ହତ୍ୟା ମାମଲା: ୨ ଭାଇଙ୍କୁ ଆଜୀବନ ଜେଲ

ବାଲିଗୁଡା,୧ା୧୦(ଡି.ଏନ୍‌.ଏ.)-ଏକ ହତ୍ୟା ମାମଲାର ବିଚାର କରି ଶୁକ୍ରବାର ବିଚାରପତି ଅରବିନ୍ଦ ପଟ୍ଟନାୟକଙ୍କ ଖଣ୍ଡପୀଠରେ ଅଭିଯୁକ୍ତ ୨ ଭାଇଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସେମାନେ ହେଲେ କ୍ଷୀର ମାଝି ଓରଫ ବୀରେନ୍ଦ୍ର ଓ ତାଙ୍କ ଭାଇ ରାଜୁ ମାଝି। ୨୦୧୬ ଏପ୍ରିଲ ତାରିଖ ରାତିରେ ବୀରେନ୍ଦ୍ରଙ୍କ ଶ୍ୱଶୁର ଡଲୁ ମାଝିକୁ ଡୁନାପଡା(ଗାର୍ମେଲ) ଗ୍ରାମରେ ହତ୍ୟା କରାଯାଇଥିଲା। କୌଣସି ଏକ ଘଟଣାକୁ ନେଇ ବୀରେନ୍ଦ୍ର ଓ ତାଙ୍କ ସାନ ଭାଇ ମିଶି ଡଲୁଙ୍କୁ ହତ୍ୟା କରି ମୃତଦେହକୁ ଲୁଚାଇ ଦେଇଥିଲେ। ଏହି ଘଟଣାକୁ ନେଇ ସେ ସମୟରେ ବେଲଘର ଥାନାରେ ନଂ.୧୭/୧୬ରେ ଏକ ମାମଲା ରୁଜୁ ହୋଇଥିଲାା ଅଭିଯୁକ୍ତ ୨ ଭାଇ ବୀରେନ୍ଦ୍ର ଓ ରାଜୁଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଉକ୍ତ ମାମଲାର ବିଚାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ଅତିରିକ୍ତ ପିପି
ସୁଧାଂଶୁ ମୋହନ ପତି ମାମଲା ପରିଚାଳନା କରିଥିଲେ ା