ହଜିବାକୁ ବସିଲାଣି କଟକର ତାରକସି: ଦୁର୍ଦ୍ଦିନରେ ତାରକସି କାରିଗର

ହଜାରହଜାର ବର୍ଷର ସହର କଟକ। ଐତିହ୍ୟ ଓ ପରମ୍ପରା ଭିତରେ ବଞ୍ଚିଛି ଏଠାକାର ଲୋକଙ୍କ ମାନ ଆଉ ସ୍ବାଭିମାନ। ଏହା କେବଳ ଗୋଟିଏ ସହରର ନାଁ ନୁହେଁ, ବରଂ ଭାରତ ଭୂଖଣ୍ଡରେ ଓଡ଼ିଶାର ସ୍ବତନ୍ତ୍ର ପରିଚୟକୁ ବହନ କରୁଥିବା ଏକ କଳାର ମାଟି। ବିଶ୍ୱ ମାନଚିତ୍ରରେ ଉତ୍କୃଷ୍ଟ ତାରକସି କାର୍ଯ୍ୟ ପାଇଁ ଏହି ମାଟିର ରହିଛି ସ୍ବତନ୍ତ୍ର ପରିଚୟ। ହେଲେ ତାରକସି କଳା ଏବେ ବିଲୁପ୍ତପ୍ରାୟ। ଏବେ ଏହି କଳାକୁ ଏବେ କଳାବାଦଲ ଗ୍ରାସିଛି। ତାରକସି କଳାକୁ ଆଦରି ଜୀବନଜୀବିକାକୁ ଆଗେଇ ନେଉଥିବା କଳାକାରଙ୍କ ଅବସ୍ଥା ଦୁର୍ଦ୍ଦିନରେ ବିତୁଛି। କହିବାକୁ ଗଲେ ବୁଡ଼ିବାକୁ ବସିଲାଣି ତାରକସି କାରଗର କୁଳ। ଏବେ ସହରରେ ହାତଗଣତି ତାରକସି କାରିଗର। ୨୦ବର୍ଷ ପୂର୍ବେ କଟକର ଯେଉଁ ଗଳିରେ ୧୦୦ରୁ ୨୦୦ ତାରକସି କାରିଗର ଥିଲେ ଏବେ ସେଠାରେ ୨ରୁ ୩ଜଣ ଲୋକ ଚାନ୍ଦିକୁ ଚମକାଉଛନ୍ତି। କୌଣସି ବିଶେଷ ସୁବିଧା ସୁଯୋଗ ନ ଥିବାରୁ ପରପିଢ଼ି ମଧ୍ୟ ଏହି କଳାରୁ ମୁହଁ ଫେରାଇଲେଣି। ଏହା ନିଶ୍ଚିତ ଯେ, ତାରକସି କାର୍ଯ୍ୟରେ କୌଣସି ଯୁବପିଢ଼ି ନାହାନ୍ତି। ଏଣୁ ଆଉ ଗୋଟିଏ ପିଢ଼ି ଅତିକ୍ରମ ପରେ କଟକରେ ତାରକସି କାର୍ଯ୍ୟ ପ୍ରାୟ ବନ୍ଦ ହୋଇଯିବାର ସମ୍ଭାବନା ଦେଖା ଦେଇଛି।

କଟକର ସ୍ଥାନ ନେଲାଣି କୋଲିକତା
ଚାନ୍ଦିକୁ ତରଳାଇ, ଏଥିରୁ ତାର ପ୍ରସ୍ତୁତ କରି ବିଭିନ୍ନ ରୂପ ଦିଆଯାଏ। ଏଭଳି ନିଆରା ଆଉ ସ୍ବତନ୍ତ୍ର କାର୍ଯ୍ୟର ନାଁ ତାରକସି । ଏକଦା କଟକର ତାରକସି କାରିଗରମାନେ ଦେଶ ବିଦେଶରେ ପରିଚୟ ସୃଷ୍ଟି କରିଥିଲେ। ମାନସିଂପାଟଣା, ମହମ୍ମଦିଆବଜାର ଓ ଡଗରପଡ଼ା ସାହିରେ ହିଁ ଅଧିକ ମାତ୍ରାରେ ତାରକସି କାରିଗରଙ୍କ ଘର। ବିଦେଶର ବିଭିନ୍ନ ସ୍ଥାନରେ ଏହି କାରିଗରଙ୍କ କଳାକୃତି ସ୍ଥାନ ପାଇଛି। କିଛି ବର୍ଷ ପୂର୍ବେ କଲିକତାର କିଛି କାରିଗର କଟକ ଆସି ତାରକସି କାର୍ଯ୍ୟ ଶିକ୍ଷା କରୁଥିଲେ। ଶିଖୁଥିବା କାରିଗରମାନେ ଏବେ କଲିକତାରେ ତାରକସି କାର୍ଯ୍ୟ କରୁଛନ୍ତି। ଏବେ କଟକର ସ୍ଥାନ କଲିକତା ନେଲାଣି। ଏଠାରୁ ଅଧିକ ମାତ୍ରାରେ ତାରକସି କାର୍ଯ୍ୟ କଲିକତାରେ ହେଉଥିବା ଜଣାପଡ଼ିଛି।

ହଜିଗଲା ‘ତାରକସି ହବ୍‌’
କଟକ ଖପୁରିଆ ଶିଳ୍ପାଞ୍ଚଳ ଭିତରେ କଳିଙ୍ଗ ଫିଲିଗ୍ରୀ ନାମରେ ଏକ ସଂସ୍ଥା ଥିଲା। ରାଜ୍ୟ ସରକାର ଏହାର ପରିଚାଳନା ଦାୟିତ୍ୱରେ ଥିଲେ। ଏଠାରେ ପ୍ରସ୍ତୁତ ତାରକସି ସାମଗ୍ରୀ ବିଦେଶରେ ବିକ୍ରି କରାଯିବା ସହ ମୋଟା ଅଙ୍କର ଅର୍ଥ ରୋଜଗାର ହେଉଥିଲା। ଫଳସ୍ବରୂପ କାରିଗରମାନେ ଲାଭବାନ ହେଉଥିଲେ। ମାତ୍ର ଅନେକ ବର୍ଷ ହେବ କଳିଙ୍ଗ ଫିଲିଗ୍ରୀ ବନ୍ଦ ହୋଇପଡ଼ିଛି। ଏହାକୁ ତାରକସି ହବ୍‌ରେ ପରିଣତ କରାଯିବ ବୋଲି ବିଭିନ୍ନ ନେତା, ମନ୍ତ୍ରୀ କଟକର ସଭାସ୍ଥଳରେ ଘୋଷଣା କରିଥିଲେ। ଶୁଣିବାକୁ ମିଳିଥିଲା ଯେ, ବାରବାଟୀ ଷ୍ଟାଡିୟମ ସମ୍ମୁଖ କିଲା ପଡ଼ିଆରେ ଏହି ହବ୍‌ ନିର୍ମାଣ ହେବ। ପରେ ତୁଳସୀପୁରଠାରେ ତାରକସି ହବ୍‌ ହେବ ବୋଲି କୁହାଯାଉଥିଲା। ଏବେ ହାଡ଼ିଆପଠା ନିକଟରେ କରାଯିବ ବୋଲି ଶୁଣିବାକୁ ମିଳୁଛି। ହେଲେ ଏହି ହବ୍‌ କେବେ ହେବ ତାହାର ସ୍ପଷ୍ଟ ଉତ୍ତର କାହା ପାଖରେ ନାହିଁ।

କାଇଁଚରୁ ପ୍ରସ୍ତୁତ ଅଠା
ନିଖୁଣ ତାରକସି କାର୍ଯ୍ୟରେ ଚାନ୍ଦିର ତାରଗୁଡ଼ିକୁ ଯୋଡ଼ିବା ପାଇଁ କାଇଁଚ ଅଠା ବ୍ୟବହାର ହୁଏ। କାଇଁଚକୁ ପଥରେ ଘସି ଏଥିରୁ ବାହାରୁଥିବା ତରଳ ପଦାର୍ଥ(ଅଠା)କୁ ଚାନ୍ଦି ଯୋଡ଼ିବାରେ ବ୍ୟବହାର କରାଯାଏ। ଏଭଳି କାର୍ଯ୍ୟ କେଉଁଠାରେ ହେଉ ନ ଥିବ ବୋଲି କାରିଗରମାନେ କୁହନ୍ତି। ଏହି ଅଠା ଅନ୍ୟ ସମସ୍ତ ଅଠା ଠାରୁ ମଜଭୁତ ବୋଲି କୁହାଯାଏ।

ପେଟ ପୋଷୁଛି ଦଶହରା ଚାନ୍ଦିମେଢ଼
ଦଶହରାରେ ଚାନ୍ଦି ମେଢ଼ ନିର୍ମାଣ ହୁଏ। ବିଭିନ୍ନ ପୂଜା କମିଟି ଚାନ୍ଦି ମେଢ଼ ଦୌଡ଼ରେ ଅଛନ୍ତି। ଦିନକୁ ଦିନ ଚାନ୍ଦିମେଢ଼ ତାଲିକା ବଢ଼ୁଥିବାବେଳେ ଏଥିରୁ କଟକର ତାରକସି କାରୀଗରମାନେ ହିଁ ଲାଭବାନ ହେଉଛନ୍ତି। କଟକ, ଭୁବନେଶ୍ୱର ସମେତ ରାଜ୍ୟର ଯେଉଁ ସ୍ଥାନରେ ବି ଚାନ୍ଦି ମେଢ଼ ହୋଇଛି ସେ ସବୁ କଟକର କାରିଗରଙ୍କ ଦ୍ୱାରା କରାଯାଇଛି। ଏଣୁ ଦଶହରା ଯୋଗୁଁ ଏହି କାରିଗରମାନେ ପେଟ ପୋଷିବକୁ ସକ୍ଷମ ହେଉଛନ୍ତି ବୋଲି କୁହନ୍ତି।
(ରିପୋର୍ଟ: କୁମାରଶ୍ରୀ ସାହୁ, କଟକ)


Enter your email to get our daily news in your inbox.

All Right Reserved By Dharitri.Com

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

ନକଲି CID ଅଧିକାରୀ ଗିରଫ: ଶିକ୍ଷାନୁଷ୍ଠାନ, ବ୍ୟବସାୟୀଙ୍କୁ କରୁଥିଲେ ଟାର୍ଗେଟ

ଭୁବନେଶ୍ୱର,୩।୪: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଶୁକ୍ରବାର ଏକ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର ଥାନା ପୋଲିସ ଟିମ୍‌ ୮ଜଣ ନକଲି CID ଅଧିକାରୀଙ୍କୁ ଧରି ପଚରାଉଚରା କରୁଛି।…

ଆମ ବସ୍‌ ଧକ୍କାରେ ଅତିରିକ୍ତ ଡିସିପି ଆହତ

ଭୁବନେଶ୍ୱର,୩ା୪: ରାଜଧାନୀରେ ପୁଣି ଥରେ ଦୁର୍ଘଟଣା ଘଟାଇଛି ଆମ ବସ୍‌। ଏହି ବସ୍‌ ଧକ୍କାରେ ଅତିରିକ୍ତ ଡିସିପି କୃଷ୍ଣଚନ୍ଦ୍ର ସେଠୀ ଆହତ ହୋଇଛନ୍ତି। ସାଇକେଲ୍‌ରେ ଯିବା ସମୟରେ…

ଅବକାରୀ ବିଭାଗର ନୂଆ ଗାଇଡଲାଇନ: ଏଣିକି ଏମିତି ମିଳିବ ମଦ

ଭୁବନେଶ୍ୱର,୩।୪: ଅବକାରୀ ବିଭାଗ ନୂଆ ଗାଇଡଲାଇନ ଆଣିଛି। ଏଣିକି ଟେଟ୍ରା ପ୍ୟାକରେ ମଦ ମିଳିବ। ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର। ୧୮୦ ମିଲି ପର୍ଯ୍ୟନ୍ତ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

କନିଷ୍ଠ ଶିକ୍ଷକଙ୍କୁ ନିୟମିତ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି: ପିଛିଲା ଭାବେ ମିଳିବ ମୋଟାଅଙ୍କର ଦରମା …

ଭୁବନେଶ୍ୱର,୩ା୪ (ସୁଚିସ୍ମିତା ସାହୁ):କନିଷ୍ଠ ଶିକ୍ଷକ (ସ୍କିମାଟିକ୍‌)ଙ୍କୁ ନିୟମିତ କରିବା ପାଇଁ ଗୁରୁବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି କନିଷ୍ଠ ଶିକ୍ଷକମାନେ ସହକାରୀ ଶିକ୍ଷକ ଭାବେ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri