ହଳଦୀପଦା ରେଳ ଷ୍ଟେଶନକୁ ଅଣଦେଖା

ରୂପ୍‌ସା, ୧୯।୬(ଡି.ଏନ.ଏ.)-ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ୍‌ ଅନ୍ତର୍ଗତ ବାଲେଶ୍ୱର ଜିଲା ହଳଦୀପଦା ରେଳ ଷ୍ଟେଶନ ଗମନାଗମନ କ୍ଷେତ୍ରରେ ଗୁରୁତ୍ୱ ବହନ କରିଆସୁଛି। ୬୦ବର୍ଷ ପୂର୍ବରୁ ଏହି ଷ୍ଟେଶନ ସ୍ଥାପନ ହୋଇଥିଲେ ବି ଏଯାବତ୍‌ ଏହାର ସାମଗ୍ରିକ ବିକାଶ ହୋଇପାରିନାହଁି। ପ୍ରତିମାସ ଏହି ଷ୍ଟେଶନରୁ ପ୍ରାୟ ୩ଲକ୍ଷ ଟଙ୍କା ରାଜସ୍ବ ଆଦାୟ ହେଉଥିଲେ ବି ଯାତ୍ରୀଙ୍କ ସୁବିଧା ଲାଗି ରେଳ ବିଭାଗ କର୍ତ୍ତୃପକ୍ଷ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ହଳଦୀପଦା ପ୍ରଗତିମଞ୍ଚ ପକ୍ଷରୁ ଆସନ୍ତା ଜୁଲାଇ ୮ ତାରିଖରେ ରେଳରୋକୋ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ହଳଦୀପଦା, ରାଇସୁଆଁ, ନଗ୍ରମ, ଓଡ଼ଙ୍ଗୀ, କୁରାଢ଼ିହା, ଚଷାଖଣ୍ଡ, ବାହାବଳପୁର, ଦୁବୁଲାଗଡ଼ି ଆଦି ପଞ୍ଚାୟତର ସହସ୍ରାଧିକ ଯାତ୍ରୀ ଏହି ଷ୍ଟେଶନରୁ ଟ୍ରେନ୍‌ ଯୋଗେ ଯାତାୟାତ କରିଥାନ୍ତି। ଏଠାରେ ହାଓଡ଼ାରୁ ଜଳେଶ୍ୱର ପର୍ଯ୍ୟନ୍ତ ଆସୁଥିବା ମେମୋ ଟ୍ରେନ୍‌କୁ ବାଲେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣ, ଭଞ୍ଜପୁର-ରୂପ୍‌ସା ପାାସେଞ୍ଜର ଟ୍ରେନ୍‌କୁ ବାଲେଶ୍ୱର ପର୍ଯ୍ୟନ୍ତ ଚଳାଚଳ, ୨୫୯ ନଂ. ନିଧିପଣ୍ଡା ଗଳାପୋଲର ଉନ୍ନତୀକରଣ, ଷ୍ଟେଶନ ପରିସରରେ ଏଟିଏମ୍‌ ସ୍ଥାପନ, ରିଜର୍ଭେଶନ୍‌ ଟିକେଟ କାଉଣ୍ଟର ଖୋଲାଯିବା, ଖଣ୍ଡାହାର ରେଲୱେ ବ୍ରିଜ୍‌ଠାରେ ହାଇଲେଭଲ୍‌ ବ୍ରିଜ୍‌୍‌ ନିର୍ମାଣ କରିବା ଆଦି ଦାବି ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଉନାହାନ୍ତି। ଏ ସମ୍ପର୍କରେ ବାରମ୍ବାର ଉଚ୍ଚ ଅଧିକାରୀଙ୍କୁ ଦାବିପତ୍ର ଦିଆଯାଇଥିଲେ ହେଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇନାହଁି। ଏହାର ପ୍ରତିବାଦରେ ଆସନ୍ତା ଜୁଲାଇ ୮ ତାରିଖ ପୂବର୍ର୍ାହ୍ନ ସାଢେ ୬ରୁ ସାଢେ ୯ଟା ପର୍ଯ୍ୟନ୍ତ ରେଳରୋକୋ କରାଯିବ ବୋଲି ମଞ୍ଚର ସଭାପତି ରବୀନ୍ଦ୍ର ନାଥ ମହାନ୍ତି, ଉପସଭାପତି ବୃହସ୍ପତି ସାହୁ, ବରିଷ୍ଠ ନାଗରିକ ସୁଦର୍ଶନ ନାୟକ, କୋଷାଧ୍ୟକ୍ଷ ଚୈତନ୍ୟ ପ୍ରସାଦ ସାହୁ, ସମ୍ପାଦକ ବୀରେନ୍ଦ୍ର କୁମାର ନନ୍ଦ ପ୍ରମୁଖ ଖଡ଼ଗପୁର ଡିଭିଜନ୍‌ର ରେଲୱେ ମ୍ୟାନେଜରଙ୍କ ସମେତ ବାଲେଶ୍ୱର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଷ୍ଟେଶନ ମ୍ୟାନେଜର ପ୍ରମୁଖଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି।
ପ୍ରଗତିମଞ୍ଚ ସଭାପତି ମହାନ୍ତି କହିଛନ୍ତି, ଷ୍ଟେଶନର ବିକାଶ ହେଉ ନ ଥିବାରୁ ଗତ ୨୦୧୭ ଓ ୨୦୧୮ରେ ରେଳରୋକୋ ଆନ୍ଦୋଳନ ଡାକରା ଦିଆଯାଇଥିଲା। ବାରମ୍ବାର ତ୍ରିପାକ୍ଷିକ ଆଲୋଚନା ହୋଇ ପ୍ରତିଶ୍ରୁତି ପୂରଣ ଦିଗରେ ବିଭାଗୀୟ ଅଧିକାରୀ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏ ଯାବତ୍‌ ତାହା ପୂରଣ ହୋଇନାହଁି।
ଷ୍ଟେଶନରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପୂର୍ବରୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ହଳଦୀପଦା ଷ୍ଟେଶନ ମ୍ୟାନେଜର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri