ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ

ଭଦ୍ରକ ଅଫିସ, ୨୦ା୧୧- ଭଦ୍ରକ ଅତିରିକ୍ତ ଜିଲା ତଥା ଦୌରା ଜଜ୍‌ ପ୍ରଣତି ସାହା ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଶରତ ମଳିକଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେବା ସହିତ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ମକଦ୍ଦମା ବିବରଣୀ ଅନୁଯାୟୀ, ଧୂଷୁରୀ ଥାନା ଅନ୍ତର୍ଗତ ବମକୁରା ବନ୍ଧସାହି ଗ୍ରାମର ସୃଷ୍ଟିଧର ମଳିକ ୨୦୧୬ ଜାନୁୟାରୀ ୫ ତାରିଖରେ ଧୂଷୁରୀ ବଜାରକୁ ଯାଇ ଫେରୁଥିବା ବେଳେ ଗାଁମୁଣ୍ଡରେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଥିଲା। ପାରିବାରିକ କଳହ ତଥା ଜମିଜମାକୁ କେନ୍ଦ୍ର କରି ଗ୍ରାମର ଶରତ ମଳିକ, ସ୍ତ୍ରୀ ଦ୍ୱିତୀ ମଳିକ, ପୁଅ ବିପିନ ମଳିକ ଓରଫ୍‌ ନନ୍ଦକିଶୋର ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଗୁରୁତର ଆହତ ହୋଥବବା ସୃଷ୍ଟିଧରଙ୍କୁ ଚିକତ୍ସା ଲାଗି ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ୪ ଦିନ ପରେ ଅର୍ଥାତ୍‌ ୯ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଧୂଷୁରୀ ଥାନା ପୋଲିସ ୩୦୨, ୧୦୯ ଓ ୩୪ ଦଫା ଅନୁଯାୟୀ ଏକ ମାମଲା(ନଂ ୪/୧୬) ରୁଜୁ କର ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଦ୍ୱିତୀ ଓ ବିପିନ ଜାମିନରେ ଯାଇଥିଲେ ମଧ୍ୟ ଶରତ ବିଚାରଧୀନ ବନ୍ଦୀ ଭାବେ ଜେଲରେ ଅଟକ ରହିଥିଲେ। କୋର୍ଟ ଏହି ମାମଲାର ବିଚାର କରି ଅଭିଯୁକ୍ତ ଶରତ ମଳିକଙ୍କୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସ୍ତ୍ରୀ ଦ୍ୱିତୀ ଓ ପୁଅ ବିପିନଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରାଯାଇିଛି। ସରକାରଙ୍କ ପକ୍ଷରୁ ଆଡିସନାଲ ପବ୍ଲିକ ପ୍ରସୁକ୍ୟୁଟର ମଧୁସ୍ମିତା ସାହାଣୀ ଏହି ମାମଲା ପରିଚାଳାନା କରିଥିଲେ।