ହପ୍‌ତେ ଭିତରେ ବାପ୍‌, ପୁଓ ଆରପାରେ: ପରିବାର ଚିନ୍‌ତାରେ ବାଟ୍‌ବନା ନିସାହା ଅନୁପମା

ମୋହନଗିରି,୨୧।୧୦(ଡି.ଏନ.ଏ.)-  କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅଧୀନ ମୋହନଗିରି ଗାଁର ଅନୁପମା ପୂଝାରୀ। ତାକର ପରିବାରଟା ନିହାତି ଗରିବ ହେଇଥିଲାବେଲେ କୁଲିମଜୁରି କରି ପେଟ୍‌ ପାଲୁଛନ୍‌। ହେଲେ ଏହେଦେ ଇ ପରିବାର ଉପରେ ଦୁଖର ପାହାଡ଼ ଲଦି ହେଇଯାଇଛେ।
ସୂଚନା ଅନ୍‌ସାରେ ମୋହନଗିରି ଗାଁର ଅନୁପମାକଁର ଆପ୍‌ନେ ସୀମାଞ୍ଚଳ ପୂଝାରୀ(୪୦) ଗଲା ୭ ତାରିଖ କିଡ଼୍‌ନୀ ରୋଗ୍‌ରେ ଆରପାରକେ ଚାଲିଯାଇଛନ୍‌। ସେ ପରିବାରର ଝନେ ବଲି ରୁଜଗାରିଆ ଲୋକ୍‌ ଥିଲେ। ପୁଓର ମୁର୍‌ତୁରେ ଭାଂଗି ପଢ଼ି ୭ ଦିନ୍‌ ଉତାରୁ ବୁଢ଼ା ବାପ୍‌ କାର୍ତ୍ତିକ ପୂଝାରୀ(୬୮) ବି ଆଏଁଖ୍‌ ମୁଜିଦେଲେ। ଏନ୍‌ତାଥି ୬୭ ବଛ୍‌ରିଆ ବୁଢ଼ି ଶାଶ୍‌, ୭ ଆର ୯ ବଛରର ଦୁଇ ଝି’ର ବୋଝ୍‌ ନିସାହା ବିଧବା ଅନୁପମାକଁର ଉପରେ ପଡ଼ିଛେ। ଇଆଡ଼େ ଆପ୍‌ନେ ଆର ଶଶୁରକଁର ସୁଧିକାଯ୍‌ କରବାକେ ଅନୁପମାକଁର ହାତେ କାଣି କଉଡ଼ିଟେ ନଁାଇଁନ। ଏନ୍‌ତାଥି ଗାଁର ଲୋକ୍‌ ମିଶି ସମକର ଘରୁ ଚାଉଲ ଦୁରା ଆର କିଛି ପଏସା ଠୁଲ କରି ଇ ଦୁଖି ପରିବାରକେ ବାପ୍‌, ପୁଓର ସୁଧି କାଯ୍‌ ଲାଗି ଦେଇଛନ୍‌। ଗାଁରେ କେହେନ୍‌ସି ଗରିବ୍‌ଦୁଖି ପରିବାରରେ କେହି ମରିଗଲେ ସୁଧିକାଯ୍‌ ଲାଗି ହରିଶ୍ଚନ୍ଦ୍ର ଯୋଜନାରେ ସାହାଯ୍‌ ମିଲ୍‌ସି। ହେଲେ ଇ ଦୁଖି ପରିବାର ହରିଶ୍ଚନ୍ଦ୍ର ଯୋଜନାର ସାହାଯ୍‌ରୁ ବଁଚିତ୍‌ ହେଇଛନ୍‌। ଇଆଡ଼େ ନିସାହା ବିଧବା ଅନୁପମା ନିଜର ୧ ଡେସିମିଲ ଝାଟିମାଟି ଘରେ ଦୁଇ ଛୁଆ ଆର ବୁଢ଼ି ଶାଶ୍‌କେ ଧରି ବଡ଼ା ଗୁଲ୍‌ଗୁଲା ହେଇ ରହୁଛନ୍‌। ଘରର ଛାତର ଅବସ୍‌ତା ଭଲ ନାଇଁଥିଲାବେଲେ ଉପରେ ପଲିଥିନ୍‌ ଢାପି କୁଟୁମ୍‌ବସିଆ ରହୁଛନ୍‌। ସବୁଠାନୁ ଦୁଖର କଥା ସ୍ବର୍ଗତ ସୀମାଞ୍ଚଳକଁର ନଁା ସରକାରକଁର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଏସ୍‌ଇସିସି ତାଲିକାର ୨୪ ନମ୍ବରରେ ରହିଛେ। ନିୟମ ହିସାବେ ତାହାକୁ ଘର ମିଲିଯିବାର କଥା। ହେଲେ ନମ୍ବରର ପଛେ ଥିବାର ଲୋକ୍‌ ଘର ପାଇଥିଲାବେଲେ ଇ ଦୁଖି ପରିବାର ଯୋଜନାର ଲାଭ୍‌ ପାଏବାରୁ ବଁଚିତ୍‌ ହେଇଥିବାର ପରିବାର ଲୋକ୍‌ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ମ.ରାମପୁର ବିଡିଓ ରୋମାନା ଜାଫ୍ରିକୁଁ ପଚ୍‌ରାଲାରୁ ଦୁଖି ପରିବାରକେ ହରିଶ୍ଚନ୍ଦ୍ର ଯୋଜନାର ସାହାଯ୍‌ ଦେବାକେ ମୋହନଗିରି ପଁଚେତ୍‌ ଅଧ୍‌କାରୀକୁଁ ସେ ନିରଦେଶ ଦେଇଥିଲେ। ସେନ୍‌ତା ପରିବାରଟା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ କେନ୍‌ କାରନ୍‌ରୁ ବାଦ୍‌ ପଡ଼ିଛନ୍‌ ସେଟା ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ସେ କହିଛନ୍‌।