ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ସୁରଟରୁ ଆସିବାବୁ ଥିବା ଟ୍ରେନ୍‌ ବାତିଲ

ଭୁବନେଶ୍ୱର, ୭।୫(ବ୍ୟୁରୋ): ଓଡ଼ିଶା ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ସୁରଟରୁ ଆସିବାକୁ ଥିବା ୩ଟି ଟ୍ରେନ୍‌କୁ ଗୁରୁବାର ବାତିଲ କରାଯାଇଛି। କରୋନା ନମୁନା ପରୀକ୍ଷା ବିନା କୌଣସି ବ୍ୟକ୍ତି ସୀମାରେ ପ୍ରବେଶ କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ଟ୍ରେନ୍‌ଗୁଡ଼ିକୁ ବାତିଲ କରାଯାଇଛି।