ସ୍ମାର୍ଟଫୋନ୍‌ ଆଣିପାରେ ବିପଦ

ଏବେ ହାଇଟେକ୍‌ ଯୁଗ। ସ୍ମାର୍ଟଫୋନ୍‌ ବା ମୋବାଇଲର ବ୍ୟବହାର ସହ ପ୍ରାୟ ସମସ୍ତେ ଜଡ଼ିତ। ଦିନରାତି ଫୋନ୍‌ ସହ ଯୋଡ଼ିହୋଇ ରହିବାର ଅଭ୍ୟାସ ମଧ୍ୟ ଅନେକଙ୍କର ଅଛି। ଏହା ହୁଏତ ଦୂରଦୂରାନ୍ତରେ ରହୁଥିବା ଲୋକଙ୍କୁ ଆପଣଙ୍କ ସହ ବାନ୍ଧି ରଖିଥାଏ, କିନ୍ତୁ ଆପଣଙ୍କ ଦୃଷ୍ଟିଶକ୍ତିକୁ ବିଗାଡ଼ିବାରେ ଏହାର ପ୍ରମୁଖ ଭୂମିକା ରହିଛି। ଆଖି ଗୋଟିଏ ସ୍ଥାନରେ ଆବଶ୍ୟକତାଠାରୁ ଅଧିକ ସମୟ ଲାଖି ରହିବା ଦ୍ୱାରା ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ। ତେଣୁ ନିୟମିତି ସମୟ ଅନ୍ତରାଳରେ ଆଖିକୁ ବିଶ୍ରାମ ଦରକାର। ଆସନ୍ତୁ, ଜାଣିବା ମୋବାଇଲ୍‌ ଫୋନ୍‌ କିପରି ଚତୁରତାର ସହ ଆଖିକୁ ଖରାପ କରୁଛି।
ରେଟିନା ଉପରେ ପ୍ରଭାବ: ରାତିରେ ଯେତେବେଳ ମୋବାଇଲ ଫୋନ୍‌ ବ୍ୟବହାର କରୁଛନ୍ତି, ସେଥିରୁ ବାହାରୁଥିବା ଲାଇଟ୍‌ ସିଧାସଳଖ ଆଖିର ରେଟିନା ଉପରେ ପ୍ରଭାବ ପକାଇଥାଏ। ଏହାଦ୍ୱାରା ଆପଣଙ୍କ ଆଖି ଜଲ୍‌ଦି ଖରାପ ହେବାର ଆଶଙ୍କା ରହିଛି। ଦେଖିବାର କ୍ଷମତା ଧୀରେ ଧୀରେ କମିବାକୁ ଲାଗେ।
ଡ୍ରାଏନେସ୍‌: ଦିନତମାମ କାମ ମଧ୍ୟରେ ଆଖିକୁ ଟିକେ ବିଶ୍ରାମ ମିଳେ ନାହିଁ। ଏମିତିରେ ରାତିରେ ଶୋଇବା ବଦଳରେ ଯଦି ଅଧିକ ସମୟ ଫୋନ୍‌ ସହ ବିତେ ତେବେ ଏହା ଆଖିକୁ ଡ୍ରାଏ କରି ଦେଇଥାଏ। ଏମିତିରେ ଆଖି କୁଣ୍ଢାଇ ହେବା ଓ ଜ୍ୱଳନ ହୋଇଥାଏ। ଲଗାତର ଏପରି କରିବା ଦ୍ୱାରା ଅଶ୍ରୁଗ୍ରନ୍ଥି ଉପରେ ପ୍ରଭାବ ପଡ଼ିଥାଏ।
ଆଇସାଇଟ୍‌ ଡ୍ୟାମେଜ: ଆପଣ ଜାଣିଛନ୍ତି କି ସ୍ମାର୍ଟଫୋନ୍‌ ଆପଣଙ୍କ ଆଖିର ଉଜ୍ଜ୍ୱଳତାକୁ ନଷ୍ଟ କରିପାରେ। ଆଜ୍ଞା ହଁ, କେତେ ଗବେଷଣାରେ ପ୍ରମାଣ ହୋଇଗଲାଣି ଫୋନ୍‌ରୁ ବାହାରୁଥିବା ବ୍ଲୁ ଲାଇଟ୍‌ ଆଖିକୁ ସମ୍ପୂର୍ଣ୍ଣ ରୂପେ ଡ୍ୟାମେଜ କରିପାରେ।
ଆଖିରୁ ପାଣି ବାହାରିବା: କେଇଘଣ୍ଟା ପର୍ଯ୍ୟନ୍ତ ମୋବାଇଲ ସହ ଜଡ଼ିତ ରହିବା ଯୋଗୁ ଆଖିରୁ ପାଣି ବାହାରିଥାଏ। ଏହା ମୋବାଇଲରୁ ବାହାରୁଥିବା କ୍ଷତିକାରକ ବିକିରଣ ପାଇଁ ହୋଇଥାଏ। ଲଗାତର ମୋବାଇଲ ଦେଖିବା ଦ୍ୱାରା ପଲକ ପଡ଼ିବା ବନ୍ଦ ହୋଇଯାଏ। ଏହାଦ୍ୱାରା ଆଖିକୁ ବିଶ୍ରାମ ମିଳେ ନାହିଁ, ଫଳରେ ଆଖିରୁ ଲୁହ ବାହାରେ।
ଚଷମା ଲଗାଇବା: ମୋବାଇଲ ଫୋନ୍‌ ହୁଏତ ଆପଣଙ୍କୁ ସୋସିଆଲ ସାଇଟ୍‌ରେ ଯୋଡ଼ି ରଖିପାରୁଥାଏ, କିନ୍ତୁ ଏହା ଦ୍ୱାରା ଜଲ୍‌ଦି ଚଷମା ପିନ୍ଧିବାକୁ ପଡ଼ିପାରେ। ଖାଲି ଏତିକି ନୁହେଁ, ଧୀରେ ଧୀରେ ଆଖିର ପାଓ୍ବାର ନମ୍ବର ବଢ଼ିବାକୁ ଲାଗେ। ପତଳା ଚଷମା ମୋଟା ହେବାକୁ ଲାଗେ। କିଛି ବର୍ଷ ପରେ ଆଖିର ଅପରେଶନ କରିବାକୁ ପଡ଼ିପାରେ। ଆଖିର କୋଷ ଶୁଖିବାକୁ ଲାଗେ। ଏହାଦ୍ୱାରା ମୁଣ୍ଡବିନ୍ଧା ସମସ୍ୟା ମଧ୍ୟ ଦେଖାଯାଇପାରେ।
ଆଖି ଲାଲ୍‌ ହୋଇଯିବା: ଲଗାତର ମୋବାଇଲ ଦେଖିବା ଦ୍ୱାରା ଆଖିର ଧଳାଭାଗ ଲାଲ୍‌ ଦେଖାଯିବା ଏବଂ ଆଖିରେ ଆଇଡ୍ରପ୍‌ ପକାଇଲେ ତାହାର ସମସ୍ୟାର ସମାଧାନ ହୋଇ ନ ପାରେ। ଆଖି ଲାଲ୍‌ ହେବା ସହ ତାହା ନିଦୁଆ ଭଳି ଦେଖାଯାଏ।
ଟେମ୍ପୋରାରି ବ୍ଲାଇଣ୍ଡନେସ୍‌: ଲଗାତର ଆପଣ ମୋବାଇଲ ଦେଖିବା ଦ୍ୱାରା ଅଚାନକ ଯଦି ଅନ୍ୟ କ’ଣ ଦେଖୁଛନ୍ତି ତେବେ ତାହା କିଛି ସମୟ ଲାଗି ବ୍ଲାକ୍‌ ହୋଇଯାଏ। ଆଖି ସାମ୍ନାରେ ସବୁ କିଛି ଅନ୍ଧାର ଦେଖାଯାଏ। ଏହା ଆପଣଙ୍କ ଆଖି ଲାଗି ଭଲ ସଂକେତ ହୋଇ ନ ପାରେ।
ଲେଖା ସ୍ପଷ୍ଟ ନ ଦେଖାଯିବା: ସ୍ମାର୍ଟଫୋନ୍‌ର ଅଧିକ ବ୍ୟବହାର ଯୋଗୁ କିଛି ବି ସ୍ପଷ୍ଟ ଦେଖାଯାଏନି। ଇଂରାଜୀରେ ଏହାକୁ ବ୍ଲାଇଣ୍ଡ ଭିଜନ କୁହାଯାଏ।
କିପରି ରକ୍ଷା ପାଇବେ: ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଆଖି ଖରାପ ନ ହେଉ ତେବେ ନିମ୍ନରେ ଦିଆହୋଇଥିବା ନିର୍ଦ୍ଦେଶାବଳୀକୁ ପଢ଼ିବା ନିହାତି ଜରୁରୀ।
ଦୂରତା ବଜାୟ ରଖନ୍ତୁ
ମୋବାଇଲଠାରୁ ନିଜକୁ ଯଥା ସମ୍ଭବ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। କିଛି ସମୟ ପର୍ଯ୍ୟନ୍ତ ଆଖିଠାରୁ ଦୂରରୁ ରଖିଲେ ଆଖିକୁ ସେଫ୍‌ ରଖିପାରିବେ। ଯେତେବେଳେ ବି ଫୋନ୍‌ ବ୍ୟବହାର କରୁଛନ୍ତି ଫୋନ୍‌ ଆଖି ପାଖରେ ଯେପରି ନ ରୁହେ ସେଥିପ୍ରତି ଯତ୍ନବାନ୍‌ ହୁଅନ୍ତୁ।
ନୋ ନାଇଟ୍‌ ଓ୍ବାଚ୍‌ : ରାତି ହୋଇଛି ଶୋଇବା ପାଇଁ, ଦିନସାରା କାମ ଓ ରାତିରେ ଫୋନ୍‌ରେ ଚାଟିଂ, ଭିଡିଓ ଓ୍ବାଚିଂ ଆଦି ଆପଣଙ୍କୁ ଥକାଇ ଦେଇଥାଏ। ଆପଣ ନିଜେ ହିଁ ଲିମିଟ୍‌ ରଖନ୍ତୁ ଯେ ଦିନକୁ କେତେ ସମୟ ମୋବାଇଲ ବ୍ୟବହାର କରିବେ। ରାତିରେ ଏକ ନିର୍ଦ୍ଦିଷ୍ଟ ସମୟରେ ମୋବାଇଲ ବ୍ୟବହାର କରନ୍ତୁ ନାହିଁ। ଅଧିକ ରାତି ପର୍ଯ୍ୟନ୍ତ ମୋବାଇଲ ଦେଖିବା ଦ୍ୱାରା ନିଦ୍ରାହୀନତା ସମସ୍ୟା ଦେଖାଯାଇପାରେ। ଏହାଦ୍ୱାରା ଆଖି ତଳ ଡାର୍କ ସର୍କଲ ସମସ୍ୟା ହୋଇପାରେ।
ଲାଇଟ୍‌ କମ୍‌ କରନ୍ତୁ: ଆରମ୍ଭରୁ ଫୋନ୍‌ ବ୍ୟବହାର ଅଭ୍ୟାସଠାରୁ ରକ୍ଷା ପାଇବା ବହୁତ କଷ୍ଟ। ଧୀରେ ଧୀରେ ଏହି ଅଭ୍ୟାସକୁ ଆପଣ କମାଇପାରିବେ। ଏଥିପାଇଁ ଭଲହେବ ଫୋନ୍‌ର ବ୍ରାଇଟ୍‌ନେସ କମ୍‌ କରି ଦିଅନ୍ତୁ। ଏହାଦ୍ୱାରା ଆଖିର ପ୍ରେସର କମ୍‌ ପଡ଼ିବ।

-ମହାଶ୍ୱେତା ନାୟକ

ସ୍ମାର୍ଟଫୋନ୍‌ ବ୍ୟବହାର ସୀମିତ ହେବା ଭଲ
ଯେଉଁମାନେ ସ୍ମାର୍ଟଫୋନ୍‌ ବ୍ୟବହାର କରୁଛନ୍ତି ସେମାନେ କେତୋଟି କଥାକୁ ଗୁରୁତ୍ୱ ଦେବା ନିହାତି ଦରକାର। ପ୍ରଥମ କଥା ହେଲା ସ୍ମାର୍ଟଫୋନ୍‌ର ବ୍ୟବହାରକୁ ଆମେ ଦୁଇ ଭାଗରେ-ଏସେନ୍‌ସିଆଲ ୟୁଜ୍‌ ଆଉ ନନ୍‌ଏସେନ୍‌ସିଆଲ ୟୁଜ୍‌ ଭାବରେ ବିଭକ୍ତ କରିପାରିବା। ଯଦି ହ୍ବାଟସଆପ୍‌ କିମ୍ବା ମେଲ୍‌ରେ ଷ୍ଟଡି ମ୍ୟାଟେରିଆଲ୍‌ ଆସୁଛି ତାକୁ ଆମେ ଏସେନ୍‌ସିଆଲ ୟୁଜ୍‌ ବୋଲି କହିପାରିବା। ସୋସିଆଲ୍‌ ସାଇଟ୍‌ ବ୍ୟବହାର କରିବା ଏବଂ ଗେମ୍‌ ଖେଳିବା ଆଦି ହେଉଛି ନନ୍‌ ଏସେନ୍‌ସିଆଲ ୟୁଜ୍‌। ସବୁଠାରୁ ଖାସ୍‌ କଥା ହେଲା, ସ୍ମାର୍ଟଫୋନ୍‌ର ବ୍ୟବହାରକୁ ଆମକୁ ସୀମିତ କରିବାକୁ ପଡିବ। ଆବଶ୍ୟକତା ନ ଥିଲେ ଏହାଠାରୁ ନିଜକୁ ଦୂରେଇ ରଖିବା ହିଁ ବିଜ୍ଞତାର ପରିଚାୟକ। ଯେହେତୁ ଏବେ ଏସେନ୍‌ସିଆଲ ୟୁଜ୍‌ ବଢ଼ିଯାଇଛି ତେଣୁ ନନ୍‌ ଏସେନ୍‌ସିଆଲ ୟୁଜ୍‌କୁ ଆମକୁ କଟ୍‌ଡାଉନ୍‌ କରିବାକୁ ପଡ଼ିବ। ଯେଉଁ ଜାଗାରେ ବସି ମୋବାଇଲ ଦେଖୁଛନ୍ତି ସେ ଜାଗାର ଲାଇଟ୍‌ ଭଲ ହେବା ଦରକାର। ଅନ୍ଧାରରେ ଆଦୌ ମୋବାଇଲ ଦେଖନ୍ତୁ ନାହିଁ। ସାଧାରଣତଃ ଥରକରେ ଆଖି ୧୨ଥର ବ୍ଲିଙ୍କ୍‌ ହୁଏ। ଯଦି ସେଇଟା ବନ୍ଦ ହୋଇଯାଏ ତେବେ ଆଖିର ଡ୍ରାଏନେସ୍‌ ଦେଖାହେବା ଆଶଙ୍କା ରହିଛି। ମୋବାଇଲ୍‌ ଦେଖିବା ସମୟରେ ମନେରଖି ଆମକୁ ଆଖି ବ୍ଲିଙ୍କ୍‌ କରିବା ଦରକାର। ଏହାକୁ ଆମେ ‘୨୦:୨୦:୨୦ ରୁଲ୍‌’ କହିଥାଉ। ଅର୍ଥାତ୍‌ ପ୍ରତି ୨୦ମିନିଟ୍‌ରେ ୨୦ ସେକେଣ୍ଡରେ ଆଖିକୁ ବ୍ରେକ୍‌ଦେବା ଦରକାର ଏବଂ ୨୦ଫୁଟ୍‌ ଦୂରରେ ରହିଥିବା ବସ୍ତୁକୁ ଦେଖିବା ଦରକାର। ଶୋଇକରି ଫୋନ୍‌ ଦେଖିଲେ ଆମ ବେକ ଏବଂ ସ୍ପାଇନ୍‌ ଉପରେ ପ୍ରଭାବ ପଡ଼ିଥାଏ। ତେଣୁ ସବୁବେଳେ ସିଧା ବସିକରି ଫୋନ୍‌ ଦେଖିବା ଦରକାର। ମୋବାଇଲ ଯଦି ଅଧିକ ସମୟ ପର୍ଯ୍ୟନ୍ତ ଦେଖିବାର ଅଛି ତେବେ କୌଣସି ସ୍ଥାନରେ ଫିକ୍ସ କରି ରଖିବା କିମ୍ବା ଷ୍ଟାଣ୍ଡରେ ରଖି ଦେଖନ୍ତୁ। ଫୋନ୍‌ର ପୋଜିସନିଂ ସବୁବେଳେ ଆଖି ତଳେ ରହିବା ଦରକାର। ଯେତେ ସମ୍ଭବ ପାରିବା ବହିଖାତାରୁ ପାଠ ପଢ଼ିବାକୁ ଚେଷ୍ଟା କରିବା। ବେଳେବେଳେ ଫୋନ୍‌ର ସାହାଯ୍ୟ ନେଇପାରିବା, କିନ୍ତୁ ତାହା ଅଳ୍ପ ସମୟ ପାଇଁ। ତାହାଠୁ ଅଧିକ ହେଲେ ତାହା ଆଖି ପାଇଁ ସମସ୍ୟା ହୋଇପାରେ। ଏ ତ ଗଲା ୟଙ୍ଗ୍‌ ଜେନେରେଶନଙ୍କ କଥା। ଯେଉଁମାନଙ୍କର ଚାଳିଶା ଅଛି ସେମାନେ ମୋବାଇଲ ଦେଖିବା ସମୟରେ ଚଷମା ବ୍ୟବହାର କରିବା ନିହାତି ଦରକାର।
-ଡା. ଅନୁରାଗ ମିଶ୍ର
ମ୍ୟାନେଜିଂ ଡାଇରେକ୍ଟର, ରାଧାରମଣ ହସ୍ପିଟାଲ, ପୁରୀଘାଟ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri