ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ମୌନ ବା କଥା ନ କହିି ନୀରବ ରହିବା ଦ୍ୱାରା  ଅନେକ ଉପକାର ମିଳିଥାଏ। ସପ୍ତାହରେ ୨ ଘଣ୍ଟା ଏପରି କଲେ ସ୍ମରଣ ଶକ୍ତି ବୃଦ୍ଧି ପାଇବା ସହ ମନରେ ଆଧ୍ୟାତ୍ମିକ ଭାବନା ଜାତ ହୋଇଥାଏ ବୋଲି ବୁଦାପେଷ୍ଟ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ହୋଇଥିବା ଗବେଷଣା ରିପୋର୍ଟରେ ଉଲ୍ଳେଖ ରହିଛି। ମୌନ ରହିଲେ ଦେଖୁଥିବା କୌଣସି କାର୍ଯ୍ୟକଳାପର ପ୍ରତିକ୍ରିୟା ଦେଇ ହୋଇ ନ ଥାଏ। ଏହାର ସକାରାତ୍ମକ ପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ। ମସ୍ତିଷ୍କର ମନ୍ତବ୍ୟ ଦେବା କିମ୍ବା ବିଚାର କରିବା କାର୍ଯ୍ୟ ନ ହେବାରୁ ହାଇପୋଥାଲାମସ୍‌ ସହିତ ଅନ୍ୟ ଅଂଶକୁ ବିଶ୍ରାମ ମିଳିଥାଏ। ମନ୍ତବ୍ୟ ଦେବା ସମୟରେ ଭଲ ଓ ଖରାପ ଉଭୟ କାର୍ଯ୍ୟର ବିଚାର ମସ୍ତିଷ୍କ ହିଁ କରେ। ତେବେ ଭଲ କାର୍ଯ୍ୟର ବିଚାର ସମୟରେ ମସ୍ତିଷ୍କ ନିର୍ଦ୍ଦେଶରେ ଏଣ୍ଡ୍ରୋଫିନ୍‌, ଡୋପାମାଇନ୍‌ ଏବଂ ସେରୋଟୋନିନ୍‌ ଆଦି ହାପିନେସ୍‌ ହରମୋନ୍‌ କ୍ଷରଣ ହୋଇଥାଏ। ଅନ୍ୟ ପକ୍ଷରେ ଖରାପ କାର୍ଯ୍ୟର ବିଚାର ସମୟରେ ମସ୍ତିଷ୍କ ନିର୍ଦ୍ଦେଶରେ ଉତ୍ତେଜନା ସୃଷ୍ଟିକାରୀ ହରମୋନ୍‌ କ୍ଷରଣ ହୋଇଥାଏ। ଏହାଦ୍ୱାରା ମାନସିକ ଚାପ ବଢ଼ିବା ସହିତ ପାଚନ କ୍ରିୟାରେ ଅନିୟମିତତା ଦେଖାଦେଇଥାଏ । ମାତ୍ର ମୌନ ରହିଲେ ମସ୍ତିଷ୍କକୁ କିଛି ସମୟ ଲାଗି ବାହ୍ୟ ଚିନ୍ତାରୁ ମୁକ୍ତି ମିଳିଥାଏ ବୋଲି ରିପୋର୍ଟରେ ସୂଚିତ ହୋଇଛି।

Share