Posted inଖେଳ

ସୟଦ ମୁସ୍ତାକ ଅଲ୍ଲୀ ଟି୨୦: ଗୋବିନ୍ଦ, ବିପ୍ଳବଙ୍କ ଅର୍ଦ୍ଧଶତକ; ଓଡ଼ିଶା ବିଜୟୀ

କଟକ ଅଫିସ,୧୫ା୧୧- ସୁରଟର ଲାଲ୍‌ଭାଇ କଣ୍ଟ୍ରାକ୍ଟର ଷ୍ଟାଡିୟମ୍‌ରେ ଚାଲିଥିବା ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା — ରନ୍‌ରେ ସୌରାଷ୍ଟ୍ରକୁ ପରାସ୍ତ କରିଛି। ସ୍ପିନରଙ୍କୁ ସୁହାଇଥିବା ପିଚ୍‌ରେ ଓଡ଼ିଶା ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଦଳକୁ ୪୯ ରନ୍‌ରେ ଜିତାଇବାରେ ସହାୟକ ହୋଇଛି। ବିପ୍ଳବ ସାମନ୍ତରାୟ ମଧ୍ୟ ଏହି ମ୍ୟାଚ୍‌ରେ ଦ୍ରୁତ ଇନିଂସ୍‌ ଖେଳିଥିଲେ। ପ୍ରତିଯୋଗିତାରେ ଏହା ଥିଲା ଓଡ଼ିଶାର ଦ୍ୱିତୀୟ ବିଜୟ। ଓଡ଼ିଶା ଏପର୍ଯ୍ୟନ୍ତ ୫ଟି ମ୍ୟାଚ୍‌ ଖେଳିଥିବାବେଳେ ୨ଟିରେ ବିଜୟ, ଗୋଟିଏ ମ୍ୟାଚ୍‌ ହାରିଛି ଏବଂ ୨ଟି ମ୍ୟାଚ୍‌ର ଫଳାଫଳ ମିଳିନାହିଁ। ଫଳରେ ୧୨ ପଏଣ୍ଟ ହାସଲ କରି ଏଲିଟ୍‌ ଗ୍ରୁପ୍‌-ଇ ପଏଣ୍ଟ ଟେବୁଲରେ ଦଳ ୩ୟ ସ୍ଥାନରେ ରହିଛି। ଆସନ୍ତା ୧୫ରେ ଗୁଜରାଟ ବିପକ୍ଷରେ ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ ଖେଳିବ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓଡ଼ିଶା ୯ରନ୍‌ରେ ପ୍ରଥମ ଉଇକେଟ ହରାଇଥିଲା। ଓପ୍‌ନର ସନ୍ଦୀପ ପଟ୍ଟନାୟକ ୩ ରନ୍‌ରେ ରନ୍‌ଆଉଟ ହୋଇ ପାଭିଲିୟନ ଫେରିଥିଲେ। ଦ୍ୱିତୀୟ ଉଇକେଟରେ ଅଧିନାୟକ ଗୋବିନ୍ଦ ଓ ଶୁଭ୍ରାଂଶୁ ସେନାପତି ୪୬ ରନ୍‌ ସଂଗ୍ରହ କରିଥିଲେ। ୩ ଚୌକା ବଳରେ ୧୯ ରନ୍‌ କରିଥିବା ଶୁଭ୍ରାଂଶୁ ଜୟ ଚୌହ୍ବାନଙ୍କ ବଲରେ କ୍ଲିନ୍‌ ବୋଲ୍ଡ ହେବା ପରେ ଗୋବିନ୍ଦ-ବିପ୍ଳବଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା। ୪୨ ବଲ୍‌ରୁ ୫ ଚୌକା ଓ ୨ଟି ଛକା ବଳରେ ଗୋବିନ୍ଦ ୫୭ ରନ୍‌ରେ ଆଉଟ୍‌ ହୋଇଥିଲେ। ଟି୨୦ କ୍ୟାରିୟରରେ ଗୋବିନ୍ଦଙ୍କର ଏହା ୬ଷ୍ଠ ଅର୍ଦ୍ଧଶତକ। ଓଡ଼ିଶାର ଏହି ଇନିଂସ୍‌ରେ ସବୁଠାରୁ ଆକର୍ଷଣୀୟ ବ୍ୟାଟିଂ କରିଥିଲେ ବିପ୍ଳବ। ମାତ୍ର ୩୫ ବଲରୁ ୫ଟି ଚୌକା ଓ ୨ ଛକା ସହାୟତାରେ ୬୦ ରନ୍‌ର ଅପରାଜିତ ଇନିଂସ୍‌ ସେ ଖେଳିଥିଲେ। ଟି୨୦ କ୍ୟାରିୟରରେ ବିପ୍ଳବଙ୍କର ଏହା ୪ର୍ଥ ଅର୍ଦ୍ଧଶତକ। ଅରବିନ୍ଦ ସିଂ ୧୪ ଓ ଅଙ୍କିତ ଯାଦବ ୭ ରନ୍‌ରେ ଆଉଟ ହୋଇଥିଲେ। ୫ ଉଇକେଟ ହରାଇ ଓଡ଼ିଶା ୧୬୩ ରନ୍‌ କରିଥିଲା। ସୌରାଷ୍ଟ୍ର ଅଧିନାୟକ ଜୟଦେବ ଉନାଡକଟ୍‌, କୁଶାଙ୍କ ପଟେଲ ଓ ଜୟ ଚୌହ୍ବାନ ଗୋଟିଏ ଲେଖାଏ ଉଇକେଟ ଦଖଲ କରିଥିଲେ।
୧୬୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ସୌରାଷ୍ଟ୍ର ୪ ଓଭରରେ ୨୫ ରନ ଯୋଡ଼ିବା ପରେ ପ୍ରଥମ ଉଇକେଟ ହରାଇଥିଲା। ରାଜଦୀପ ଦରବାରଙ୍କୁ ୩ ରନ୍‌ରେ ଦେବବ୍ରତ ପ୍ରଧାନ କ୍ଲିନ୍‌ବୋଲ୍ଡ କରିଦେଇଥିଲେ। ୬ଷ୍ଠ ଓଭରରେ ଅଙ୍କିତ ଯାଦବ ୨ଟି ଉଇକେଟ ଦଖଲ କରିଥିଲେ। ଗୋଟିଏ ଓଭରରେ ସେ ଓପ୍‌ନର ତଥା ଉଇକେଟ କିପର ହାର୍ଭିକ ଦେଶାଇ ଓ ଧର୍ମେନ୍ଦ୍ର ସିଂ ଜାଡ଼େଜାଙ୍କୁ ଗୋବିନ୍ଦଙ୍କ ହାତରେ କ୍ୟାଚ୍‌ଆଉଟ କରାଇଥିଲେ। ହାର୍ଭିକ ଏହି ମ୍ୟାଚ୍‌ରେ ସୌରାଷ୍ଟ୍ର ପକ୍ଷରୁ ସର୍ବାଧିକ ୨୬ ରନ୍‌ କରିଥିଲେ। ୩୨ ରନ୍‌ରେ ୩ଟି ଉଇକେଟ ହରାଇଥିବା ସୌରାଷ୍ଟ୍ର ୧୧୪ ରନ୍‌ରେ ଅଲ୍‌ଆଉଟ ହୋଇଯାଇଥିଲା। ସମର୍ଥ ଭ୍ୟାସ ୧୮, ଅଧିନାୟକ ଉନାଡକଟ୍‌ ଓ ସେଲ୍‌ଡନ ଜ୍ୟାକ୍‌ସନ ୧୭ ରନ୍‌ ଲେଖାଏ କରିଥିଲେ। ଓଡ଼ିଶା ପକ୍ଷରୁ ପପୁ ରାୟ, ଦେବବ୍ରତ ପ୍ରଧାନ, ଅଙ୍କିତ ଯାଦବ ୨ଟି ଲେଖାଏ ଉଇକେଟ ଦଖଲ କରିଥିବା ବେଳେ ଗୋବିନ୍ଦ ପୋଦ୍ଦାର ୭ରନ୍‌ ଦେଇ ୩ଟି ଉଇକେଟ ହାସଲ କରିଥିଲେ।
ପ୍ରୟାସଙ୍କ ସ୍ଥାନରେ ରାଜେଶ
ବୟସ ଜାଲିଆତି ଅଭିଯୋଗରେ ଦଳରୁ ବାଦ୍‌ ପଡ଼ିଥିବା ରାଜେଶ ମହାନ୍ତି ପୁନର୍ବାର ରାଜ୍ୟ ସିନିୟର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଟୁର୍ନାମେଣ୍ଟ ନିମନ୍ତେ ଘୋଷିତ ୧୫ଜଣିଆ ଦଳରେ ରାଜେଶଙ୍କ ନାମ ଥିଲା। ହେଲେ ବିସିସିଆଇ ନିଲମ୍ବନ ଆଦେଶ ଦେବା ପରେ ରାଜେଶଙ୍କ ସ୍ଥାନରେ ପ୍ରୟାସ ସିଂଙ୍କୁ ଦଳରେ ନିଆଯାଇଥିଲା। ନିଲମ୍ବନ ଆଦେଶ ଉଠିଯିବା ଫଳରେ ରାଜେଶ ପୁନର୍ବାର ଦଳକୁ ଫେରିଛନ୍ତି।
୧୦୦୦ ରନ୍‌ କ୍ଲବରେ ବିପ୍ଳବ
ଟି୨୦ ଫର୍ମାଟ୍‌ରେ ୧୦୦୦ ରନ୍‌ ପୂରଣ କରିଛନ୍ତି ବିପ୍ଳବ ସାମନ୍ତରାୟ। ସୌରାଷ୍ଟ୍ର ବିପକ୍ଷରେ ୬୦ ରନ୍‌ର ଇନିଂସ ସହାୟତାରେ ସେ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି। ୬୪ ମ୍ୟାଚ୍‌ରୁ ବିପ୍ଳବ ମୋଟ୍‌ ୧୦୫୯ ରନ୍‌ ସଂଗ୍ରହ କରିଛନ୍ତି। ଏହା ମଧ୍ୟରେ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ରହିଛି।
ଗୋବିନ୍ଦଙ୍କ ଶ୍ରେଷ୍ଠ ବୋଲିଂ ଫିଗର
ରାଜ୍ୟ ସିନିୟର ଦଳରେ ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ସ୍ପିନ୍‌ ବୋଲିଂ ଅନେକ ସମୟରେ ଫଳପ୍ରଦ ହୋଇଛି। ୩୨ଟି ଟି୨୦ ମ୍ୟାଚ୍‌ ଖେଳିସାରିଥିବା ଗୋବିନ୍ଦ ମୋଟ୍‌ ୧୪ଟି ଉଇକେଟ ଦଖଲ କରିଛନ୍ତି। ସୌରାଷ୍ଟ୍ର ବିପକ୍ଷରେ ଗୋବିନ୍ଦଙ୍କ ଯୋଗୁ ଦଳ ଅଧିକ ରନ୍‌ ବ୍ୟବଧାନରେ ଜିତିଛି। ୧.୩ ଓଭର ବୋଲିଂ କରି ମାତ୍ର ୭ ରନ୍‌ ବିନିମୟରେ ସେ ୩ଟି ଉଇକେଟ ଦଖଲ କରିଥିଲେ। ଟି୨୦ କ୍ୟାରିୟରରେ ଗୋବିନ୍ଦଙ୍କର ଏହା ଶ୍ରେଷ୍ଠ ବୋଲିଂ ଫିଗର।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

ଖରାପ ପାଗ ସତ୍ତ୍ୱେ ସଫଳ ହୋଇଥିଲା ମ୍ୟାଚ୍‌: ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ମିଳିଲା ୨୫ଲକ୍ଷ ଟଙ୍କା ପୁରସ୍କାର

ଗୁଆହାଟୀ, ୧୪ା୪: ଖରାପ ପାଗ ସତ୍ତ୍ୱେ ଚଳିତ ସିଜନରେ ୩ଟି ଆଇପିଏଲ୍‌ ମ୍ୟାଚ ସଫଳତା ସହିତ ଆୟୋଜନ କରିପାରିଥିବାରୁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

IPL ମଧ୍ୟରେ ପ୍ରେମିକାଙ୍କ ସହ ଗୁରୁଦ୍ୱାର ପହଞ୍ଚିଲେ ଅର୍ଶଦୀପ, ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିବା ଚର୍ଚ୍ଚା

ନୂଆଦିଲ୍ଲୀ,୧୪।୪: କ୍ରିକେଟର ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କ ସାଧାରଣ, ଅନେକ ପୁରୁଷ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ସଦ୍ୟତମ ପ୍ରକାଶିତ ବ୍ୟକ୍ତି ହେଉଛନ୍ତି ଅର୍ଶଦୀପ ସିଂହ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri