକ୍ଷ ରୋପଣ ତଥା ନୂତନ ଜଙ୍ଗଲ ସୃଷ୍ଟିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ପରିପ୍ରେକ୍ଷୀରେ ଆମେ ସମସ୍ତେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ଜଣେ ଜଣେ ଗୋଟିଏ ଲେଖାଏ ଗଛ ଲଗାଇ ସେଗୁଡିକୁ ବଞ୍ଚାଇ ପାରିଲେ ଆମେ ବଞ୍ଚତ୍ବା ପାରିବା ବୋଲି ଅତିଥିମାନେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମକୁ ବନାଞ୍ଚଳ ଅଧିକାରୀ ଶ୍ରୀଧର ପଣ୍ଡା ସଞ୍ଜୋଜନା କରିଥିବା ବେଳେ ଯୁବ ରେଡକ୍ରସର କାଉନସିଲର ଅଧ୍ୟାପକ ମାନଗୋବିନ୍ଦ ରାଉତ ଧନ୍ୟବାଦ ଦେଇଥିଲେ। ପରେ କଲେଜ ପରିସରରେ ବନ ବିଭାଗ ପକ୍ଷରୁ ଯୋଗଇ ଦିଆ ଯାଇଥିବା ବିଭିନ୍ନ ଚାରାକୁ ଅତିଥିଙ୍କ ସେ ମତ ଛାତ୍ରୀଛାତ୍ରମାନେ ରୋପଣ କରିଥିଲେ। ଉକ୍ତ ଶିବିରରେ ଜିଲାର ବିଭିନ୍ନ ବନାଞ୍ଚଳର ସମସ୍ତ କର୍ମଚାରୀ, ଗ୍ରାମ୍ୟ ଜଙ୍ଗଲ ସୁରକ୍ଷା କମିଟିର ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ରାସ୍ତା ଅସୁରକ୍ଷିତ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକର ଶାଳଭଙ୍ଗା ଜଙ୍ଗଲରୁ ଟାକେରା ଘାଟି ପଶୁ ଓ ମଣିଷଙ୍କ ପାଇଁ ବିପଦ ସାଜିଛି। ୬ ବର୍ଷରେ ଗୋଟିଏ ବାଘ...

ନିମ୍ନମାନର କାମ ଅଭିଯୋଗ ପରେ ଭଙ୍ଗାଗଲା ପୋଲ

ନୂଆଗାଁ,୨୫।୪ (ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ସିମିଳିସାହିଠାରୁ ବାଲଣ୍ଡା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିର୍ମାଣରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଥିଲା। ଉକ୍ତ ରାସ୍ତାର ଅଭୟପୁରଠାରେ...

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri