ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଆସି ଗର୍ଭବତୀ ହଟହଟା

ଦାରିଙ୍ଗବାଡ଼ି,୧୦।୯(ଡି.ଏନ.ଏ)-ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ଲାଗି ରହିଛି। ଏଠାରେ ଚିକିତ୍ସାରେ ଅବହେଳା, ଅସ୍ବାସ୍ଥ୍ୟକର ପରିବେଶ ଓ ନିୟମିତ ଡାକ୍ତର ରହୁ ନ ଥିବା ପୂର୍ବରୁ ଅଭିଯୋଗ ହୋଇଆସୁଛି ା ତେବେ ସୋମବାର ପୁଣି ଏକ ଅବ୍ୟବସ୍ଥା ସାମ୍‌ନାକୁ ଆସିଛି। ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ ଆସି ଅଞ୍ଚଳର ଗର୍ଭବତୀମାନେ ହଟହଟା ହେବା ସହ ଭୋକରେ ଫେରିଛନ୍ତି।
ପ୍ରତି ମାସର ୯ ତାରିଖରେ ପ୍ରଧାନମନ୍ତ୍ରୀ ସୁରକ୍ଷା ମାତୃତ୍ୱ ଅଭିଯାନରେ ଗର୍ଭବତୀଙ୍କ ରକ୍ତ ନମୁନା, ମଧୁମେହ, ରକ୍ତଚାପ ଆଦି ପରୀକ୍ଷା କରାଯାଇଥାଏ।ା ଏହି ତାରିଖ ଛୁଟି ରହିଥିଲେ ପରଦିନ ଏସବୁ ପରୀକ୍ଷା କରାଯାଇ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ମାଗଣାରେ ଔଷଧ ଓ ତାଲିକା ପ୍ରକାରେ ବ୍ରେଡ, ଫଳ, ଅଣ୍ଡା, କ୍ଷୀର ଆଦି ଦିଆଯାଇଥାଏ ା ଦୁର୍ଗମ ଅଞ୍ଚଳରୁ ଆସିଥିବା ଗର୍ଭବତୀମାନେ ସୋମବାର ସରକାରୀ ଛୁଟି ଥିବା ଜାଣି ନ ପାରି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ସୋମବାର ଛୁଟି ଶୁଣି ଫେରିଯାଇଥିଲେ। ଆଉ କେତେଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲେ ସୁଦ୍ଧା ରିପୋର୍ଟ ପ୍ରଦାନ କରାଯାଇ ପାରି ନ ଥିଲା କି ସେମାନଙ୍କ ନାମ ପଞ୍ଜୀକରଣ ହୋଇ ନ ଥିଲା। ନାମ ପଞ୍ଜୀକରଣ ହୋଇ ନ ପାରିବାରୁ ଗର୍ଭବତୀଙ୍କୁ ଭୋକରେ ନିଜ ଗ୍ରାମକୁ ଫେରିବାକୁ ପଡ଼ିଥିଲା ା ମଧୁସ୍ମିତା ନାୟକ, ମାମିନୀ ଦିଗାଳ ପ୍ରମୁଖ ଦୂରଦୂରାନ୍ତରୁ ଆସି ନିରାଶରେ ଫେରିଥିବା କହିଛନ୍ତି। ମଙ୍ଗଳବାର ପୁଣି ଆସି ନାମ ପଞ୍ଜୀକରଣ କରିବାକୁ ପଡ଼ିବ ବୋଲି ସେମାନଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି। ଏ ନେଇ ବିପିଏମ୍‌ ଅମୂଲ୍ୟ କୁମାର ପାଣିଗ୍ରାହୀ କହିଛନ୍ତି, ୯ ତାରିଖରେ ଛୁଟି ପଡ଼ିଲେ ତା’ ପରଦିନ ଗର୍ଭବତୀଙ୍କୁ ନେଇ ଆସିବାକୁ ଆଶାକର୍ମୀମାନଙ୍କୁ ପୂର୍ବରୁ ସୂଚନା ଦିଆଯାଇଛି । ହେଲେ ଆଶାକର୍ମୀମାନେ ସଚେତନ ହେଉ ନ ଥିବାରୁ ଏଭଳି ହୋଇଛି। ନାମ ପଞ୍ଜୀକରଣ ନ ହେଲେ ମାଗଣା ଖାଦ୍ୟ ଦିଆଯାଇପାରିବ ନାହିଁ ୨୦୧୬ରୁ ନିୟମ ହୋଇଛି ବୋଲି ସେ କହିଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ର ପାଥୋଲୋଜି ଟେକନିସିଆନ ସରୋଜ କୁମାର ଦାସ କହିଛନ୍ତି, ଗର୍ଭବତୀମାନଙ୍କ ରକ୍ତ ନମୁନା ସହ ବିଭିନ୍ନ ପରୀକ୍ଷା କରାଯାଇଛି। ମଙ୍ଗଳବାର ରିପୋର୍ଟ ଦିଆଯିବ ା ଛୁଟି ରହିଥିବାରୁ ଏହି ସମସ୍ୟା ହୋଇଥିବା କହିଛନ୍ତି। ତେବେ ଭୋକ ଉପାସରେ ଗର୍ଭବତୀଙ୍କୁ ଫେରାଇ ଦିଆଯିବା ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିଛନ୍ତି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri