ସ୍ବୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ସଙ୍କଳ୍ପ : ଗୋମାତାଙ୍କ ସୁରକ୍ଷା, ରୋଗମୁକ୍ତ ସମାଜ ଗଠନ

ନୂଆଗାଁ,୧୩ା୫ (ଡି.ଏନ.ଏ.)- ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଢେଙ୍କେଣା ପଞ୍ଚାୟତ ଢେଙ୍କେଣା ଗ୍ରାମର ମହାମାୟୀ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ଗୋମାତାଙ୍କ ସୁରକ୍ଷା ସହ ରୋଗମୁକ୍ତ ସମାଜ ଗଠନ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ବର୍ତ୍ତମାନ ସମାଜରେ ବିଭିନ୍ନ ଫସଲ ଅମଳ ପାଇଁ ରାସାୟନିକ ସାର ପ୍ରୟୋଗ କରାଯାଉଛି। ଏହାକୁ ଖାଦ୍ୟରୂପେ ମଣିଷ ସମାଜ ଗ୍ରହଣ କରୁଛି। ସେଗୁଡିକୁ ଖାଇବା ଦ୍ୱାରା ଲୋକଙ୍କ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖାଦେବା ସହ ମଣିଷର ଆୟୁଷ ହାନି ଘଟୁଛି। ଏଥିରୁ ମୁକ୍ତ ହେବା ପାଇଁ ସଙ୍କଳ୍ପ ନେଇ କାର୍ଯ୍ୟ ଆରମ୍ଭ କରିଛି ମହାମାୟୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ଗୋଷ୍ଠୀର ମହିଳାମାନେ ଗାଈ ପାଳନ କରି ସେମାନଙ୍କ ଗୋବରରୁ ଜୈବିକ ସାର, ମଶାଧୂପ, ଧୂପକାଠି ପ୍ରସ୍ତୁତ କରୁଛନ୍ତି। ସେହିପରି ଗୋମୂତ୍ରରୁ ବିଭିନ୍ନ ରୋଗର ଉପଶମ ପାଇଁ ଗୋ ଅର୍କ ତିଆରି କରୁଛନ୍ତି। ଚାଷୀକୁଳ ବଜାରରୁ ଚଢା ଦରରେ ରାସାୟନିକ ସାର କ୍ରୟ କରି ଫସଲରେ ବ୍ୟବହାର କରୁଛି। ପୁଣି କେତେବେଳେ ଫସଲ ଉଜୁଡୁଛି ତ କେତେବେଳେ ବଜାରର ଦର ହ୍ରାସ ହେଉଛି। ଏଥିଯୋଗୁ ଚାଷୀ କ୍ଷତିର ସମ୍ମୁଖୀନ ହେଉଛି। ଫଳରେ ଧାରକରଜ ଶୁଝିବା ତା’ ପାଇଁ କାଠିକର ପାଠ ହୋଇପଡୁଛି। ଅନେକ ସମୟରେ କରଜ ଶୁଝି ନ ପାରି ଚାଷୀ ଆତ୍ମହତ୍ୟା ଭଳି ପଦକ୍ଷେପ ନେଉଛି। କିନ୍ତୁ ଚାଷୀ ଯଦି ଗୋପାଳନ କରି ତାହାର ଗୋବରକୁ ଜୈବିକ ସାର ରୂପେ ବ୍ୟବହାର କରିବ ତେବେ ସେ ଅଳ୍ପ ଖର୍ଚ୍ଚରେ ଅଧିକ ଅମଳ କରିପାରିବ। ତାକୁ ଆଉ ଋଣ ଭାର ସହିବାକୁ ପଡିବ ନାହିଁ। ଲୋକମାନେ ସେହି ଧାନଚାଉଳ, ପନିପରିବା ଖାଇ ନୀରୋଗ ରହିବେ। ସମାଜକୁ ଏହି ବାର୍ତ୍ତା ଦେବାକୁ ଯାଇ ଗୋଷ୍ଠୀର ମହିଳାମାନେ ୧୦ ଗୋଟି ଗାଈ ପାଳନ କରୁଛନ୍ତି। ଦୈନିକ ବାହାରୁଥିବା ଗୋବରକୁ ସେମାନେ ଜୈବିକ ସାର ରୂପେ ଫସଲରେ ବ୍ୟବହାର କରୁଛନ୍ତି। ସେଥିରୁ ପ୍ରତିଦିନ କିଛି ଗୋବର ଆଣି ସେଥିରେ ଆବଶ୍ୟକ ପରିମାଣର କାଠଗୁଣ୍ଡ, ଅରୁଆ ଚାଉଳ ଗୁଣ୍ଡ, ଦେଶୀ ଗୁଆଘିଅ ଆଦି ମିଶ୍ରଣ କରି ଧୂପକାଠି ତିଆରି କରୁଛନ୍ତି। ନିକଟବର୍ତ୍ତୀ ବଜାରରେ ତାହାର ଚାହିଦା ନ ଥିବାରୁ ସେମାନେ ବାହାର ବଜାରରେ ବିକ୍ରିକରି ପ୍ରତିଦିନ ଜଣ ପିଛା ୩୦୦ରୁ ୪୦୦ ଟଙ୍କା ରୋଜଗାର କରିପାରୁଥିବା କୁହନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ସଭାପତି କୁନି ପରିଡା। ସେହିପରି ସକାଳର ଗୋ ମୂତ୍ରକୁ ସଂଗ୍ରହ କରି ସେଥିରୁ ଅର୍କ ପ୍ରସ୍ତୁତ କରନ୍ତି। ଏହି ଅର୍କ ଗ୍ୟାସ୍‌ଟିକ, କଫ, ପାଇଲ୍‌ସ, ଶ୍ୱାସ ଭଳି ୪୮ ଗୋଟି ରୋଗର ଉପଶମ ପାଇଁ ବ୍ୟବହାର କରାଯାଉଥିବା କହିଛନ୍ତି ପଲ୍ଲୀବନ୍ଧୁ ସଂସ୍ଥାର ସଂଯୋଜକ ତଥା ମହାମାୟୀ ସ୍ବୟଂସହାୟକ ଗୋଷ୍ଠୀର ଉପଦେଷ୍ଟା ଗଣେଶ୍ୱର ପରିଡା। ସେମାନେ ପ୍ରତିଦିନ ଗୋ ମୂତ୍ରରୁ ୨ ଲିଟର ଅର୍କ ପ୍ରସ୍ତୁତ କରୁଥିବା ବେଳେ ତାହାକୁ ଲିଟର ପିଛା ୧୬୦ ଟଙ୍କାରେ ବିକ୍ରି କରନ୍ତି। ସ୍ଥାନୀୟ ବଜାରରେ ଏସବୁର ଚାହିଦା ନ ଥିବାବେଳେ ଭୁବନେଶ୍ୱର, କଟକ ଆଦି ସହରରେ ଗୋବର, ଗୋମୂତ୍ରରୁ ତିଆରି ସାମଗ୍ରୀ ବେଶ୍‌ ଲୋକପ୍ରିୟ ହୋଇପାରିଛି। ସରକାର ପ୍ରୋତ୍ସାହନ ଯୋଗାଇଦେଲେ ସେମାନେ ଏକ ସୁସ୍ଥ ତଥା ନୀରୋଗ ସମାଜ ଗଠନ କରିବାରେ ସହାୟକ ହେବେ ବୋଲି କହିଛନ୍ତି ଗୋଷ୍ଠୀର ସଭ୍ୟ ରୁନା ଜେନା, କୁନି ପରିଡା, ଦୀପ୍ତିମୟୀ ପରିଡା ପ୍ରମୁଖ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri