ହବାକ୍‌ ହାଇସ୍କୁଲରେ ବନ୍ଧୁମିଳନ

ଜି.ଉଦୟଗିରି,୪।୧୧(ଡି.ଏନ.ଏ.)-ଜି.ଉଦୟଗିରି ହବାକ ହାଇସ୍କୁଲର ୧୯୯୬ ମାଟ୍ରିକ ବ୍ୟାଚ ଛାତ୍ର ଏବଂ ସେତେବେଳର ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନେଇ ରବିବାର ଏକ ବନ୍ଧୁମିଳିନ ଅନୁଷ୍ଠିତ ହୋଇଛି। ଏହି ଅବସରରେ ୯୬ ବ୍ୟାଚର ଛାତ୍ରମାନେ ସ୍କୁଲ ପରିସରରେ ୯୬ ବିଭିନ୍ନ ଔଷଧୀୟ ଚାରା ରୋପଣ କରବା ସହିତ ପ୍ଲାଷ୍ଟିକ ବ୍ୟବହାର ନ କରିବା ଏବଂ ଅନ୍ୟମାନଙ୍କୁ ସଚେତନ କରିବା ପାଇଁ ଶପଥ ନେଇଥିଲେ। ଏଥିସହ ଗୁରୁ ପୂଜନ କାର୍ଯ୍ୟକ୍ରମ ଓ ଗୁରୁମାନଙ୍କୁ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର କାର୍ତ୍ତିକ ପାଢ଼ୀ, ବିନୋଦ କୁମାର ପଣ୍ଡା, ସନ୍ତୋଷ କୁମାର ମୁନି ପ୍ରମୁଖ ପରିଚାଳନା କରିଥିଲେ। ପୂର୍ବତନ ଶିକ୍ଷକ ଖଦାଳ ପାଣିଗ୍ରାହୀ, ରମେଶ ପଣ୍ଡା, ବିଜୟ କୁମାର ମିଶ୍ର, ବିଜୟ କୁମାର ସ୍ବାଇଁ, ଲଳିତ ମୋହନ ଦାଶ, ଅଶ୍ୱିନୀ ପାଳ, ମିନତି ମିଶ୍ର, ଭାରତୀ ସାହୁ, ବସନ୍ତ ମଞ୍ଜରୀ ରଥ, କୁବେର ଭୋଇ ପ୍ରମୁଖ ଶିକ୍ଷୟିତ୍ରୀ ଶିକ୍ଷକ ଯୋଗ ଦେଇଥିଲେ ।