Categories: ଜାତୀୟ

ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ମାମଲାର ନ୍ୟାୟିକ ଯାଞ୍ଚ୍‌ ପାଇଁ ନିର୍ଦ୍ଦେଶ: ୬ ମାସ ମଧ୍ୟରେ ରିପୋର୍ଟ ଦାଖଲ

ନୂଆଦିଲ୍ଲୀ,୧୨।୧୨: ହାଇଦ୍ରାବାଦ୍‌ ଏନ୍‌କାଉଣ୍ଟର ମାମଲାର ନ୍ୟାୟିକ ଯାଞ୍ଚ୍‌ ପାଇଁ ନିର୍ଦ୍ଦେଶ ଗୁରୁବାର ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏକ ୩ ଜଣିଆ ଆୟୋଗ ଗଠନ କରାଯାଇଛି। ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ବି.ଏସ୍‌. ସିରପୁରକରଙ୍କୁ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ଆୟୋଗରେ ବମ୍ବେ ହାଇକୋର୍ଟର ପୂର୍ବତନ ବିଚାରପତି ରେଖା ବଲଡୋଟା ଏବଂ ସିବିଆଇର ପୂର୍ବ ଚିଫ୍‌ କାର୍ତ୍ତିକେୟନଙ୍କୁ ସାମିଲ କରାଯାଇଛି। ଆୟୋଗ ୬ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ କୁହାଯାଇଛି।

Share