ହଷ୍ଟେଲ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରୀ

ବ୍ରହ୍ମପୁର ଅଫିସ,୨୨ା୮-ବ୍ରହ୍ମପୁର ଉପକଣ୍ଠ ପାରଳା ମହାରାଜା ଇଂଞ୍ଜିନିୟରିଂ କଲେଜରେ ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି ା କିଛିଦିନ ପୂର୍ବେ ଛାତ୍ରାବାସ ସମସ୍ୟା ସମାଧାନ ଦାବିନେଇ ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ା ବୁଧବାର ଛାତ୍ରୀନିବାସର ବିିିଭିନ୍ନ ସମସ୍ୟା ସମାଧାନ ଦାବି କରି ଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ା ବହିଷ୍କାର ଭୟରେ ମୁହଁରେ କପଡାବାନ୍ଧି ଶତାଧିକ ଛାତ୍ରୀ କଲେଜ ପ୍ରଶାସନିକ ଭବନ ଆଗରେ ଧାରଣା ଦେଇଥିଲେ ା
ଦୀର୍ଘ ୫ ଘଣ୍ଟାରୁ ଊଦ୍ଦର୍‌ବ ସମୟ ଧରି ଛାତ୍ରୀଙ୍କ ଆନ୍ଦୋଳନ ପରେ ଅଧ୍ୟକ୍ଷ ଡ. ରଞ୍ଜନ କୁମାର ସ୍ବାଇଁ ପହଞ୍ଚି ସମସ୍ୟା ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିଲେ। ପରେ ଛାତ୍ରୀମାନେ ଆନ୍ଦୋଳନରୁ ହଟିଥିଲେ ା
ଉପକଣ୍ଠ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ମୌଳିକ ସମସ୍ୟା ସମାଧାନ ଦିଗରେ କର୍ତ୍ତୃପକ୍ଷଙ୍କ ଅବହେଳା ଏବେ ପଦାକୁ ଆସିଛି ା ୧୫ ଦିନ ମଧ୍ୟରେ ହଷ୍ଟେଲ ସମସ୍ୟାକୁ ନେଇ ଦୁଇ ଦୁଇଥର ଛାତ୍ର ଆନ୍ଦୋଳନରୁ ଏହା ସ୍ପଷ୍ଟ ହୋଇଛି ା ପୂର୍ବରୁ ଅଗଷ୍ଟ ୬ରେ ଛାତ୍ରାବାସ-୧ରେ ରନ୍ଧନ ଗ୍ୟାସ ପାଇପ୍‌ ଫାଟି ୩ ଛାତ୍ର ଓ ରୋଷେୟା ଆହତ ହୋଇଥିଲେ ା ଏହି ଘଟଣାକୁ କେନ୍ଦ୍ରକରି ଛାତ୍ରମାନେ ଅଗଷ୍ଟ ୭ରେ କଲେଜ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ ା ଏହାର ୧୫ ଦିନ ନ ପୂରୁଣୁ ପୁଣି ଛାତ୍ରୀନିବାସର ସମସ୍ୟା ନେଇ ଶତାଧିକ ଛାତ୍ରୀ ବୁଧବାର ଆନ୍ଦୋଳନକୁ ଓହ୍ଲାଇଥିଲେ ା ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟଧରି ଛାତ୍ରୀମାନେ ପ୍ରଶାସନିକ କାର୍ଯ୍ୟାଳୟ ଫାଟକକୁ ବନ୍ଦ କରି ଧାରଣା ଦେଇଥିଲେ ା ଫଳରେ ଦୀର୍ଘ ଘଣ୍ଟା ଧରି ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀ କାର୍ଯ୍ୟାଳୟ ଫାଟକ ନିକଟରେ ଅଟକି ରହିଥିଲେ ା
ଛାତ୍ରୀଙ୍କ କହିବା ପ୍ରକାରେ, ଛାତ୍ରୀନିବାସରେ ଦୀର୍ଘ ଦିନରୁ ବିଭିନ୍ନ ସମସ୍ୟା ଲାଗି ରହିଛି। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ କର୍ତ୍ତୃପକ୍ଷ ସମସ୍ୟା ସମାଧାନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଏକମାସ ଧରି ହଷ୍ଟେଲକୁ ପାନୀୟ ଜଳ ଯୋଗାଣ ପ୍ରଭାବିତ ହୋଇଛି ା ବହୁ ସମୟରେ ଅନ୍ତେବାସୀମାନେ ରୋଗର ଶିକାର ହେଉଛନ୍ତି। ରୋଷେଇ ଘରେ ସ୍ବାସ୍ଥ୍ୟକର ପରିବେଶ ଓ ସୁରକ୍ଷା ନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ ା
ଛାତ୍ରୀନିବାସ ମେସରେ ବ୍ୟବହୃତ ପ୍ରେସର କୁକର ବଦଳାଇବାକୁ ବାରମ୍ବାର କୁହାଯାଇ ଥିଲେ ମଧ୍ୟ କର୍ତ୍ତୃପକ୍ଷ ଧ୍ୟାନ ଦେଉ ନ ଥିବାରୁ ୪ ରୁ ୫ ଦିନ ପୂର୍ବେ ପ୍ରେସରକୁକର ଫାଟି ରୋଷେୟା ଆହତ ହୋଇଛନ୍ତି। ହଷ୍ଟେଲରେ ଅସ୍ବାସ୍ଥ୍ୟକର ଖାଦ୍ୟ ମିଳିବାକୁ ନେଇ ବହୁବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ସେମାନେ ଅଭିଯୋଗ କରିଥିଲେ। ଏହା ବ୍ୟତୀତ କଲେଜରେ ଭଲ କ୍ୟାମ୍ପସ ଆସୁ ନ ଥିବାରୁ ପ୍ଳେସମେଣ୍ଟ ମଧ୍ୟ ହେଉ ନାହିଁ। ନାମଲେଖା ସମୟରେ ଇଣ୍ଟର୍ନଶିପ୍‌ ଓ ଷ୍ଟଡିଟୁର ବାବଦକୁ ଟଙ୍କା ନେଉଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ନିଜ ହାତରୁ ଖର୍ଚ୍ଚ କରି ଷ୍ଟଡିଟୁର, ଇଣ୍ଟର୍ନସିପ୍‌ରେ ଯିବାକୁ ପଡୁଥିବା କେତେଜଣ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ା ନାମଲେଖା ସମୟରେ ନିଆଯାଉଥିବା ଇଣ୍ଟର୍ଣ୍ଣସିପ୍‌, ଷ୍ଟଡିଟୁର ବାବଦକୁ ଅର୍ଥ ଫେରାଇବା ସହ ହଷ୍ଟେଲର ସମସ୍ୟା ତୁରନ୍ତ ସମାଧାନ କରିବାକୁ ସେମାନେ ଦାବି କରିଥିଲେ ା କଲେଜର ଆଖପାଖରେ ମେଡିକାଲ ସୁବିଧା ନ ଥିବାରୁ ପରିସରରେ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ମଧ୍ୟ ସେମାନେ ଦାବି କରିଥିଲେ ା ତେବେ ଦୀର୍ଘ ୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଛାତ୍ରୀମାନେ ଧାରଣା ଦେବା ସହ ପ୍ଲାକାର୍ଡ ଧରି ପ୍ରଶାସନିକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିଥିଲେ ା ମଧ୍ୟାହ୍ନରେ ଅଧ୍ୟକ୍ଷ ଡ. ସ୍ବାଇଁ ଆନ୍ଦୋଳନସ୍ଥଳରେ ପହଞ୍ଚି ଆଗାମୀ ୧୫ ଦିନ ମଧ୍ୟରେ ହଷ୍ଟେଲ ସମସ୍ୟା ସମାଧାନ କରିବା ସହ ଅନ୍ୟାନ୍ୟ ଦାବିଗୁଡ଼ିକର ବିଚାର କରି ତୁରନ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ଛାତ୍ରୀମାନେ ଧାରଣାରୁ ହଟିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଝିଅ ଡ୍ରେସ୍‌ ପିନ୍ଧି ଚୋରି କରୁଥିଲେ ଯୁବକ, ଧରାପଡ଼ିବାରୁ ହାତରେ କୋଦାଳ ଧରାଇ ଗ୍ରାମବାସୀ କଲେ…

ଚାନ୍ଦବାଲି,୧୨ା୪(ଅଶୋକ ପଣ୍ଡା): ଦିନରେ ପୁଅ ଡ୍ରେସ୍‌ ଆଉ ରାତି ହେଲେ ପିନ୍ଧୁଥିଲେ ଝିଅ ଡ୍ରେସ୍‌। ପୁଣି ଛଦ୍ମବେଶରେ କିନ୍ନର ହୋଇ ଚୋରି ସହିତ ଲୋକଙ୍କଠାରୁ ହାତ ପତାଇ…

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri