Categories: ଗଞ୍ଜାମ

ହତ୍ୟା ଉଦ୍ୟମ, ଜଣେ ଗିରଫ

ଗୋପାଳପୁର,୧ା୧୨-ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ହତ୍ୟା ଉଦ୍ୟମ କରିବା ଅଭିଯୋଗରେ ଶନିବାର ଗୋପାଳପୁର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଏସ. ଚନ୍ଦ୍ରେୟା। ଏ ନେଇ ପୋଲିସ ନଂ.୧୩୭/୧୯ରେ ମାମଲା ରୁଜୁ କରିଛି। ଚନ୍ଦ୍ରେୟାଙ୍କୁ ରବିବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛିି।
ପ୍ରକାଶ ଯେ, ଗୋପାଳପୁର ଥାନା ନୂଆଗୋଳାବନ୍ଧର ଜେ. ବୈରାଗୀ ବାଇକ୍‌ରେ ଶୁକ୍ରବାର ନୂଆ କମଳାପୁର ଆସୁଥିବା ବେଳେ ଚନ୍ଦ୍ରେୟା ବୈରାଗୀଙ୍କୁ ଗାଳିଗୁଲଜ କରିବା ସହ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିଲେ। ପରେ ବୈରାଗୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପଟେ ଚନ୍ଦ୍ରେୟାଙ୍କ ପରିବାର ପକ୍ଷରୁ ମହିଳାମାନେ ପକ୍ଷପାତିତା କରି ପୋଲିସ ଆମ ନାଁରେ ମାମଲା ରୁଜୁ କରିଛି ବୋଲି ବ୍ରହ୍ମପୁର ଏସ୍‌ପିଙ୍କ ନିକଟକୁ ଅଭିଯୋଗ କରିବାକୁ ଯାଇଥିଲେ। ସନ୍ଧ୍ୟାରେ ଗ୍ରାମରୁ ଚନ୍ଦ୍ରେୟାଙ୍କୁ ଧରାଯାଇଥିଲା। ସୂଚନାଥାଉକି, ଦୁଇମାସ ତଳେ ଚନ୍ଦ୍ରେୟା ଓ ତାଙ୍କ ଭାଇ ମିଳିତ ହୋଇ ଜେ. ବୈରାଗୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ ବୈରାଗୀ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ। ଘଟଣା ପରେ ଚନ୍ଦ୍ରେୟା ଓ ତାଙ୍କ ଭାଇମାନେ ଫେରାର୍‌ ହୋଇଯାଇଥିଲେ।