ହାତବାନ୍ଧି ବସିଛନ୍ତି ଶତାଧିକ ବୁଣାକାର ପରିବାର

ବଲାଙ୍ଗୀର ଅଫିସ, ୨୦ା୪: ଲକ୍‌ଡାଉନ୍‌ ଯୋଗୁ ବଲାଙ୍ଗୀର ଜିଲା ବୁଣାକାରମାନେ ସେମାନଙ୍କ ଜୀବନଜୀବିକା ନେଇ ଚିନ୍ତାରେ ପଡିଛନ୍ତି। ଲୋଇସିଂହା ବ୍ଲକ ଅନ୍ତର୍ଗତ ତାଲଜୁରୀ ଗ୍ରାମର ଶତାଧିକ ବୁଣାକାର ପରିବାର ହାତବାନ୍ଧି ବସିଛନ୍ତି । ଏଣେ ପରିବାର ଚଳାଇବା ଚିନ୍ତା ବଢ଼ିଛି। ଖାଦ୍ୟାଭାବ ସହିତ ଔଷଧ ଖର୍ଚ୍ଚ ତୁଲାଇବା ଏହି ପରିବାର ପାଇଁ କଷ୍ଟକର ହୋଇଛି।
ତାଲଜୁରୀ ଗାଁର ଏହି ବୁଣାକାରମାନେ ଚୁଡାପାଲି ବୁଣାକାର ସମବାୟ ସମିତି ଜରିଆରେ ସମ୍ବଲପୁରୀ ଲୁଗା ବୁଣିଥାନ୍ତି। ସମବାୟ ସମିତିରୁ ସୂତା, ରଙ୍ଗ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ପାଇବା ପରେ ଲୁଗା ବୁଣି ସମିତି ଜରିଆରେ ନିଜର ମଜୁରି । ଲକ୍‌ଡାଉନ୍‌ ଯୋଗୁ ପ୍ରାୟ ଏକ ମାସ ହେଲା ବୁଣାକାର ସମବାୟ ସମିତିଗୁଡିକ ବନ୍ଦ ଥିତ୍ବାରୁ ସେମାନେ ଲୁଗା ବୁଣିବା କାର୍ଯ୍ୟ କରିପାରୁ ନ ଥିବା ତାଲଜୁରୀର ବୁଣାକାର ପରିବାର ସଦସ୍ୟମାନେ କହିଛନ୍ତି। ସେମାନଙ୍କ ପାଖରେ ଯେତିକି ସାମଗ୍ରୀ ଥିଲା ସେ କାମ କେବେଠୁ ସରିଯାଇଛି। ଏବେ ସେମାନଙ୍କୁ ସମିତି ପକ୍ଷରୁ ସୂତା, ରଙ୍ଗ ଓ ଆନୁଷଙ୍ଗିକ ସାମଗ୍ରୀ ମିଳୁନାହିଁ।ଫଳରେ ଏବେ ଗାଁର ଶତାଧିକ ବୁଣାକାର ପରିବାର ହାତବାନ୍ଧି ବସିଛନ୍ତି। ସମିତି ବନ୍ଦ ଥିତ୍ବାରୁ ସେମାନେ ମଜୁରି ବି ପାଇ ନାହାନ୍ତି ।
ଗୋଟିଏ ଲୁଗା ବୁଣିଲେ ପ୍ରାୟ ୭ ଶହ ଟଙ୍କା ମଜୁରି ମିଳେ। ଗତ ୧ ମାସ ହେଲା ଏହି ପରିବାର ସଦସ୍ୟମାନେ ଖଣ୍ଡିଏ ବି ଲୁଗା ବୁଣି ନାହାନ୍ତି। ଉକ୍ତ ବୁଣାକାର ପରିବାରର ସଦସ୍ୟମାନେ ନିଜ ଘରେ ମଙ୍ଗାରେ ବୁଣା କାର୍ଯ୍ୟ କରୁଥିତ୍ବାରୁ ଏଠାରେ ସାମାଜିକ ଦୂରତ୍ୱ ନିୟମ ପ୍ରଭାବିତ ହେବା ବିଶେଷ ଆଶଙ୍କା ନାହିଁ। ଲକ୍‌ଡାଉନ୍‌ ସମୟରେ ଅଧିକ ପରିମାଣର ସୂତା ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେଲେ ସେମାନେ ଅଧିକ କାମ କରିପାରିଥାନ୍ତେ। ଏହା ସହିତ ଦୁଇ ପଇସା ରୋଜଗାର କରି ପରିବାର ଚଳାଇ ପାରିଥାନ୍ତେ ବୋଲି କହିଛନ୍ତି ଗାଁର ମୀନକେତନ ମେହେର। ଗତ ଏକ ମାସ ହେଲା ରୋଜଗାର ନ ଥିବାରୁ ଏହି ବୁଣାକାର ପରିବାରମାନେ ଚିନ୍ତାରେ ପଡିଛନ୍ତି। ସରକାର ଯେଉଁ ୩ ମାସର ପିଡିଏସ୍‌ ଚାଉଳ ଏବଂ ୧ ହଜାର ଟଙ୍କାର ସହାୟତା ଦେଲେ ସେଥିରେ କିଛି ମାତ୍ରାରେ ଗୁଜୁରାଣ ମେଣ୍ଟିଛି। ମାତ୍ର ଅନେକ ପରିବାର ଏବେ ଖାଦ୍ୟ ସମସ୍ୟାରେ ଘାଣ୍ଟି ହେଉଛନ୍ତି। ଔଷଧ ଖର୍ଚ୍ଚ, ଛୋଟ ଶିଶୁଙ୍କ ଖାଇବା ଖର୍ଚ୍ଚ ସହ ଅନ୍ୟାନ୍ୟ ସମସ୍ୟା ଏହି ପରିବାରକୁ ଅଡୁଆରେ ପକାଇଛି। ଏଭଳି ପରିସ୍ଥିତିରେ ଏହି ବୁଣାକାର ପରିବାରକୁ ସ୍ବାବଲମ୍ବୀ କରିବାକୁ ହେଲେ ତୁରନ୍ତ ବୁଣାକାର ସମବାୟ ସମିତିଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ଗାଁର ସନ୍ତୋଷ ମେହେର, ଦେବଧି ମେହେର, ଗଜେନ୍ଦ୍ର ମେହେର, ଯୁଗଳେଶ୍ୱରୀ ମେହେର, କେତକୀ ମେହେର ଓ ଅନ୍ୟମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri