Categories: ଜାତୀୟ

ହାଇ ଆଲର୍ଟରେ ୧୯ ବିମାନ ବନ୍ଦର

ନୂଆଦିଲ୍ଲୀ,୮।୮: ଆଗକୁ ସ୍ବାଧୀନତା ଦିବସ ଏହାସହ କଶ୍ମୀର ପ୍ରସଙ୍ଗକୁ ନେଇ ପରିବେଶ ଉଷ୍ମ ଥିବାରୁ ଦେଶର ପ୍ରାୟ ୧୯ଟି ବିମାନ ବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି। ବ୍ୟୁରୋ ଅଫ୍‌ ସିଭିଲ୍‌ ଆଭିଏଶନ ସିକ୍ୟୁରିଟି(ବିସିଏଏସ୍‌) ପକ୍ଷରୁ ଏହି ଆଲର୍ଟ ଜାରି କରାଯାଇଛି। ଆତଙ୍କବାଦୀ ସଙ୍ଗଠନ ଜୈଶ ଆକ୍ରମଣ ଯୋଜନା କରୁଥିବା ଅନୁମାନ କରି ଏହି ଆଲର୍ଟ ଜାରି କରାଯାଇଥିବା ପ୍ରକାଶ। ଆଲର୍ଟରେ ରହିଥିବା ବିମାନ ବନ୍ଦର ଗୁଡିକ ହେଉଛି ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଇମ୍ପାଲ, ଚେନ୍ନାଇ, କୋଲକାତା, ଅମ୍ରିତସର, ଥିରୁଭାନନ୍ନପୁରମ, ରାୟପୁର, ଜୟପୁର, ଲକ୍ଷ୍ନୌ, ଶ୍ରୀନଗର, ପାଟନା, ଗୁଆହାଟି, ଭୋପାଳ, ଭୁବନେଶ୍ୱର, ଡେରାଡୁନ ଓ ଅହମ୍ମଦାବାଦ। ସୂଚନାଯୋଗ୍ୟ, ଜାତୀୟ ସୁରକ୍ଷା ପ୍ରତିନିଧିଙ୍କ କାର୍ଯ୍ୟାଳୟରୁ ସମ୍ଭାବ୍ୟ ଆକ୍ରମଣ ଯୋଜନାକୁ ନେଇ ବାରମ୍ବାର ସତର୍କ କରାଯାଉଥିବାରୁ ମୁଖ୍ୟତଃ ବିମାନ ମନ୍ଦର ଗୁଡିକରେ ହାଇ ଆଲର୍ଟ ଜାରି କରାଯାଇଛି। ସେହିପରି ବାୟୁସେନା ଘାଟି, ହେଲିପ୍ୟାଡ, ଆଭିଏଶନ ଟ୍ରେନିଂ ଇନଷ୍ଟିଚ୍ୟୁଟ ଭଳି ସ୍ଥାନରେ ମଧ୍ୟ ସତର୍କତା ଅବଲମ୍ବନ କରାଯାଇଛି। ସ୍ବାଧୀନତା ଦିବସରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି।

Share