ହାତୀପଲ ଖାଇଗଲେ ରାଶନ

ଢେଙ୍କାନାଳ ଅଫିସ, ୧୯।୭-ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ନିମିଧା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଏକ ପଲରେ ୧୬ ହାତୀ ଉପଦ୍ରବ ସୃଷ୍ଟି କରିଛନ୍ତି। ହାତୀଙ୍କ ଉତ୍ପାତ ଏବଂ ଗର୍ଜନରେ ଅଞ୍ଚଳବାସୀ ଛାନିଆ ହୋଇପଡ଼ିଥିଲେ। ହାତୀପଲ ରାଣୀବଣିଆ ଅଞ୍ଚଳର ମିଥୁନ ବେହେରାଙ୍କ ୨ଟି ଘର ଭାଙ୍ଗି ଦେଇଥିବାବେଳେ ରାଶନ ବାବଦକୁ ମିଳିଥିବା ୫୦ କେଜି ଚାଉଳ ଖାଇଯାଇଛନ୍ତି। ବନ କର୍ମଚାରୀ, ଗ୍ରାମବାସୀ ରାତି ତମାମ ଉଜାଗର ରହି ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। ରବିବାର ସକାଳେ ହାତୀପଲ ୫୫ନଂ. ଜାତୀୟ ରାଜପଥ ଦେଇ ବ୍ରାହ୍ମଣୀ ନଦୀ ପଠାକୁ ପଳାଇଛନ୍ତି। ଏବେ ରୁଆ ବେଉଷଣ ଆରମ୍ଭ ହୋଇଥିବାବେଳେ ନଦୀକୂଳିଆ ଅଞ୍ଚଳରେ ହାତୀ ଉଦଦ୍ରବ ଚାଷୀଙ୍କ ଚିନ୍ତା ବଢ଼ାଇଛି।