Posted inଭଦ୍ରକ

ହାତପାହାନ୍ତାରେ ଝୁଲୁଛି ବିପଦ

ଭଦ୍ରକ ଅଫିସ, ୧୫।୨- ଭଦ୍ରକ ଜିଲା ଧାମନଗର ବ୍ଲକ ପଦ୍ମପୋଖରୀ ଛକ ନିକଟରେ ହାତପାହାନ୍ତାରେ ଝୁଲିଛି ବିପଦ। ସତେ ଯେପରି ଯେକୌଣସି ମୁହୂର୍ତ୍ତରେ ଝୁଲି ରହିଥିବା ୧୧ କେଭି ବିଦ୍ୟୁତ୍‌ ତାର ବିପଦକୁ ଚାହିଁ ରହିଛି। ଧାମନଗର ବ୍ଲକର ଭଗବାନପୁର ଏବଂ ଏନ୍‌ଏସିର ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ରାସ୍ତା ଉପରେ ଭଣ୍ଡାରିପୋଖରୀକୁ ଯାତାୟାତ ପାଇଁ ନିର୍ଭର କରନ୍ତି। ଭଗବାନପୁରଠାରୁ ପଳିକିରି ଓ ଦକ୍ଷିଣବାଡ଼ ବାଇପାସ୍‌ ରୋଡ ପଦ୍ମପୋଖରୀ ଛକ ନିକଟରେ ଏହି ବିଦ୍ୟୁତ୍‌ ତାର ବିପଦ ସଙ୍କୁଳ ଭାବେ ନୀଚାବସ୍ଥାରେ ଝୁଲି ରହିଛି। ଅପରପକ୍ଷେ ପଦ୍ମପୋଖରୀଠାରୁ ଦକ୍ଷିଣବାଡ଼ ବାଇପାସ୍‌ ରାସ୍ତା ନିର୍ମାଣାଧୀନ ରହିଥିବାରୁ ଆହୁରି ୨ ଫୁଟ୍‌ ରାସ୍ତା ଉଚ୍ଚତା ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ଉକ୍ତ ରାସ୍ତା ଉଚ୍ଚା ହେବା ପରେ ଯେକୌଣସି ମୁହୂର୍ତ୍ତରେ ବଡ଼ଧରଣର ଦୁର୍ଘଟଣାର ଆଶଙ୍କା ରହିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଏଣୁ ତୁରନ୍ତ ଉକ୍ତ ରାସ୍ତା ଉପରେ ଝୁଲି ରହିଥିବା ବିଦ୍ୟୁତ୍‌ ତାରକୁ ଆବଶ୍ୟକ ଉଚ୍ଚତାରେ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ସୂଚନା ଥାଉକି, ଗତ ରବିବାର ଗଞ୍ଜାମ ଜିଲାରେ ଅଳ୍ପ ଉଚ୍ଚତାରେ ଥିବା ବିଦ୍ୟୁତ୍‌ ତାର ଲାଗି ୧୦ ଜଣ ବସ୍‌ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ହୋଇଥିଲେ। ଏହି ଘଟଣା ରାଜ୍ୟରେ ଶୋକର ଛାୟା ଖେଳାଇ ଦେଇଥିଲା। ସେହିଦିନ ବାଲେଶ୍ୱର ଜିଲା ବାଲିଆପାଳଠାରେ ମଧ୍ୟ ଏକ ଟୁରିଷ୍ଟ ବସ୍‌ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା। ଡ୍ରାଇଭର ଉପସ୍ଥିତବୁଦ୍ଧି ପ୍ରୟୋଗ କରି ଗାଡ଼ିକୁ ପଛକୁ ନେଇଯିବାରୁ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଥିଲା। ପରଦିନ ଧାମରା ନିକଟସ୍ଥ କଇଥଖୋଲା ବଜାରରେ ଏଭଳି ଆଉ ଏକ ଦୁର୍ଘଟଣାକୁ ସାମ୍ନା କରିଥିଲେ ଦୁଇ ବାଇକ୍‌ ଆରୋହୀ। ମୃତ୍ୟୁମୁଖରୁ ଅଳ୍ପକେ ସେମାନେ ବର୍ତ୍ତି ଯାଇଥିଲେ ସୁଦ୍ଧା ସେମାନଙ୍କ ବାଇକ୍‌ଟି ସମ୍ପୂର୍ଣ୍ଣ ପୋଡ଼ିଯାଇଥିଲା। ଧୀରେ ଧୀରେ ଏହିଭଳି ଦୁର୍ଘଟଣା ବିଭିନ୍ନ ସ୍ଥାନରେ ଘଟିଲାଣି। ଏଣୁ ଆଗାମୀ ଦିନରେ ଆଉ ଅଧିକ ଧନଜୀବନ ହାନି ଘଟିବା ପୂର୍ବରୁ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇ ପଦକ୍ଷେପ ନିଆଯିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri