Posted inଖେଳ

ହାଇଦ୍ରାବାଦ ୪୫ ରନରେ ବିଜୟୀ

ହାଇଦ୍ରାବାଦ,୩୦।୪(ପି.ଟି.)- କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୪୮ତମ ମ୍ୟାଚ୍‌ରେ ରବିଚନ୍ଦ୍ରନ ଅଶ୍ୱିନଙ୍କ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ୪୫ ରନରେ ପରାସ୍ତ କରିଛି। ସୋମବାର ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ହାଇଦ୍ରାବାଦ ୬ ଉଇକେଟ ହରାଇ ୨୧୨ ରନ ସଂଗ୍ରହ କରିଥିଲା। ଜବାବରେ ପଞ୍ଜାବ ୮ ଉଇକେଟ ହରାଇ ୧୬୭ ରନରେ ସୀମିତ ରହି ପରାସ୍ତ ହୋଇଥିଲା। ଦ୍ରୁତ ୮୧ରନର ଉପଯୋଗୀ ଇନିଂସ ଖେଳିଥିବା ହାଇଦ୍ରାବାଦ ଓପନର ଡେଭିଡ ଓ୍ବାର୍ନର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଏହି ବିଜୟ ସହ ହାଇଦ୍ରାବାଦ ୧୨ଟି ମ୍ୟାଚ୍‌ ଖେଳି ୬ଟି ଲେଖାଏ ବିଜୟ ଓ ପରାଜୟ ସହ ୧୨ ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି।
୨୧୩ ରନ ବୃହତ୍‌ ଟାର୍ଗେଟର ପିଛା କରି ପଞ୍ଜାବ ଆରମ୍ଭରୁ ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ଙ୍କ ଉଇକେଟ ହରାଇଥିଲା। ୪ ରନ କରି ଗେଲ ଖଲିଲ ଅହମ୍ମଦଙ୍କ ବଲ୍‌ରେ ମନୀଷ ପାଣ୍ଡେଙ୍କୁ କ୍ୟାଚ୍‌ ଦେଇଥିଲେ। ୧୮ ବଲରୁ ୨ ଚୌକା, ୧ ଛକା ସହ ୨୭ ରନ କରି ମୟଙ୍କ ଅଗ୍ରଓ୍ବାଲ ରସିଦ ଖାଁଙ୍କ ଦ୍ୱାରା ଓ ନିକୋଲାସ ପୁରାନ ୧୦ଟି ବଲ ଖେଳି ୨ଟି ଲେଖାଏ ଚୌକା ଓ ଛକା ସହ ୨୧ ରନ କରି ଖଲିଲଙ୍କ ଦ୍ୱାରା ଆଉଟ ହୋଇଥିଲେ। ଏହାପରେ ଡେଭିଡ ମିଲର ମାତ୍ର ୧୧ ରନ କରିଥିବା ବେଳେ ଓ ଅଧିନାୟକ ରବିଚନ୍ଦ୍ରନ ବିନା ସ୍କୋରରେ ଯଥାକ୍ରମେ ରସିଦଙ୍କ ଦ୍ୱିତୀୟ ଓ ତୃତୀୟ ଶିକାର ହୋଇଥିଲେ। ଗୋଟିଏ ପଟେ ନିୟମିତ ବ୍ୟବଧାନରେ ଉଇକେଟ ପତନ ଘଟୁଥିବାବେଳେ ଓପନର ଲୋକେଶ ରାହୁଲ ଲଢେଇ କରିଥିଲେ। ସେ ୫୬ଟି ବଲର ସମ୍ମୁଖୀନ ହୋଇ ୪ ଚୌକା ଓ ୫ ଛକା ସହ ୭୯ ରନ କରି ଖଲିଲଙ୍କ ବଲ୍‌ରେ କେନ ଓ୍ବିଲିୟମସନଙ୍କୁ କ୍ୟାଚ୍‌ ଦେଇଥିଲେ। ତେବେ ତାଙ୍କର ଏହି ପ୍ରୟାସ ବିଜୟ ପାଇଁ ଯଥେଷ୍ଟ ନ ଥିଲା। ସିମରନ ସିଂ ୧୬ରନ କରି ସନ୍ଦୀପ ଶର୍ମାଙ୍କ ଦ୍ୱାରା ଆଉଟ ହୋଇଥିଲେ। ବୋଲିଂରେ ହାଇଦ୍ରାବାଦ ତରଫରୁ ଖଲିଲ, ରସିଦ ୩ଟି ଲୋଖାଏ,ସନ୍ଦୀପ ୨ଟି ଉଇକେଟ ନେଇଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ତରଫରୁ ଦୁଇ ଓପନର ଧୂଆଁଧାର ଆରମ୍ଭ କରିଥିଲେ। ଓପନିଂ ଯୋଡିରେ ଡେଭିଡ ଓ୍ବାର୍ନର ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହ ୩୮ଟି ବଲରୁ ୭୮ ରନ ସଂଗ୍ରହ କରିଥିଲେ। ରିଦ୍ଧିମାନ ୧୩ ବଲରୁ ୩ ଚୌକା ଓ ୧ ଛକା ସହ ୨୮ ରନ କରି ମୁରୁଗାନ ଅଶ୍ୱିନଙ୍କ ବଲ୍‌ରେ ସିମରନ ସିଂଙ୍କୁ କ୍ୟାଚ୍‌ ଦେଇଥିଲେ। ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ୨୫ଟି ବଲ୍‌ ଖେଳି ୩ ଚୌକା ଓ ୧ ଛକା ସହ ୩୬ ରନ କରି ସ୍କୋରକୁ ଆଗେଇ ନେଉଥିବା ବେଳେ ମହମ୍ମଦ ସାମିଙ୍କୁ କ୍ୟାଚ୍‌ ଦେଇ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଦ୍ୱାରା ଆଉଟ ହୋଇଥିଲେ। ବିସ୍ଫୋରକ ଓପନର ଓ୍ବାର୍ନର ୮୧ ରନର ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳି ପ୍ୟାଭିଲିୟନ ଫେରିଥିଲେ। ସେ ମୁଜିବ ଉର ରହମାନଙ୍କୁ କ୍ୟାଚ୍‌ ଦେଇ ଅଶ୍ୱିନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଏହାପରେ ୨ ଚୌକା ସହ ୧୦ ବଲରୁ ୨୦ ରନ କରି ମହମ୍ମଦ ନବୀ ଓ ଅଧିନାୟକ କେନ୍‌ ଓ୍ବିଲିୟମସନ ୭ ବଲରୁ ଗୋଟିଏ ଲେଖାଏ ଚୌକା ଓ ଛକା ସହ ୧୪ ରନ କରି ସାମିଙ୍କ ଦ୍ୱାର ଆଉଟ ହୋଇଥିଲେ। ରସିଦ୍‌ ଖାଁ ୧ ରନ କରି ଆଉଟ ହୋଇଥିବା ବେଳେ ବିଜୟ ଶଙ୍କର ୭ ଓ ଅଭିଷେକ ବର୍ମା ୫ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ସାମି ଓ ଅଶ୍ୱିନ ଦୁଇଟି ଲେଖାଏ, ଅର୍ଶଦୀପ ସିଂ ଓ ମୁରୁଗାନ ଅଶ୍ୱିନ ଗୋଟିଏ କରି ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୨୧୨/୬
(ଓ୍ବାର୍ନର- ୮୧, ମନୀଷ- ୩୬, ରିଦ୍ଧିମାନ- ୨୮, ନବି- ୨୦, ଅଶ୍ୱିନ- ୨/୩୦, ସାମି- ୨/୩୬)।
କିଙ୍ଗ୍ସ ଇଲେଭେନ ପଞ୍ଜାବ ୨୦ ଓଭରରେ ୧୬୭/୮
(ରାହୁଲ- ୭୯, ଅଗ୍ରଓ୍ବାଲ- ୨୭, ପୁରାନ- ୨୧, ସିମରନ- ୧୬, ରସିଦ- ୩/୨୧, ଖଲିଲ- ୩/୪୦, ସନ୍ଦୀପ- ୨/୩୩)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri