Posted inଖେଳ

ହକି ଇଣ୍ଡିଆ ପୁରସ୍କାର ଦୌଡ଼ରେ ଦୀପ୍‌ ଗ୍ରେସ୍‌

ନୂଆଦିଲ୍ଲୀ, ୪।୩- ହକି ଇଣ୍ଡିଆ ବାର୍ଷିକ ପୁରସ୍କାରର ତୃତୀୟ ସଂସ୍କରଣ ପାଇଁ ମନୋନୟନପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ହକି ତାରକା ମାନଙ୍କୁ ପୁରସ୍କାର ଆକାରରେ ୧.୩୦ କୋଟି ଟଙ୍କା ସହିତ ହକି ଇଣ୍ଡିଆ ଟ୍ରଫି ପ୍ରଦାନ କରାଯିବ। ଓଡ଼ିଶାର ମହିଳା ହକି ତାରକା ଦୀପ୍‌ ଗ୍ରେସ୍‌ ଏକ୍କା ୨ଟି କାଟେଗୋରି ପାଇଁ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ସେ ହକି ଇଣ୍ଡିଆ ଧ୍ରୁବ ବାତ୍ରା ପ୍ଲେୟର ଅଫ ଦି ଇୟର ୨୦୧୯(ମହିଳା) ଦୌଡ଼ରେ ଅନ୍ୟ ୩ ଜଣଙ୍କ ସହ ସାମିଲ ହୋଇଛନ୍ତି। ଅନ୍ୟ ୩ ଖେଳାଳି ହେଲେ ଗୁରଜିତ କୌର, ଅଧିନାୟିକା ରାଣୀ ରାମପାଲ ଓ ସବିତା। ଏହି କାଟେଗୋରି ପାଇଁ ପୁରସ୍କାର ଆକାରରେ ୨୫,୦୦,୦୦୦ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥାଏ। ସେହିପରି ଦୀପ୍‌ ଗ୍ରେସ୍‌ ହକି ଇଣ୍ଡିଆ ପର୍ଗତ ସିଂ ଡିଫେଣ୍ଡର ଅଫ ଦି ଇୟର ୨୦୧୯ ପୁରସ୍କାର ଦୌଡ଼ରେ ଅନ୍ୟ ୪ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଏହି ପୁରସ୍କାର ଦୌଡ଼ରେ ଥିବା ଅନ୍ୟ ୩ ଜଣ ଯାକ ପୁରୁଷ ଖେଳାଳି। ସେମାନେ ହେଲେ ହରମନପ୍ରୀତ ସିଂ, ସୁରେନ୍ଦର କୁମାର ଓ ବରୁଣ କୁମାର। ଏହି କାଟେଗୋରି ପାଇଁ ୫,୦୦,୦୦୦ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥାଏ। ଚଳିତ ମାସ ୮ ତାରିଖରେ ନୂଆଦିଲ୍ଲୀଠାରେ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ।
ହକି ଇଣ୍ଡିଆ ମେଜର ଧ୍ୟାନଚାନ୍ଦ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର ବିଜେତାଙ୍କ ନାମ ପୁରସ୍କାର ପ୍ରଦାନ ଉତ୍ସବରେ ଘୋଷଣା କରାଯିବ ବୋଲି ହକି ଇଣ୍ଡିଆ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ପୁରସ୍କାର ପାଇଁ ୩୦,୦୦,୦୦୦ଟଙ୍କା ଓ ଟ୍ରଫି ଦିଆଯାଇଥାଏ। ଧ୍ରୁବ ବାତ୍ରା ପ୍ଲେୟର ଅଫ ଦି ଇୟର(ପୁରୁଷ) ପୁରସ୍କାର (୨୫,୦୦,୦୦୦ଟଙ୍କା ଓ ଟ୍ରଫି) ଦୌଡ଼ରେ ଥିବା ଖେଳାଳିମାନେ ହେଲେ ହରମନପ୍ରୀତ ସିଂ, ମନଦୀପ ସିଂ, ଅଧିନାୟକ ମନପ୍ରୀତ ସିଂ ଓ ସୁରେନ୍ଦର କୁମାର। ଯୁଗରାଜ ସିଂ ଶ୍ରେଷ୍ଠ ଉଦୀୟମାନ ଖେଳାଳି(ପୁରୁଷ) ପୁରସ୍କାର ପାଇଁ ଦିଲପ୍ରୀତ ସିଂ, ଗୁରସାହିବଜିତ ସିଂ, ମନଦୀପ ମୋର ଓ ବିବେକ ସାଗର ପ୍ରସାଦ ଥିବାବେଳେ ଅସୁନ୍ତା ଲାକ୍ରା ଶ୍ରେଷ୍ଠ ଉଦୀୟମାନ ଖେଳାଳି(ମହିଳା) ପୁରସ୍କାର ଦୌଡ଼ରେ ଲାଲରେମସିଆମି, ସାଲିମା ଟେଟେ, ଶର୍ମିଳା ଦେବୀ ସ୍ଥାନ ପାଇଛନ୍ତି। ଏହି ୨ କାଟେଗୋରି ପାଇଁ ୧୦,୦୦,୦୦୦ ଲେଖାଏ ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ। ସେହିପରି ଧନରାଜ ପିଲେ ଫରଓ୍ବାର୍ଡ ଅଫ ଦି ଇୟର ପୁରସ୍କାର ପାଇଁ ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ, ନଭନୀତ କୌର ଓ ରାଣୀ ଥିବାବେଳେ ଅଜିତ ପାଲ୍‌ ସିଂ ମିଡ୍‌ଫିଲ୍ଡର ଅଫ ଦି ଇୟର ପୁରସ୍କାର ଦୌଡ଼ରେ ମନପ୍ରୀତ ସିଂ, ମୋନିକା, ନେହା ଗୋୟଲ ଓ ବିବେକ ସାଗର ପ୍ରସାଦ ରହିଛନ୍ତି। ବଲଜିତ ସିଂ ଗୋଲକିପର ଅଫ ଦି ଇୟର ପୁରସ୍କାର ପାଇଁ ପୁରୁଷ ଦଳର ପି.ଆର. ଶ୍ରୀଜେଶ ଓ କ୍ରିଷ୍ଣନ ବାହାଦୂର ପାଠକ ଏବଂ ମହିଳା ଦଳର ସବିତା ଓ ରଜନୀ ଇଟିମାରପୁ ସାମିଲ ହୋଇଛନ୍ତି। ଏହା ବ୍ୟତୀତ ହକିକୁ ମୂଲ୍ୟବାନ ଅବଦାନ ପାଇଁ ଯମୁନାଲାଲ ଶର୍ମା ପୁରସ୍କାର ଏବଂ ଅବିସ୍ମରଣୀୟ ପ୍ରଦର୍ଶନ ପାଇଁ ହକି ଇଣ୍ଡିଆ ପ୍ରେସିଡେଣ୍ଟ୍ସ ପୁରସ୍କାର ବିଜେତାଙ୍କ ନାମ ଉକ୍ତ ଉତ୍ସବରେ ଘୋଷଣା କରାଯିବ ବୋଲି ପ୍ରକାଶ କରାଯାଇଛି। ଏହି ୫ କାଟେଗୋରି ପାଇଁ ୫,୦୦,୦୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

୬ ବଲ୍‌ରେ ୫ ଉଇକେଟ୍‌ ନେଇ କ୍ରିକେଟ୍‌ ଜଗତରେ ହଇଚଇ କଲେ ଏହି କ୍ରିକେଟର୍‌: ପ୍ରଥମଥର ଘଟିଲା…

ଜାକର୍ତ୍ତା,୨୩।୧୨: ଟି-୨୦ କ୍ରିକେଟରେ ପାଞ୍ଚ ଉଇକେଟ ହାସଲ କରିବା ପ୍ରତ୍ୟେକ ବୋଲରଙ୍କ ସ୍ବପ୍ନ, କାରଣ ଚାରି ଓଭର ସ୍ପେଲରେ ଏହି ସଫଳତା ହାସଲ କରିବା ଅତ୍ୟନ୍ତ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

କୋହଲିଙ୍କ ପ୍ରଶଂସକଙ୍କୁ ଲାଗିଲା ବଡ଼ ଝଟ୍‌କା: ଆଉ ଦେଖିପାରିବେନି…

ବେଙ୍ଗାଲୁରୁ,୨୩।୧୨: ବିଜୟ ହଜାରେ ଟ୍ରଫି ପୂର୍ବରୁ ବେଙ୍ଗାଲୁରୁର କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶାଜନକ ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏମ. ଚିନ୍ନାସ୍ବାମୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri