ହରିୟାଣାରେ କର୍ନାଟକ ଭଳି ଗେମ୍‌ ପ୍ଲାନ୍‌: ଚୌତାଲା ହେବେ କି ଦ୍ୱିତୀୟ କୁମାରସ୍ବାମୀ ?

ଚଣ୍ଡିଗଡ଼,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ଆସିବାକୁ ବାକିଥିବା ବେଳେ ଏବେ ସେଠାରେ ତ୍ରିଶଙ୍କୁ ସରକାର ଗଠନ ହେବ ବୋଲି ଅନୁମାନ କରାଯାଉଛି। ଯଦି ଏହା ହୁଏ ତେବେ କଂଗ୍ରେସ ପୁରୁଣା ଫର୍ମୁଲା ଗ୍ରହଣ କରିପାରେ ବୋଲି ଆଲୋଚନା ହେଉଛି। ଭାଜପାକୁ ପୁଣିଥରେ କ୍ଷମତାକୁ ଆସିବାକୁ ବିରୋଧ କରିବାରେ କଂଗ୍ରେସ ଦୁଷୟନ୍ତ ଚୌତାଲାଙ୍କ ଆଡକୁ ହାତ ବଢାଇପାରେ ବୋଲି କୁହାଯାଉଛି। ତେବେ ଜନନାୟକ ଜନତା ପାର୍ଟି(ଜେଜେପି)କୁ କେତେ ଆସନ ମିଳୁଛି ତା’ ଉପରେ ନିର୍ଭର କରୁଛି କଂଗ୍ରେସର ପୁରୁଣା ଫର୍ମୁଲା। କାରଣ ଗୋଟିଏ ପଟେ ଭାଜପା ବିଜୟଠାରୁ ଦୂରରେ ଥିବା ଲକ୍ଷ୍ୟ କରାଯାଉଥିବା ବେଳେ ଏପଟେ କଂଗ୍ରେସ ଅନାଇ ବସିଛି ତ୍ରିଶଙ୍କୁ ସରକାର ଆଡକୁ। ଯଦି ଏହା ହେଲା ତେବେ କଂଗ୍ରେସ କର୍ନାଟକରେ ପକାଇଥିବା ଫର୍ମୁଲାକୁ ଦୋହରାଇବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଗତବର୍ଷ କର୍ନାଟକରେ କଂଗ୍ରେସ ସହ ମେଣ୍ଟକରି କୁମାରସ୍ବାମୀଙ୍କ ଦଳ ଜନତା ଦଳ ସେକ୍ୟୁଲାର ଶାସନ କ୍ଷମତା ହାତେଇଥିଲା। ହେଲେ ଖୁବ୍‌ କମ୍‌ ସମୟ ମଧ୍ୟରେ ଏହା ଭାଙ୍ଗିବା ଯାଇ ଭାଜପା ପୁଣିଥରେ ଶାସନ କ୍ଷମତା ହାତକୁ ନେଇଛି। ଆଉ ଏଥର ହରିୟାଣାରେ ଯଦି ଏପରି ହୁଏ ତେବେ ଦୁଷୟନ୍ତ ଚୌତାଲା ଦ୍ୱିତୀୟ କୁମାରସ୍ବାମୀ ହେବେ ବୋଲି ଆଲୋଚନା ହେଲାଣି।

Share