Posted inଖେଳ

ହକି ଇଣ୍ଡିଆ ପୁରସ୍କାର ଦୌଡ଼ରେ ଦୀପ୍‌ ଗ୍ରେସ୍‌

ନୂଆଦିଲ୍ଲୀ, ୪।୩- ହକି ଇଣ୍ଡିଆ ବାର୍ଷିକ ପୁରସ୍କାରର ତୃତୀୟ ସଂସ୍କରଣ ପାଇଁ ମନୋନୟନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ହକି ତାରକା ମାନଙ୍କୁ ପୁରସ୍କାର ଆକାରରେ ୧.୩୦ କୋଟି ଟଙ୍କା ସହିତ ହକି ଇଣ୍ଡିଆ ଟ୍ରଫି ପ୍ରଦାନ କରାଯିବ। ଓଡ଼ିଶାର ମହିଳା ହକି ତାରକା ଦୀପ୍‌ ଗ୍ରେସ୍‌ ଏକ୍କା ୨ଟି କାଟେଗୋରି ପାଇଁ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ସେ ହକି ଇଣ୍ଡିଆ ଧ୍ରୁବ ବାତ୍ରା ପ୍ଲେୟର ଅଫ ଦି ଇୟର ୨୦୧୯(ମହିଳା) ଦୌଡ଼ରେ ଅନ୍ୟ ୩ ଜଣଙ୍କ ସହ ସାମିଲ ହୋଇଛନ୍ତି। ଅନ୍ୟ ୩ ଖେଳାଳି ହେଲେ ଗୁରଜିତ କୌର, ଅଧିନାୟିକା ରାଣୀ ରାମପାଲ ଓ ସବିତା। ଏହି କାଟେଗୋରି ପାଇଁ ପୁରସ୍କାର ଆକାରରେ ୨୫,୦୦,୦୦୦ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥାଏ। ସେହିପରି ଦୀପ୍‌ ଗ୍ରେସ୍‌ ହକି ଇଣ୍ଡିଆ ପର୍ଗତ ସିଂ ଡିଫେଣ୍ଡର ଅଫ ଦି ଇୟର ୨୦୧୯ ପୁରସ୍କାର ଦୌଡ଼ରେ ଅନ୍ୟ ୪ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଏହି ପୁରସ୍କାର ଦୌଡ଼ରେ ଥିବା ଅନ୍ୟ ୩ ଜଣ ଯାକ ପୁରୁଷ ଖେଳାଳି। ସେମାନେ ହେଲେ ହରମନପ୍ରୀତ ସିଂ, ସୁରେନ୍ଦର କୁମାର ଓ ବରୁଣ କୁମାର। ଏହି କାଟେଗୋରି ପାଇଁ ୫,୦୦,୦୦୦ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥାଏ। ଚଳିତ ମାସ ୮ ତାରିଖରେ ନୂଆଦିଲ୍ଲୀଠାରେ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ।
ହକି ଇଣ୍ଡିଆ ମେଜର ଧ୍ୟାନଚାନ୍ଦ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର ବିଜେତାଙ୍କ ନାମ ପୁରସ୍କାର ପ୍ରଦାନ ଉତ୍ସବରେ ଘୋଷଣା କରାଯିବ ବୋଲି ହକି ଇଣ୍ଡିଆ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ପୁରସ୍କାର ପାଇଁ ୩୦,୦୦,୦୦୦ଟଙ୍କା ଓ ଟ୍ରଫି ଦିଆଯାଇଥାଏ। ଧ୍ରୁବ ବାତ୍ରା ପ୍ଲେୟର ଅଫ ଦି ଇୟର(ପୁରୁଷ) ପୁରସ୍କାର (୨୫,୦୦,୦୦୦ଟଙ୍କା ଓ ଟ୍ରଫି) ଦୌଡ଼ରେ ଥିବା ଖେଳାଳିମାନେ ହେଲେ ହରମନପ୍ରୀତ ସିଂ, ମନଦୀପ ସିଂ, ଅଧିନାୟକ ମନପ୍ରୀତ ସିଂ ଓ ସୁରେନ୍ଦର କୁମାର। ଯୁଗରାଜ ସିଂ ଶ୍ରେଷ୍ଠ ଉଦୀୟମାନ ଖେଳାଳି(ପୁରୁଷ) ପୁରସ୍କାର ପାଇଁ ଦିଲପ୍ରୀତ ସିଂ, ଗୁରସାହିବଜିତ ସିଂ, ମନଦୀପ ମୋର ଓ ବିବେକ ସାଗର ପ୍ରସାଦ ଥିବାବେଳେ ଅସୁନ୍ତା ଲାକ୍ରା ଶ୍ରେଷ୍ଠ ଉଦୀୟମାନ ଖେଳାଳି(ମହିଳା) ପୁରସ୍କାର ଦୌଡ଼ରେ ଲାଲରେମସିଆମି, ସାଲିମା ଟେଟେ, ଶର୍ମିଳା ଦେବୀ ସ୍ଥାନ ପାଇଛନ୍ତି। ଏହି ୨ କାଟେଗୋରି ପାଇଁ ୧୦,୦୦,୦୦୦ ଲେଖାଏ ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ। ସେହିପରି ଧନରାଜ ପିଲେ ଫରଓ୍ବାର୍ଡ ଅଫ ଦି ଇୟର ପୁରସ୍କାର ପାଇଁ ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ, ନଭନୀତ କୌର ଓ ରାଣୀ ଥିବାବେଳେ ଅଜିତ ପାଲ୍‌ ସିଂ ମିଡ୍‌ଫିଲ୍ଡର ଅଫ ଦି ଇୟର ପୁରସ୍କାର ଦୌଡ଼ରେ ମନପ୍ରୀତ ସିଂ, ମୋନିକା, ନେହା ଗୋୟଲ ଓ ବିବେକ ସାଗର ପ୍ରସାଦ ରହିଛନ୍ତି। ବଲଜିତ ସିଂ ଗୋଲକିପର ଅଫ ଦି ଇୟର ପୁରସ୍କାର ପାଇଁ ପୁରୁଷ ଦଳର ପି.ଆର. ଶ୍ରୀଜେଶ ଓ କ୍ରିଷ୍ଣନ ବାହାଦୂର ପାଠକ ଏବଂ ମହିଳା ଦଳର ସବିତା ଓ ରଜନୀ ଇଟିମାରପୁ ସାମିଲ ହୋଇଛନ୍ତି। ଏହା ବ୍ୟତୀତ ହକିକୁ ମୂଲ୍ୟବାନ ଅବଦାନ ପାଇଁ ଯମୁନାଲାଲ ଶର୍ମା ପୁରସ୍କାର ଏବଂ ଅବିସ୍ମରଣୀୟ ପ୍ରଦର୍ଶନ ପାଇଁ ହକି ଇଣ୍ଡିଆ ପ୍ରେସିଡେଣ୍ଟ୍ସ ପୁରସ୍କାର ବିଜେତାଙ୍କ ନାମ ଉକ୍ତ ଉତ୍ସବରେ ଘୋଷଣା କରାଯିବ ବୋଲି ପ୍ରକାଶ କରାଯାଇଛି। ଏହି ୫ କାଟେଗୋରି ପାଇଁ ୫,୦୦,୦୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri