ହସ୍ପିଟାଲରେ ଋଷିଙ୍କୁ କେବେ ବି ଭେଟୁ ନ ଥିଲେ ବିଗ୍‌-ବି

ନୂଆଦିଲ୍ଲୀ: ଋଷି ଯୁଗରେ ପଡ଼ିଛି ଯବନିକା। ବଲିଉଡ୍‌କୁ ଗୋଟିଏରୁ ବଳି ଆଉ ଗୋଟିଏ ସୁପରହିଟ୍‌ ଫିଲ୍ମ ଭେଟିଦେଇଥିବା ଏହି ମହାନ୍‌ ଅଭିନେତା କର୍କଟ ଲଢ଼େଇରେ ହାରିଯାଇଛନ୍ତି। ଦୀର୍ଘ ୪ଦଶନ୍ଧିର ଅଭିନୟ ଜୀବନ ଭିତରେ ଅଗଣିତ ଦର୍ଶକଙ୍କ ମନରେ ଛାପ ଛାଡ଼ିଯାଇଥିବା ଋଷିଙ୍କ ପରଲୋକରେ ବଲିଉଡ୍‌ ଜଗତ ସ୍ତବ୍ଧ। ଏପରି ସମୟରେ ମେଗାଷ୍ଟାର ଅମିତାଭ ବଚ୍ଚନ ନିଜ ଘନିଷ୍ଠ ବନ୍ଧୁ ଋଷିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଭାବପୂର୍ଣ୍ଣ ବ୍ଲଗ୍‌। ଏଥିରେ ସେ ହସ୍ପିଟାଲରେ ଋଷିଙ୍କୁ ନ ଭେଟିବାର କାରଣ କହିଛନ୍ତି। ଋଷିଙ୍କ ହସହସ ଚେହେରାରେ ସେ ଯନ୍ତ୍ରଣା ଦେଖିବାକୁ ଚାହୁଁ ନ ଥିଲେ। ତେଣୁ ଚିକିତ୍ସାଧୀନ ଥିବାବେଳେ ସେ କେବେ ବି ତାଙ୍କୁ ଭେଟିବାକୁ ଡାକ୍ତରଖାନା ଯାଉ ନ ଥିବା ବିଗ୍‌-ବି ନିଜ ବ୍ଲଗ୍‌ରେ ଲେଖିଛନ୍ତି।
ଅମିତାଭ ନିଜ ବ୍ଲଗ୍‌ରେ ଉଲ୍ଲେଖ କରିଛନ୍ତି, ସେ ଅନେକ ଥର ରାଜ କପୁରଙ୍କ ଚେମ୍ବୁରସ୍ଥିତ ଘର ‘ଦେବନାର କଟେଜ୍‌’କୁ ଯାଇଛନ୍ତି। ସେତେବେଳେ ଅଝଟ ହେଉଥିବା ଚିଣ୍ଟୁ (ଋଷି)ଙ୍କୁ ସେ ଦେଖିଛନ୍ତି। ସେହିପରି ଆର୍‌କେ ଷ୍ଟୁଡିଓରେ ‘ବବି’ ଫିଲ୍ମ ପାଇଁ ଋଷି ପ୍ରଶିକ୍ଷଣ ନେଉଥିବାବେଳେ ବି ବେଶ୍‌ ଉତ୍ସାହୀ ଥିଲେ। ତାଙ୍କ ପାଖରେ ଶିଖିବାର ଭୋକ ଥିଲା। ଋଷିଙ୍କୁ ଚାଲିବା ଶୈଳୀ ସବୁଠୁ ଆକର୍ଷଣୀୟ। ଏହା ତାଙ୍କ ଜେଜେ ପୃଥ୍ବୀରାଜ କପୁରଙ୍କ ସହ ମେଳ ଖାଉଥିଲା। ଅମର ଆକବର ଏନ୍ଥୋନୀ, ନସୀବ, କଭି କଭି, ୧୦୨ ନଟ୍‌ ଆଉଟ୍‌ ଭଳି ଚଳଚ୍ଚିତ୍ରରେ ଋଷିଙ୍କ ସହ ଅଭିନୟ କରିଥିବା ଅମିତାଭ ନିଜର ବ୍ଲଗ୍‌ରେ ଏକଥା ବି ଦର୍ଶାଇଛନ୍ତି ଯେ, ଦୁହେଁ ଏକାଠି ଅନେକ ଫିଲ୍ମରେ କାମ କରିଛନ୍ତି। ତାଙ୍କ ପ୍ରତିଟି ଶବ୍ଦକୁ ଅମିତାଭ ଭରସା କରୁଥିଲେ। ଋଷିଙ୍କ ଅନ୍ୟ କେହି ବିକଳ୍ପ ନ ଥିଲେ। ସେ ନିଜର ଅଭିନୀତ ଗୀତଗୁଡ଼ିକରେ ଯେଭଳି ଚମତ୍କାର ଢଙ୍ଗରେ ଲିପ୍ସଂ କରୁଥିଲେ ତାହା ଅନ୍ୟ କେହି କରିପାରିବେନି। ଫିଲ୍ମସେଟ୍‌ରେ ମଧ୍ୟ ବେଶ୍‌ ଚଳଚଞ୍ଚଳ ଥିଲା ତାଙ୍କ ସ୍ବଭାବ। ଶୁଟିଂ ବେଳେ ଫାଙ୍କା ସମୟ ମିଳିଲେ ସେ ତାସ୍‌ ଖେଳିବାକୁ ଡାକୁଥିଲେ। ମେଡିକାଲରେ ଥିବାବେଳେ ବିଗ୍‌-ବି ଥରେ ବି ତାଙ୍କୁ ଭେଟିବାକୁ ଯାଇନାହାନ୍ତି। କାରଣ ଋଷିଙ୍କ ହସହସ ଚେହେରାରେ ଯନ୍ତ୍ରଣା ଦେଖିବାକୁ ଚାହୁଁ ନ ଥିଲେ ଅମିତାଭ୍‌। ଶେଷରେ ବିଗ୍‌-ବି ଲେଖିଛନ୍ତି ଯେ, ସେ ନିଶ୍ଚିନ୍ତ। ଋଷି ଦୁନିଅଁା ଛାଡ଼ିବା ବେଳକୁ ନିଶ୍ଚିତ ଭାବେ ଏକ ଶାନ୍ତ ହସ ସହ ବିଦାୟ ନେଇଥିବେ। ଋଷି କପୁରଙ୍କ ଉଦ୍ଦେଶ୍ୟରେ ଅମିତାଭ୍‌ ଲେଖିଥିବା ଏପରି ହୃଦୟସ୍ପର୍ଶୀ ବ୍ଲଗ୍‌ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ସାଉଁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

ପରିସ୍ରା କରିବାକୁ ଯାଇଥିଲେ ବ୍ୟବସାୟୀ, ଭୁଷୁଡିଲା କାନ୍ଥ: ଆଉ ତା’ପରେ…

ଅମରପାଲି,୨୪।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ କାନ୍ଥ ଭୁଷୁଡି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri