Posted inଜାତୀୟ

ହନୁମାନ ଚାଳିଶା ପରେ ଏବେ ଏଏପି ପାଠ କରିବ ‘ସୁନ୍ଦରାକାଣ୍ଡ’

ନୂଆଦିଲ୍ଲୀ,୧୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ହନୁମାନ ଚାଳିଶା ପାଠକୁ ନେଇ ଆରମ୍ଭ ହୋଇଥିଲା ରାଜନୀତି। ଏବେ ଏହା ଥମି ଯାଇଥିବା ବେଳେ ଶୁଣିବାକୁ ମିଳିଛି କି ଏଏପି ଏବେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ‘ସୁନ୍ଦରାକାଣ୍ଡ’ ପାଠ କରିବ। ମଙ୍ଗଳବାର ଏଏପି ବିଧାୟକ ସୌରଭ ଭରଦ୍ୱାଜ ଟୁଇଟ୍‌ କରି ଏହା କହିଛନ୍ତି। ସେ କହିଛନ୍ତି ମାସର ପ୍ରଥମ ମଙ୍ଗଳବାର ଦିନ ସୁନ୍ଦରାକାଣ୍ଡ ପାଠ କରାଯିବ। ପ୍ରତି ମାସରେ ଏହା ଭିନ୍ନ ଭିନ୍ନ ଅଞ୍ଚଳରେ କରାଯିବ। ପ୍ରଥମେ ଏହା ଚିରାଗ ଦିଲ୍ଲୀ ମେଟ୍ରୋ ଷ୍ଟେଶନ ନିକଟ ପୁରୁଣା ଶିବ ମନ୍ଦିରରେ କରାଯିବ। ଏହା ଦଳ ପକ୍ଷରୁ କରାଯାଇଛି କି ଦିଲ୍ଲୀ ସରକାରଙ୍କ ପକ୍ଷରୁ କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଚାଲିଗଲା ଇଲେକ୍ଟ୍ରିସିଆନ ଶୁଭମଙ୍କ ଜୀବନ, ୩ ଗୁରୁତର

ଦିଗପହଣ୍ଡି,୧୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗାଁ ବାବାଜୀ ଗୁମ୍ଫ ନିକଟ ମୁଖ୍ୟରାସ୍ତାରେ ଶୁକ୍ରବାର ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ…

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ: ଗୁରୁତର ରୋଗୀଙ୍କୁ ଖଟିଆରେ ବୋହିନେଲେ ୭ କିମି

ଭଞ୍ଜନଗର,୧୩।୬(ବାବୁଲା ପ୍ରଧାନ): ଜଙ୍ଗଲରେ ବସବାସ କରୁଥିବା ଲୋକେ କେତେ ଦୁର୍ଦ୍ଦିନରେ ଏବେବି ବସବାସ କରନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ଶୁକ୍ରବାର ଦେଖିବାକୁ ମିଳିଛି। କନ୍ଧମାଳ ଜିଲା…

ମୋହନା ଅଞ୍ଚଳରେ କାଳବୈଶାଖି ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ

ମୋହନା, ୧୨।୬( ମନ୍ମଥ ମିଶ୍ର ): ମୋହନା ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖି ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ  ଶୁକ୍ରବାର  ସନ୍ଧ୍ୟା ସମୟରେ ବର୍ଷା…

୧୭ ଡ୍ରମ୍‌ ମଦ ପୋଚ ନଷ୍ଟକଲେ ଗ୍ରାମବାସୀ

ନନ୍ଦପୁର,୧୨ା୬(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକ ବନମାଳିପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମବାସୀ ଲୁଚାଇ ରଖାଯାଇଥିବା ୧୭ ଡ୍ରମ୍‌ ମଦ ପୋଚ ନଷ୍ଟ…

ବଜ୍ରପାତରେ ମହିଳାଙ୍କ ମୃତ୍ୟୁ

ଲାଞ୍ଜିଗଡ଼,୧୨ା୬(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଦାରପଟା ଗ୍ରାମର କନକ ବେହେରା (୪୫)ଙ୍କ ଶୁକ୍ରବାର ବଜ୍ରପାତରେ ମୃତ୍ୟୁ ଘଟିଛି। ସୂଚନାନୁସାରେ ଅପରାହ୍ନ ସାଢେ…

ବଜ୍ରପାତରେ ୨୦ ଛେଳିମେଣ୍ଢା ମୃତ

ପାତ୍ରପୁର,୧୨ା୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜିଲୁଣ୍ଡା ନିକଟସ୍ଥ ପାହାଡ ଅଞ୍ଚଳର ଏକ ଜମିରେ ଶୁକ୍ରବାର ବଜ୍ରପାତରେ ଗୋଟିଏ ଛେଳି ଓ ୧୯ ମେଣ୍ଢାଙ୍କ…

ମଣ୍ଡି ଅଭାବ: ଥୁଆମୂଳ ରାମପୁରରେ ଦଲାଲଙ୍କ କବ୍‌ଜାରେ ଆମ୍ବ ଚାଷୀ

ଥୁଆମୂଳ ରାମପୁର, ୧୨/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ସରକାରୀ ବଜାର ବ୍ୟବସ୍ଥା ନଥିବାରୁ ଆମ୍ବ ଚାଷୀ ବ୍ୟାପକ ଶୋଷଣର ଶିକାର ହେଉଛନ୍ତି।…

ଭାରତ ପାଇଁ ବାହାରିଲେ ଟ୍ରମ୍ପ, ଇରାନକୁ ସିଧା କହିଦେଲେ…

ଓ୍ୱାଶିଂଟନ,୧୨ା୬: ଉପସାଗରୀୟ ଅଞ୍ଚଳରେ ଯୁଦ୍ଧ ବନ୍ଦ ପାଇଁ ରବିବାର ସୁଦ୍ଧା ଆମେରିକା ଏବଂ ଇରାନ ମଧ୍ୟରେ ବହୁପ୍ରତୀକ୍ଷିତ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର ହୋଇପାରେ। ଏକ ପାଶ୍ଚାତ୍ୟ ସୂତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri