Posted inଖେଳ

ସୟଦ ମୋଦି ଇଣ୍ଟରନ୍ୟାଶନାଲ: ସୌରଭ ରନର୍ସଅପ୍‌

ଲକ୍ଷ୍ନୌ, ୨।୧୨(ପି.ଟି.)- ଏଠାରେ ଅନୁଷ୍ଠିତ ସୟଦ ମୋଦି ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସରେ ଭାରତର ସୌରଭ ବର୍ମା ରନର୍ସଅପ୍‌ ହୋଇଛନ୍ତି। ସେମିଫାଇନାଲ ପର୍ଯ୍ୟନ୍ତ ଦମ୍‌ଦାର ଅଭିଯାନ ଜାରି ରଖିଥିବା ସୌରଭ ଫାଇନାଲରେ କିନ୍ତୁ ନିରାଶ କରିଥିଲେ। ୨୬ ବର୍ଷୀୟ ସୌରଭ ଫାଇନାଲରେ ୧୫-୨୧, ୧୭-୨୧ ସିଧାସଳଖ ଗେମ୍‌ରେ ଚାଇନିଜ୍‌ ତାଇପେଇର ଓ୍ବାଙ୍ଗ୍‌ ଜୁ ଓ୍ବି’ଙ୍କ ନିକଟରୁ ହାରିଯାଇଥିଲେ। ଏହି ମ୍ୟାଚ୍‌ ଜିତିବାକୁ ଓ୍ବାଙ୍ଗ୍‌’ଙ୍କୁ ୪୮ ମିନିଟ୍‌ ସମୟ ଲାଗିଥିଲା। ସୌରଭ ପୂର୍ବରୁ ଚଳିତ ବର୍ଷ ବିଡବ୍ଲୁଏଫ୍‌ ସୁପର-୧୦୦ ଟାଇଟଲ ହାଇଦ୍ରାବାଦ୍‌ ଓ ଭିଏତ୍‌ନାମରେ ଜିତିଥିଲେ। ଯଦି ଏଠାରେ ସେ ଚାମ୍ପିୟନ ହୋଇଥାନ୍ତେ, ତେବେ କ୍ୟାରିୟରର ପ୍ରଥମ ସୁପର ୩୦୦ ଟ୍ରଫି ହାସଲ କରିଥାନ୍ତେ। ଅପରପକ୍ଷରେ ଗତ ୩ ବର୍ଷ ପରେ ଓ୍ବାଙ୍ଗ୍‌’ଙ୍କ ଏହା ପ୍ରଥମ ଟାଇଟଲ ଥିଲା।

କାରୋଲିନା ଚାମ୍ପିୟନ
ଅପରପକ୍ଷରେ ସ୍ପାନିଶ୍‌ ମହିଳା ବ୍ୟାଡ୍‌ମିଣ୍ଟନ ତାରକା କାରୋଲିନା ମାରିନ ମହିଳା ସିଙ୍ଗଲ୍ସରେ ଚାମ୍ପିୟନ ହୋଇଛନ୍ତି। ସ୍ଥାନୀୟ ବାବୁ ବନସାରୀ ଦାସ ଇନ୍‌ଡୋର ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ କାରୋଲିନା ୨୧-୧୨, ୨୧-୧୬ ସିଧାସଳଖ ଗେମ୍‌ରେ ଥାଇଲାଣ୍ଡର ପିତ୍ତାୟାପର୍ନ ଚାଇଓ୍ବାନ୍‌ଙ୍କୁ ପରାସ୍ତ କରିଥିଲେ। କାରୋଲିନାଙ୍କୁ ଏହି ମ୍ୟାଚ୍‌ ଜିତିବାକୁ ମାତ୍ର ୪୦ ମିନିଟ୍‌ ସମୟ ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri