Posted inଖେଳ

ହାଇଦ୍ରାବାଦ ୪୫ ରନରେ ବିଜୟୀ

ହାଇଦ୍ରାବାଦ,୩୦।୪(ପି.ଟି.)- କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୪୮ତମ ମ୍ୟାଚ୍‌ରେ ରବିଚନ୍ଦ୍ରନ ଅଶ୍ୱିନଙ୍କ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ୪୫ ରନରେ ପରାସ୍ତ କରିଛି। ସୋମବାର ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ହାଇଦ୍ରାବାଦ ୬ ଉଇକେଟ ହରାଇ ୨୧୨ ରନ ସଂଗ୍ରହ କରିଥିଲା। ଜବାବରେ ପଞ୍ଜାବ ୮ ଉଇକେଟ ହରାଇ ୧୬୭ ରନରେ ସୀମିତ ରହି ପରାସ୍ତ ହୋଇଥିଲା। ଦ୍ରୁତ ୮୧ରନର ଉପଯୋଗୀ ଇନିଂସ ଖେଳିଥିବା ହାଇଦ୍ରାବାଦ ଓପନର ଡେଭିଡ ଓ୍ବାର୍ନର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଏହି ବିଜୟ ସହ ହାଇଦ୍ରାବାଦ ୧୨ଟି ମ୍ୟାଚ୍‌ ଖେଳି ୬ଟି ଲେଖାଏ ବିଜୟ ଓ ପରାଜୟ ସହ ୧୨ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି।
୨୧୩ ରନ ବୃହତ୍‌ ଟାର୍ଗେଟର ପିଛା କରି ପଞ୍ଜାବ ଆରମ୍ଭରୁ ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ଙ୍କ ଉଇକେଟ ହରାଇଥିଲା। ୪ ରନ କରି ଗେଲ ଖଲିଲ ଅହମ୍ମଦଙ୍କ ବଲ୍‌ରେ ମନୀଷ ପାଣ୍ଡେଙ୍କୁ କ୍ୟାଚ୍‌ ଦେଇଥିଲେ। ୧୮ ବଲରୁ ୨ ଚୌକା, ୧ ଛକା ସହ ୨୭ ରନ କରି ମୟଙ୍କ ଅଗ୍ରଓ୍ବାଲ ରସିଦ ଖାଁଙ୍କ ଦ୍ୱାରା ଓ ନିକୋଲାସ ପୁରାନ ୧୦ଟି ବଲ ଖେଳି ୨ଟି ଲେଖାଏ ଚୌକା ଓ ଛକା ସହ ୨୧ ରନ କରି ଖଲିଲଙ୍କ ଦ୍ୱାରା ଆଉଟ ହୋଇଥିଲେ। ଏହାପରେ ଡେଭିଡ ମିଲର ମାତ୍ର ୧୧ ରନ କରିଥିବା ବେଳେ ଓ ଅଧିନାୟକ ରବିଚନ୍ଦ୍ରନ ବିନା ସ୍କୋରରେ ଯଥାକ୍ରମେ ରସିଦଙ୍କ ଦ୍ୱିତୀୟ ଓ ତୃତୀୟ ଶିକାର ହୋଇଥିଲେ। ଗୋଟିଏ ପଟେ ନିୟମିତ ବ୍ୟବଧାନରେ ଉଇକେଟ ପତନ ଘଟୁଥିବାବେଳେ ଓପନର ଲୋକେଶ ରାହୁଲ ଲଢେଇ କରିଥିଲେ। ସେ ୫୬ଟି ବଲର ସମ୍ମୁଖୀନ ହୋଇ ୪ ଚୌକା ଓ ୫ ଛକା ସହ ୭୯ ରନ କରି ଖଲିଲଙ୍କ ବଲ୍‌ରେ କେନ ଓ୍ବିଲିୟମସନଙ୍କୁ କ୍ୟାଚ୍‌ ଦେଇଥିଲେ। ତେବେ ତାଙ୍କର ଏହି ପ୍ରୟାସ ବିଜୟ ପାଇଁ ଯଥେଷ୍ଟ ନ ଥିଲା। ସିମରନ ସିଂ ୧୬ରନ କରି ସନ୍ଦୀପ ଶର୍ମାଙ୍କ ଦ୍ୱାରା ଆଉଟ ହୋଇଥିଲେ। ବୋଲିଂରେ ହାଇଦ୍ରାବାଦ ତରଫରୁ ଖଲିଲ, ରସିଦ ୩ଟି ଲୋଖାଏ,ସନ୍ଦୀପ ୨ଟି ଉଇକେଟ ନେଇଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ତରଫରୁ ଦୁଇ ଓପନର ଧୂଆଁଧାର ଆରମ୍ଭ କରିଥିଲେ। ଓପନିଂ ଯୋଡିରେ ଡେଭିଡ ଓ୍ବାର୍ନର ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହ ୩୮ଟି ବଲରୁ ୭୮ ରନ ସଂଗ୍ରହ କରିଥିଲେ। ରିଦ୍ଧିମାନ ୧୩ ବଲରୁ ୩ ଚୌକା ଓ ୧ ଛକା ସହ ୨୮ ରନ କରି ମୁରୁଗାନ ଅଶ୍ୱିନଙ୍କ ବଲ୍‌ରେ ସିମରନ ସିଂଙ୍କୁ କ୍ୟାଚ୍‌ ଦେଇଥିଲେ। ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ୨୫ଟି ବଲ୍‌ ଖେଳି ୩ ଚୌକା ଓ ୧ ଛକା ସହ ୩୬ ରନ କରି ସ୍କୋରକୁ ଆଗେଇ ନେଉଥିବା ବେଳେ ମହମ୍ମଦ ସାମିଙ୍କୁ କ୍ୟାଚ୍‌ ଦେଇ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା ଆଉଟ ହୋଇଥିଲେ। ବିସ୍ଫୋରକ ଓପନର ଓ୍ବାର୍ନର ୮୧ ରନର ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳି ପ୍ୟାଭିଲିୟନ ଫେରିଥିଲେ। ସେ ମୁଜିବ ଉର ରହମାନଙ୍କୁ କ୍ୟାଚ୍‌ ଦେଇ ଅଶ୍ୱିନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଏହାପରେ ୨ ଚୌକା ସହ ୧୦ ବଲରୁ ୨୦ ରନ କରି ମହମ୍ମଦ ନବୀ ଓ ଅଧିନାୟକ କେନ୍‌ ଓ୍ବିଲିୟମସନ ୭ ବଲରୁ ଗୋଟିଏ ଲେଖାଏ ଚୌକା ଓ ଛକା ସହ ୧୪ ରନ କରି ସାମିଙ୍କ ଦ୍ୱାର ଆଉଟ ହୋଇଥିଲେ। ରସିଦ୍‌ ଖାଁ ୧ ରନ କରି ଆଉଟ ହୋଇଥିବା ବେଳେ ବିଜୟ ଶଙ୍କର ୭ ଓ ଅଭିଷେକ ବର୍ମା ୫ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ସାମି ଓ ଅଶ୍ୱିନ ଦୁଇଟି ଲେଖାଏ, ଅର୍ଶଦୀପ ସିଂ ଓ ମୁରୁଗାନ ଅଶ୍ୱିନ ଗୋଟିଏ କରି ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୨୧୨/୬
(ଓ୍ବାର୍ନର- ୮୧, ମନୀଷ- ୩୬, ରିଦ୍ଧିମାନ- ୨୮, ନବି- ୨୦, ଅଶ୍ୱିନ- ୨/୩୦, ସାମି- ୨/୩୬)।
କିଙ୍ଗ୍ସ ଇଲେଭେନ ପଞ୍ଜାବ ୨୦ ଓଭରରେ ୧୬୭/୮
(ରାହୁଲ- ୭୯, ଅଗ୍ରଓ୍ବାଲ- ୨୭, ପୁରାନ- ୨୧, ସିମରନ- ୧୬, ରସିଦ- ୩/୨୧, ଖଲିଲ- ୩/୪୦, ସନ୍ଦୀପ- ୨/୩୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

୨୦୨୭ ବିଶ୍ୱକପ ଖେଳିବେ କି ହିଟମ୍ୟାନ? BCCI ସମୀକ୍ଷା ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୯: BCCIର ସମୀକ୍ଷା ବୈଠକରେ ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ଆଲୋଚନା ଉପରେ ସମସ୍ତଙ୍କ ନଜର ଥିଲା। ଗୁରୁବାର ମୁମ୍ବାଇର ବିସିସିଆଇ ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ…

BCCI ବୈଠକ ଶେଷ; ଲକ୍ଷ୍ମଣ ହେବେ ନାହିଁ ନିର୍ଦ୍ଦେଶକ; ଆସିଲା ୫ ଅପଡେଟ

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଗୁରୁବାର (ସେପ୍ଟେମ୍ବର ୩) ଏକ ବୈଠକ କରିଥିଲା, ଯେଉଁଥିରେ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ପୁରୁଷ…

ମେସି ପରେ ଫୁଟବଲରୁ ଅବସର ନେବେ ଏହି କିମ୍ବଦନ୍ତୀ, ଜାଣନ୍ତୁ…

ସରାଜେଭୋ,୩ା୯: ମେସି ପରେ ବୋସନିଆ ଓ ହର୍ଜଗୋଭିନା ଫୁଟବଲ କିମ୍ବଦନ୍ତୀ ଏଡିନ ଜେକୋ ଆସନ୍ତା ମାସରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବାକୁ ଯାଉଛନ୍ତି। ଏ ନେଇ ଗୁରୁବାର…

ଧୋନିଙ୍କ IPL ଭବିଷ୍ୟତକୁ ନେଇ ଆସିଲା ନୂଆ ଖବର; ‘Impact Player’ ନିୟମକୁ ନେଇ ପୂର୍ବତନ ସାଥୀ ଖେଳାଳି ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୩।୯: ଏମଏସ ଧୋନି ଆଇପିଏଲ 2027 ରେ ଖେଳିବେ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଠୋସ ସୂଚନା ନାହିଁ। 45 ବର୍ଷୀୟ ପୂର୍ବତନ ଭାରତୀୟ…

ରୋହିତ ଶର୍ମାଙ୍କ ଉପରେ ଝୁଲୁଛି ଖଣ୍ଡା: ସବୁ ନିଷ୍ପତି ନେବ BCCI

ମୁମ୍ବାଇ,୩।୯: BCCI ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି । ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ଅଛି। ଆୟରଲାଣ୍ଡ ଏବଂ…

ରୋହିତଙ୍କ ସନ୍ନ୍ୟାସକୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର: ଚୟନକର୍ତ୍ତାମାନେ ଦେଇଥିଲେ ଏମିତି ସୂଚନା

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟର ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ପ୍ରାୟ ଦୁଇ ମାସ ପୂର୍ବରୁ ରୋହିତଙ୍କ ସନ୍ନ୍ୟାସକୁ ନେଇ ଚର୍ଚ୍ଚା…

ବିଶ୍ୱକପ ୨୦୨୭ ପାଇଁ BCCIର ମାଷ୍ଟରପ୍ଲାନ୍‌! ବୁଝନ୍ତୁ ବଡ଼ ସମୀକରଣ

ନୂଆଦିଲ୍ଲୀ, ୩।୯: ଟିମ ଇଣ୍ଡିଆର ଆଗାମୀ ବଡ଼ ଲକ୍ଷ୍ୟ ହେଉଛି ୨୦୨୭ ଦିନିକିଆ ବିଶ୍ୱକପ ଟ୍ରଫି ଜିତିବା। ଏହି ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri