Posted inରାଜ୍ୟ

ହଟିଲା ସାମୁଦ୍ରିକ ମାଛଧରା କଟକଣା : ସମୁଦ୍ର ଅଭିମୁଖେ ବାହାରିଲେ ମତ୍ସ୍ୟଜୀବୀ

ପାରାଦୀପ,୧୫ା୬(ସ୍ବ.ପ୍ର.): ଦୀର୍ଘ ୨ ମାସର ନିରବତା ପରେ ରାଜ୍ୟର ଅନ୍ୟତମ ବୃହତ ମତ୍ସ୍ୟଶିଳ୍ପ ପାରାଦୀପ ମାଛଧରା ବନ୍ଦର ଚଳଚଞ୍ଚଳ ହୋଇପଡିଛି। ଶୁକ୍ରବାର ମଧ୍ୟରାତ୍ରୀରୁ ପ୍ରାୟ ୭୦୦ ମାଛଧରା ଟ୍ରଲର ଓ ଯନ୍ତ୍ରଚାଳିତ ଡଙ୍ଗାରେ ମତ୍ସ୍ୟଜୀବୀମାନେ ସମୁଦ୍ର ଅଭିମୁଖେ ଯାଇଛନ୍ତି। ଏଥିସହ ମତ୍ସ୍ୟଶିଳ୍ପ ସହ ଜଡିତ ଅନ୍ୟ ବ୍ୟବସାୟୀ, ଟ୍ରଲର ମାଲିକମାନେ ବନ୍ଦରରେ ଡେରା ପକାଇଛନ୍ତି। ଏହା ପରେ ରପ୍ତାନୀକାରୀ ମାଛ ବ୍ୟବସାୟୀମାନେ ଆସି ୩ରୁ ୪ ଦିନ ମଧ୍ୟରେ ପହଞ୍ଚତ୍ବେ। ତା’ପରେ ଚାଲିବ ବ୍ୟବସାୟ ଓ ଗହଳି। ପ୍ରକାଶ ଯେ, ସମୁଦ୍ରରେ ମାଛବଂଶ ବୃଦ୍ଧି ନିମନ୍ତେ ସରକାର ଦୁଇ ମାସ ସାମୁଦ୍ରିକ କଟକଣା ଜାରି କରିଥାନ୍ତି। ଏପ୍ରିଲ ୧୫ରୁ ଜୁନ୍‌ ୧୪ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ କେହି ମାଛ ଧରନ୍ତି ନାହିଁ। ଦୁଇ ମାସର ବିରତି ଓ ମୌସୁମୀ ଆଗମନ ଯୋଗୁ ଆସନ୍ତା ମାସକ ମଧ୍ୟରେ ଅପେକ୍ଷାକୃତ ଅଧିକ ପରିମାଣର ମାଛ ମିଳିବ। ତେଣୁ ଟ୍ରଲର ମାଲିକମାନେ ଏହି ପ୍ରଥମ ମାସ ମାଛଧରାକୁ ଅପେକ୍ଷା କରିଥାନ୍ତି। ଏହା ପରେ ଯଦିଓ ମାଛ ଧରା ଅବ୍ୟାହତ ଥାଏ, ତେବେ ପ୍ରକୃତି ପ୍ରତିବନ୍ଧକ ସାଜିଥାଏ। ସାମାନ୍ୟ ବର୍ଷା ପବନର ଆଗୁଆ ସୂଚନା ମିଳିବା ମାତ୍ରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଏ। ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀଙ୍କୁ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଏ। ତେଣୁ ଅଧିକାଂଶ ଟ୍ରଲର ଫେରିବାକୁ ବାଧ୍ୟ ହୋଇଥାଏ। ଏହା ଦ୍ୱାରା ସେମାନଙ୍କ ତେଲ ଓ ବରଫ ଖର୍ଚ୍ଚ ମଧ୍ୟ ଉଠେ ନାହିଁ। ଗୋଟିଏ ମାଛଧରା ଟ୍ରଲର ବର୍ଷକୁ ଅତି ବେଶିରେ ୨୦ରୁ ୨୨ଥର ମାଛ ଧରିବାକୁ ସମୁଦ୍ରକୁ ଯାଇଥାଏ। ଏହାକୁ ସେମାନଙ୍କ ଭାଷାରେ ଭଏସ ବୋଲି କୁହାଯାଏ। ଗୋଟିଏ ଭଏସ ପାଇଁ ଏବେ ମାଲିକଙ୍କୁ ୩ରୁ ୪ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ବୋଲି କୁହନ୍ତି ମାଲିକ ଅରବିନ୍ଦ ସ୍ବାଇଁ। ସେହି ଖର୍ଚ୍ଚ ସହ ୭ଜଣ ମତ୍ସ୍ୟଜୀବୀଙ୍କ ଖର୍ଚ୍ଚ ରହିଛି। କାରଣ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ୭ରୁ ୧୦ଦିନ ରହିବାକୁ ପଡ଼େ। ପାଗ ଖରାପ ହେଲେ ଅଧାରୁ ଯେଉଁ ଟ୍ରଲର ଫେରେ ତା’ର କ୍ଷତି ହୋଇଥାଏ। ପୂର୍ବରୁ ସମୁଦ୍ରରେ ଅଧିକ ପରିମାଣର ମାଛ ମିଳୁଥିବାରୁ ମାଲିକଙ୍କୁ ପ୍ରାୟତଃ ଲାଭ ମିଳୁଥିଲା। ଗତ କିଛିବର୍ଷ ହେଲା ଜଳବାୟୁ ପରିବର୍ତ୍ତନ ପ୍ରଭାବ ଓ ଶିଳ୍ପାୟନ ପ୍ରଦୂଷଣ ଯୋଗୁ ମାଛବଂଶ ଲୋପ ପାଇବାରେ ଲାଗିଛି। ତେଣୁ ଏବେ ସମୁଦ୍ରକୁ ଟ୍ରଲର ପଠାଇବା ଜୁଆ ଖେଳ ଭଳି ହୋଇଛି। ଯଦି ମାଛ ମିଳିଗଲା ତେବେ ଠିକ୍‌ ଅଛି। ନଚେତ ପ୍ରତି ଭଏସରେ କ୍ଷତିର ଭୟ ରହୁଛି ବୋଲି ଅନେକ ମାଲିକ କହିଛନ୍ତି। ଏହାବାଦ୍‌ ମୁହାଣରେ ଦୁର୍ଘଟଣା ଭୟ ଅଛି। ଯେଉଁ ପୁରୁଖା ମତ୍ସ୍ୟଜୀବୀ ଏହି ବ୍ୟବସାୟରେ ରହିଛନ୍ତି ସେମାନେ ଅନ୍ୟ ବୃତ୍ତିକୁ ଯାଇପାରୁ ନାହାନ୍ତି। ଅନ୍ୟପକ୍ଷରେ ଦୀର୍ଘବର୍ଷ ହେଲା କୌଣସି ନୂଆ ଲୋକ ମାଛଧରା ବୃତ୍ତିକୁ ଆସୁ ନ ଥିବା ଓମ୍ଫା ପକ୍ଷରୁ କୁହାଯାଇଛି। ଏହା ସତ୍ତ୍ୱେ ସମୁଦ୍ର ମାଛ ଓ ମାଛଧରା ବନ୍ଦର ପ୍ରତି ଲୋକଙ୍କ ଆଦର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri