Categories: ଖେଳ

ସ୍ବିତୋଲିନା ସେମିଫାଇନାଲରେ

ନ୍ୟୁୟର୍କ,୪ା୯- ପଞ୍ଚମ ସିଡ୍‌ ତଥା ୟୁକ୍ରେନ୍‌ର ଏଲିନା ସ୍ବିତୋଲିନା ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଚାମ୍ପିୟନଶିପ୍‌ ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଏକ କ୍ୱାର୍ଟରଫାଇନାଲ ମ୍ୟାଚରେ ସେ ବ୍ରିଟିଶ ନମ୍ବର ଓ୍ବାନ ଖେଳାଳି ଜୋହାନ୍ନା କୋଣ୍ଟାଙ୍କୁ ୬-୪, ୬-୪ ସେଟ୍‌ରେ ହରାଇ ଦେଇଛନ୍ତି। ସ୍ବିତୋଲିନା ବର୍ତ୍ତମାନ ୨୩ ଗ୍ରାଣ୍ଡସ୍ଲାମ ଟାଇଟଲ ବିଜୟିନୀ ଆମେରିକାର ସେରେନା ଓ୍ବିଲିୟମ୍ସ କିମ୍ବା ଓ୍ବାଙ୍ଗ୍‌ କ୍ୱିଆଙ୍ଗ୍‌ଙ୍କୁ ଭେଟିବେ।

Share