ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ଭଞ୍ଜନଗର,୨୦।୧୦(ଡି.ଏନ.ଏ)-ଆରତୀ ନାହାକ ହତ୍ୟା ମାମଲାରେ ଭଞ୍ଜନଗର ପୋଲିସ ରବିବାର ସ୍ବାମୀ ରଞ୍ଜିତ ନାହାକଙ୍କୁ ଗିରଫ କରିଛିି। ଏଥିସହ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।
ଭଞ୍ଜନଗର ସହର ନାହାତୋଟାସାହିରେ ଗତ ୧୬ ତାରିଖରେ ଆରତୀଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଶଶ୍ୱର ଘର ଲୋକେ ପୋଡ଼ି ଦେଇଥିଲେ। ଘଟଣାର ଦୁଇଦିନ ପରେ ମୃତକଙ୍କ ଭାଇ ଆରତୀଙ୍କୁ ହତ୍ୟା କରାଯାଇଥିତ୍ବା ନେଇ ଥାନାରେ ଅଭିଯୋଗ କରିଥିଲେ। ନଂ. ୩୫୧/୧୯ରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ପୋଲିସ ଶ୍ମଶାନ ଘାଟରୁ ହାଡ଼ ପାଉଁଶ ଜବତ କରିଥିଲା।