Posted inଜାତୀୟ

ସ୍ବିଜରଲାଣ୍ଡ ସବୁଠାରୁ ମହଙ୍ଗା ଦେଶ: ଶସ୍ତା ତାଲିକାରେ ତୃତୀୟରେ ଭାରତ

ନ୍ୟୁୟର୍କ/ନୂଆଦିଲ୍ଲୀ,୬।୨: ପୃଥିବୀର ସqବୁଠାରୁ ମହଙ୍ଗା ଦେଶ ତାଲିକାରେ ଏକ ନମ୍ବର ସ୍ଥାନରେ ସ୍ବିଜରଲାଣ୍ଡ ରହିଛି। ଅପରପକ୍ଷରେ ଶସ୍ତା ଦେଶ ତାଲିକାରେ ତୃତୀୟ ସ୍ଥାନରେ ଭାରତ ରହିଛି। ଆମେରିକାର ବିଜନେସ୍‌ ମାଗାଜିନ୍‌ ସିଓ ଓ୍ବାଲର୍‌ଡ ପକ୍ଷରୁ ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି। ପୃଥିବୀର ୧୩୨ଟି ଦେଶରେ ସର୍ଭେ କରାଯାଇ ଏହି ରିପୋର୍ଟ ପ୍ରକାଶ ପାଇଛି। ମହଙ୍ଗା ଦେଶ ତାଲିକାରେ ଦ୍ୱିତୀୟ ସ୍ଥାନରେ ନରଓ୍ବେ ରହିଥିବାବେଳେ ତୃତୀୟ ସ୍ଥାନରେ ଆଇସ୍‌ଲାଣ୍ଡ୍‌ ରହିଛି। ସେହିପରି ଶସ୍ତା ଦେଶ ତାଲିକାରେ ପ୍ରଥମ ସ୍ଥାନରେ ପାକିସ୍ତାନ ଥିବାବେଳେ ଦ୍ୱିତୀୟ ସ୍ଥାନରେ ଆଫଗାନିସ୍ତାନ ରହିଛି। ସର୍ଭେ ପାଇଁ ଲୋକଙ୍କ ବାସଗୃହର ଭଡ଼ା, କିଣାଯାଉଥିବା ତେଜରାତି ସାମଗ୍ରୀ ଏବଂ ରେଷ୍ଟୁରାଣ୍ଟ୍‌ରେ ମିଳୁଥିବା ଖାଦ୍ୟ ପଦାର୍ଥର ଦାମକୁ ଆଧାର ଭାବେ ଗ୍ରହଣ କରାଯାଇଥିଲା। ଏହା ସହିତ ପୋଷାକ, ପରିବହନ ଭଡ଼ା ଏବଂ ଇଣ୍ଟରନେଟ୍‌ ଦାମକୁ ମଧ୍ୟ ଅଧ୍ୟୟନ ପରିସରଭୁକ୍ତ କରାଯାଇଥିଲା। ଏଥିରେ ସ୍ବିଜରଲାଣ୍ଡକୁ ସର୍ବାଧିକ ୧୨୨ ପଏଣ୍ଟ ମିଳିଥିବାବେଳେ ପାକିସ୍ତାନକୁ ସର୍ବନିମ୍ନ ୨୧.୯୮ ଏବଂ ଭାରତକୁ ୨୪.୫୮ ପଏଣ୍ଟ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri