ହାଟଡ଼ିହୀରେ ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ଘଟଣା: ହଦଗଡ଼ ଫରେଷ୍ଟ ଅଫିସ ଘେରାଉ କଲେ ଅଞ୍ଚଳବାସୀ, ବ୍ୟାପକ ଭଙ୍ଗାରୁଜା

ହାଟଡିହୀ, ୧୮।୫(ସ୍ବ.ପ୍ର.)- କେନ୍ଦୁଝର ଜିଲା ହାଟଡ଼ିହୀ ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇଜ ପ୍ରତିବାଦରେ ୨ ହଜାରରୁ ଊର୍ଦ୍ଧ୍ୱ ଲୋକ ଶନିବାର ହଦଗଡ଼ ଫରେଷ୍ଟ ଅଫିସ ଘେରାଉ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ଆନନ୍ଦପୁର ଓ ସୋସୋ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏଥିସହ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା ଲାଗି ଉଦ୍ୟମ ଜାରି ରହିଛି।
ପ୍ରକାଶଯୋଗ୍ୟ, ହାତୀ ଆକ୍ରମଣରେ ଶୁକ୍ରବାର ନୂଆଗରଡ଼ି ଗ୍ରାମର ଜଗନ୍ନାଥ ମଲିକ ଓ ଶନିବାର ସକାଳେ କାନପୁର-ମରଚାଇପଦା ଗାଁର ସଞ୍ଜୁଲତା ରାଉତଙ୍କର ମୃତ୍ୟୁ ଘଟିଛି। ଏଣୁ ବନ୍ୟ ଜନ୍ତୁ ବିଶେଷକରି ହାତୀମାନେ ପାଖରେ ଥିବା ଗ୍ରାମକୁ ଯେପରି ନ ଆସିପାରିବେ ସେ ନେଇ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ କ୍ଷତପୂରଣ ଦେବା ସହ ପରିବାରର ଜଣଙ୍କୁ ଚାକିରି ଦେବାକୁ ଦାବି କରି ଏହି ବିକ୍ଷୋଭ କରାଯାଇଥିବା ସୂଚନା ମିଳିଛି।