ହଜିଗଲାଣି ମଣିଷପଣିଆ: କାର୍‌ ଡିକିରେ ବାପାଙ୍କ ମୃତଦେହ ସ୍ବର୍ଗଦ୍ୱାର ଆଣିଲେ ପୁଅ

ପୁରୀ ଅଫିସ, ୨।୨: ମୃତଦେହକୁ ମଶାଣି ପର୍ଯ୍ୟନ୍ତ ନେବା ପାଇଁ ଲୋଡ଼ା ହେଉଥିଲା ଛ’ ଖଣ୍ଡ କାଠ। କାନ୍ଦ ବୋବାଳିରେ ଫାଟି ପଡୁଥିଲା ଘରଦ୍ୱାର। ସାହିଭାଇ କୋକେଇ କାନ୍ଧେଇ ମଶାଣି ଅଭିମୁଖେ ଚାଲୁଥିଲେ। ଏବେ ସେ ଦୃଶ୍ୟ ଆଗଭଳି ଆଉ ଏତେମାତ୍ରାରେ ଦେଖିବାକୁ ମିଳୁ ନାହିଁ। ଆମ୍ବୁଲାନ୍ସ, ସ୍ବର୍ଗସବାରି ଭଳି ଗାଡ଼ିରେ ସତ୍କାର ପାଇଁ ମୃତଦେହକୁ ନିଆଯାଉଛି। କିନ୍ତୁ ଶନିବାର ପୁରୀ ସ୍ବର୍ଗଦ୍ୱାରରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା ଆଜିର ସଭ୍ୟ ସମାଜକୁ ଲଜ୍ଜିତ କରିବା ଭଳି। ଜଣେ ବ୍ୟକ୍ତି ତାଙ୍କ ବାପାଙ୍କ ମରଶରୀରକୁ କାର୍‌ ଡିକିରେ ପୂରାଇ ଅସମ୍ମାନିତ ଢଙ୍ଗରେ ସତ୍କାର ପାଇଁ ଆଣିଥିଲେ। ଏହି ଘଟଣା ଦେଖିବା ପରେ ମଣିଷ ଭିତରେ ମାନବିକତା ମରିଗଲାଣି ଆଉ ମଣିଷପଣିଆ ହଜିଗଲାଣି ବୋଲି ସ୍ପଷ୍ଟ ହୋଇଛି।

ମା’ ବାପାଙ୍କ ସ୍ଥାନ ସର୍ବଦା ସ୍ବତନ୍ତ୍ର। ମୁଣ୍ଡଝାଳ ତୁଣ୍ଡରେ ମାରି ପିଲାମାନଙ୍କୁ ମଣିଷ କରିବା ଲାଗି ମା’, ବାପା ନିଜର ସୁଖସ୍ବାଚ୍ଛନ୍ଦ୍ୟକୁ ପାସୋରି ଦିଅନ୍ତି। ପିଲାଙ୍କ ମୁହଁରେ ହସ ଫୁଟାଇବା ପାଇଁ ସେମାନେ ନିଜ ଦୁଃଖକୁ ନେଇ ଗୁମୁରି କାନ୍ଦନ୍ତି। କିନ୍ତୁ ମୁଣ୍ଡକୁ ହାତ ପାଇଗଲା ପରେ ଅନେକ ପିଲା ମା’ ବାପାଙ୍କ ପ୍ରତି ସେମାନଙ୍କ କର୍ତ୍ତବ୍ୟ ଭୁଲିଯାନ୍ତି। କେହି କେହି ନିଜ ମା’ ବାପାଙ୍କୁ ପରିଣତ ବୟସରେ ବୋଝ ଭାବି ଘରୁ ତଡ଼ିଦିଅନ୍ତି ତ ପୁଣି କାହାର ଶେଷ ଠିକଣା ପାଲଟେ ଜରାଶ୍ରମ। ଏମିତି ଲାଞ୍ଛିତ ମା’ ବାପାଙ୍କ ଉଦାହରଣ ଆଜିର ସଭ୍ୟ ସମାଜରେ ବେଶ୍‌ ଲମ୍ବା। ସେହିଭଳି ଏକ ଦୃଶ୍ୟ ଶନିବାର ସ୍ବର୍ଗଦ୍ୱାରରେ ଦେଖିବାକୁ ମିଳିଥିଲା। ସନ୍ଧ୍ୟାରେ ଏକ କାର୍‌ ପହଞ୍ଚତ୍ଥିଲା ସ୍ବଗଦ୍ୱାର ସମ୍ମୁଖ ରାସ୍ତାରେ। କଟକରୁ ଆସିଥିବା ଏହି କାର୍‌ ପଛ ଡିକିରେ ଜଣେ ବୃଦ୍ଧଙ୍କ ମୃତଦେହ ମୋଡ଼ିିମାଡ଼ି ରଖାଯାଇଥିଲା। ନିଜ ପିତାଙ୍କ ଅନ୍ତିମ ସତ୍କାର କରିବା ଲାଗି ପୁଅ ଏବଂ ସମ୍ପର୍କୀୟମାନେ ଏମିତି ଢଙ୍ଗରେ ମୃତଦେହ ଆଣିଥିଲେ ସ୍ବର୍ଗଦ୍ୱାର। ତାଙ୍କ ବେକରେ ଗେଣ୍ଡୁହାର ପକାଯାଇଥିବାବେଳେ ସେ ଉପରକୁ ମୁହଁ କରିଥିଲେ। ଯିଏ ଏହି ଦୃଶ୍ୟ ଦେଖୁଥିଲେ ସେ ମୁଣ୍ଡରେ ହାତ ଦେଉଥିଲେ। କ’ଣ ହୋଇଗଲା ଆଜିର ଯୁଗ ବୋଲି କହି ଅନ୍ୟମାନେ ହତୋତ୍ସାହିତ ହୋଇପଡୁଥିଲେ। ଯଦି ଗାଡ଼ିିଟିଏ କରି ଆଣିବାର ନ ଥିଲା ତେବେ ସ୍ବର୍ଗଦ୍ୱାର ଆଣୁଥିଲେ କାହିଁକି, ବରଂ ଗଁା ଶ୍ମଶାନରେ ଦାହ କରିଦେବା ଉଚିତ ଥିଲା ବୋଲି ଲୋକେ ପରସ୍ପର ମଧ୍ୟରେ କୁହାକୁହି ହେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ମାମ୍‌ ଆପଣଙ୍କର ପିଲା ହୋଇଥିଲେ କ’ଣ…’, ପୋଲିସର ଲାଠିଚାର୍ଜରେ ଭୋ ଭୋ ହୋଇ କାନ୍ଦିଲେ ଯୁବତୀ, ଦେଖନ୍ତୁ Video

ନୂଆଦିଲ୍ଲୀ,୨୦।୭: ଦିଲ୍ଲୀର ଜନ୍ତର ମନ୍ତରଠାରେ ଆଜି ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି। ‘କକରୋଚ ଜନତା ପାର୍ଟି’ (CJP) ର କର୍ମକର୍ତ୍ତା ଏବଂ ସମର୍ଥକମାନେ…

ତେରେସିଂହା ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଭିତ୍ତିଭୂମି ପରଖିଲେ ଜିଲାପାଳ

କର୍ଲାମୁଣ୍ଡା,୨୦।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ହେବାକୁ ଥିବା ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ…

ଘର ପିଣ୍ଡାରେ ଛିଡା ହୋଇଥିଲେ ରବିନ୍ଦ୍ର, ମାରିଲା ଘଡ଼ଘଡ଼ି; ଆଉ ତା’ପରେ…

ମୋରଡା,୨୦।୭(ସ୍ମାରକ ମାଜୀ): ବଜ୍ରପାତ ମାରିବାରୁ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଞ୍ଚଳର ଜଣେ ଯୁବକ ଓ଼ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି…

ଧର୍ମେନ୍ଦ୍ର ପ୍ରଧାନଙ୍କୁ କାହିଁକି ବଞ୍ଚାଉଛନ୍ତି ସରକାର? ବଡ଼ ଖୁଲାସା କଲେ ପ୍ରିୟଙ୍କା ଚତୁର୍ବେଦୀ, ମୋଦିଙ୍କ ‘ଖାସ୍‌ ରତ୍ନ’ କହି…

ନୂଆଦିଲ୍ଲୀ,୨୦।୭: ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ହିଁ ଶିକ୍ଷା ବ୍ୟବସ୍ଥା ଏବଂ NEET-UG ପେପର ଲିକ୍‌ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ମନୋଭାବ…

ଛାତ୍ରୀଛାତ୍ରଙ୍କୁ ସଫଳତାର ମନ୍ତ୍ର ଦେଲେ ଜିଲାପାଳ

ତୁମୁଡିବନ୍ଧ,୨୦ା୭(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଟିପ୍ସ ଫର୍ମ ଆଇଏଏସ୍‌ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ସାପ କାମୁଡ଼ାରେ ଶାଶୁ ମୃତ, ବୋହୂ ଗୁରୁତର 

ନନ୍ଦାହାଣ୍ଡି, ୨୦।୭ (ପ୍ରତୀପ କୁମାର ଦାଶ): ଗୋଟିଏ ପରିବାରର ୨ ଜଣଙ୍କୁ ଏକ ସାପ କାମୁଡ଼ି ଦେଇଛି। ଏଥିରେ ଶାଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ବୋହୂ ଗୁରୁତର…

ସ୍ବର ଉଠାଉଥିବା ପିଲାଙ୍କ ଉପରେ କରାଯାଉଛି ଲାଠିଚାର୍ଜ: ଯୁବ-ବିରୋଧୀ ପ୍ରଧାନମନ୍ତ୍ରୀ କହି ବର୍ଷିିଲେ ରାହୁଲ

ନୂଆଦିଲ୍ଲୀ, ୨୦।୭: ଦିଲ୍ଲୀରେ ‘କକରୋଚ ଜନତା ପାର୍ଟି’ (CJP) ପକ୍ଷରୁ ଚାଲିଥିବା ବିରୋଧ ପ୍ରଦର୍ଶନ ମଧ୍ୟରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କେନ୍ଦ୍ର…

ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ଫୁଲବାଣୀ, ୨୦ା୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ପୁଣି ଛାତ୍ରୀ ଗର୍ଭବତୀ ହୋଇଛନ୍ତି। ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବିଭାଗ ଦ୍ୱାରା ପରିଚାଳିତ ଏକ ବିଦ୍ୟାଳୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri