ହସ୍ପିଟାଲରେ ଋଷିଙ୍କୁ କେବେ ବି ଭେଟୁ ନ ଥିଲେ ବିଗ୍‌-ବି

ନୂଆଦିଲ୍ଲୀ: ଋଷି ଯୁଗରେ ପଡ଼ିଛି ଯବନିକା। ବଲିଉଡ୍‌କୁ ଗୋଟିଏରୁ ବଳି ଆଉ ଗୋଟିଏ ସୁପରହିଟ୍‌ ଫିଲ୍ମ ଭେଟିଦେଇଥିବା ଏହି ମହାନ୍‌ ଅଭିନେତା କର୍କଟ ଲଢ଼େଇରେ ହାରିଯାଇଛନ୍ତି। ଦୀର୍ଘ ୪ଦଶନ୍ଧିର ଅଭିନୟ ଜୀବନ ଭିତରେ ଅଗଣିତ ଦର୍ଶକଙ୍କ ମନରେ ଛାପ ଛାଡ଼ିଯାଇଥିବା ଋଷିଙ୍କ ପରଲୋକରେ ବଲିଉଡ୍‌ ଜଗତ ସ୍ତବ୍ଧ। ଏପରି ସମୟରେ ମେଗାଷ୍ଟାର ଅମିତାଭ ବଚ୍ଚନ ନିଜ ଘନିଷ୍ଠ ବନ୍ଧୁ ଋଷିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଭାବପୂର୍ଣ୍ଣ ବ୍ଲଗ୍‌। ଏଥିରେ ସେ ହସ୍ପିଟାଲରେ ଋଷିଙ୍କୁ ନ ଭେଟିବାର କାରଣ କହିଛନ୍ତି। ଋଷିଙ୍କ ହସହସ ଚେହେରାରେ ସେ ଯନ୍ତ୍ରଣା ଦେଖିବାକୁ ଚାହୁଁ ନ ଥିଲେ। ତେଣୁ ଚିକିତ୍ସାଧୀନ ଥିବାବେଳେ ସେ କେବେ ବି ତାଙ୍କୁ ଭେଟିବାକୁ ଡାକ୍ତରଖାନା ଯାଉ ନ ଥିବା ବିଗ୍‌-ବି ନିଜ ବ୍ଲଗ୍‌ରେ ଲେଖିଛନ୍ତି।
ଅମିତାଭ ନିଜ ବ୍ଲଗ୍‌ରେ ଉଲ୍ଲେଖ କରିଛନ୍ତି, ସେ ଅନେକ ଥର ରାଜ କପୁରଙ୍କ ଚେମ୍ବୁରସ୍ଥିତ ଘର ‘ଦେବନାର କଟେଜ୍‌’କୁ ଯାଇଛନ୍ତି। ସେତେବେଳେ ଅଝଟ ହେଉଥିବା ଚିଣ୍ଟୁ (ଋଷି)ଙ୍କୁ ସେ ଦେଖିଛନ୍ତି। ସେହିପରି ଆର୍‌କେ ଷ୍ଟୁଡିଓରେ ‘ବବି’ ଫିଲ୍ମ ପାଇଁ ଋଷି ପ୍ରଶିକ୍ଷଣ ନେଉଥିବାବେଳେ ବି ବେଶ୍‌ ଉତ୍ସାହୀ ଥିଲେ। ତାଙ୍କ ପାଖରେ ଶିଖିବାର ଭୋକ ଥିଲା। ଋଷିଙ୍କୁ ଚାଲିବା ଶୈଳୀ ସବୁଠୁ ଆକର୍ଷଣୀୟ। ଏହା ତାଙ୍କ ଜେଜେ ପୃଥ୍ବୀରାଜ କପୁରଙ୍କ ସହ ମେଳ ଖାଉଥିଲା। ଅମର ଆକବର ଏନ୍ଥୋନୀ, ନସୀବ, କଭି କଭି, ୧୦୨ ନଟ୍‌ ଆଉଟ୍‌ ଭଳି ଚଳଚ୍ଚିତ୍ରରେ ଋଷିଙ୍କ ସହ ଅଭିନୟ କରିଥିବା ଅମିତାଭ ନିଜର ବ୍ଲଗ୍‌ରେ ଏକଥା ବି ଦର୍ଶାଇଛନ୍ତି ଯେ, ଦୁହେଁ ଏକାଠି ଅନେକ ଫିଲ୍ମରେ କାମ କରିଛନ୍ତି। ତାଙ୍କ ପ୍ରତିଟି ଶବ୍ଦକୁ ଅମିତାଭ ଭରସା କରୁଥିଲେ। ଋଷିଙ୍କ ଅନ୍ୟ କେହି ବିକଳ୍ପ ନ ଥିଲେ। ସେ ନିଜର ଅଭିନୀତ ଗୀତଗୁଡ଼ିକରେ ଯେଭଳି ଚମତ୍କାର ଢଙ୍ଗରେ ଲିପ୍ସଂ କରୁଥିଲେ ତାହା ଅନ୍ୟ କେହି କରିପାରିବେନି। ଫିଲ୍ମସେଟ୍‌ରେ ମଧ୍ୟ ବେଶ୍‌ ଚଳଚଞ୍ଚଳ ଥିଲା ତାଙ୍କ ସ୍ବଭାବ। ଶୁଟିଂ ବେଳେ ଫାଙ୍କା ସମୟ ମିଳିଲେ ସେ ତାସ୍‌ ଖେଳିବାକୁ ଡାକୁଥିଲେ। ମେଡିକାଲରେ ଥିବାବେଳେ ବିଗ୍‌-ବି ଥରେ ବି ତାଙ୍କୁ ଭେଟିବାକୁ ଯାଇନାହାନ୍ତି। କାରଣ ଋଷିଙ୍କ ହସହସ ଚେହେରାରେ ଯନ୍ତ୍ରଣା ଦେଖିବାକୁ ଚାହୁଁ ନ ଥିଲେ ଅମିତାଭ୍‌। ଶେଷରେ ବିଗ୍‌-ବି ଲେଖିଛନ୍ତି ଯେ, ସେ ନିଶ୍ଚିନ୍ତ। ଋଷି ଦୁନିଅଁା ଛାଡ଼ିବା ବେଳକୁ ନିଶ୍ଚିତ ଭାବେ ଏକ ଶାନ୍ତ ହସ ସହ ବିଦାୟ ନେଇଥିବେ। ଋଷି କପୁରଙ୍କ ଉଦ୍ଦେଶ୍ୟରେ ଅମିତାଭ୍‌ ଲେଖିଥିବା ଏପରି ହୃଦୟସ୍ପର୍ଶୀ ବ୍ଲଗ୍‌ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ସାଉଁଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

କାଲି ଘଣ୍ଟାରେ ୧୦ଟା ବାଜିବ ହେଲେ ସେ ଆଉ ସ୍କୁଲ ଯିବେନି: ଶିକ୍ଷକଙ୍କୁ ଝୁରୁଛି…

ହାଟଡିହୀ, ୩୧/୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଆଦର୍ଶ ଶିକ୍ଷକ ପଦ୍ମନାଭ ପଣ୍ଡାଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ…

ଭୁବନେଶ୍ୱର: ହାଇଟେକ୍ ଛକ ନିକଟ କୁଆଖାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର, ୩୧ା୭: ରାଜଧାନୀ ଭୁବନେଶ୍ୱରର ହାଇଟେକ୍ ଛକ ନିକଟସ୍ଥ କୁଆଖାଇ ନଦୀକୁ ଜଣେ ମହିଳା ଡେଇଁ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ମହିଳାଜଣଙ୍କ ନଦୀକୁ ଡେଇଁବା ପରେ…

ପୋଲିସ ଫାଣ୍ଡି କୋଠା ଅଧାପନ୍ତରିଆ

ରିଷିଡା,୩୧ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲାର ବହୁ ପୁରାତନ ରିଷିଡ଼ା ପୋଲିସ ଫାଣ୍ଡି ପ୍ରତିଷ୍ଠାପରଠୁ ଅଦ୍ୟାବଧି ଖପର ଓ ଆଜବେଷ୍ଟସ୍‌ ଘରେ ଚାଲିଆସୁଛି। ବାରମ୍ବାର ଦାବି ପରେ ନୂତନ…

ଉପାନ୍ତରେ ବିକାଶ ବାଟବଣା: ଖଣ୍ଡିଏ ପକ୍କା ରାସ୍ତା ପାଇଁ ଆକୁଳ ନିବେଦନ କରୁଛନ୍ତି ତଳ କନ୍ଦାଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ତଳ କନ୍ଦାଗୁଡ଼ା ଗ୍ରାମରେ ସ୍ଵାଧୀନତାର ବହୁ ବର୍ଷ ପରେ ବି…

ଚାଷୀଙ୍କୁ ମିଳୁନି ସାର, ବଢୁଛି କଳାବଜାର

ଧରାକୋଟ,୩୧ା୭(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୀର୍ଘଦିନ ପରେ ଧରାକୋଟ ଅଞ୍ଚଳରେ ଭଲ ବର୍ଷା ହୋଇଥିବାରୁ ଚାଷୀ ଚାଷକାର୍ଯ୍ୟ ଆଗେଇ ନେଉଛନ୍ତି। ତେବେ ଚାଷରେ ପ୍ରୟୋଗ ପାଇଁ ଆବଶ୍ୟକ ପରିମାଣର…

ଆଲିଆବାଦ ସ୍କୁଲରେ ଶିକ୍ଷକ ଅଭାବ: ୪୮ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଜଣେ ଶିକ୍ଷୟିତ୍ରୀ

ଗଞ୍ଜାମ, ୩୧/୭ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତର ଆଲିଆବାଦ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri