ସ୍ବାସ୍ଥ୍ୟସେବାର ପରିପ୍ରକାଶ

‘ସ୍ବାସ୍ଥ୍ୟ ସାଧାରଣତଃ ଶାରୀରିକ, ମାନସିକ ଓ ସାମାଜିକ ସ୍ତରର ସୁସ୍ଥତାକୁ ବୁଝାଇଥାଏ। ଏହା ସହ ମଧ୍ୟ ‘ଆଧ୍ୟାତ୍ମିକ’ ସ୍ବାସ୍ଥ୍ୟକୁ ଅଣାଯାଇପାରିବ। ସୁସ୍ଥ ନାଗରିକମାନେ ଦେଶର ମୂଳଧନ ଓ ସମ୍ବଳ। ସେମାନେ କାର୍ଯ୍ୟକ୍ଷମ ହେଲେ ଦେଶର ଆର୍ଥିକ ମାନଦଣ୍ଡ ମଜଭୁତ ହେବ। କୃଷି, ଶିଳ୍ପ, କଳକାରଖାନା ଉତ୍ପାଦନ, କର୍ମସଂସ୍ଥାନର ପ୍ରଗତି ହୋଇପାରିବ।
ଦେହ ଖରାପ ହେଲେ, ଅସୁସ୍ଥ ରହିଲେ, କର୍ମକ୍ଷମ ନ ହେଲେ ବ୍ୟକ୍ତିଗତ ଭାବେ ପୀଡ଼ିତର କ୍ଷତି ହୁଏ। ପରିବାରର ମଧ୍ୟ ଓ ଏହା ସହ ପ୍ରଦେଶ ଓ ଦେଶର। ଏଣୁ ସ୍ବାସ୍ଥ୍ୟକୁ ସମ୍ପଦ ବୋଲି କୁହାଯିବା ସର୍ବୋତ ଭାବେ ଠିକ୍‌। ‘ଏ ଦେହ ଥିଲେ ସର୍ବ ପାଇ, ଜଳେ ଯେସନେ ଚନ୍ଦ୍ର ଛାଇ’ ବୋଲି ଭାଗବତରେ କୁହାଯାଇଛି। ମାତ୍ର ସ୍ବାସ୍ଥ୍ୟ ଓ ପ୍ରତିକାରର କଥା ସେତେବେଳକୁ ମନକୁ ଆସେ ଯେତେବେଳେ ଆମେ ରୋଗରେ ପଡ଼ୁ ଏଥିପାଇଁ କୁହାଯାଇଛି “Health is remembered when it is lost.”
ସ୍ବାସ୍ଥ୍ୟସେବା ଏକ ସାମାଜିକ ଓ ସାମୂହିକ ପ୍ରଚେଷ୍ଟା। ଏହା ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ଉପରେ ନିର୍ଭରକରେ। ସୁସ୍ଥ ରହିବାର ଦାୟିତ୍ୱ ନିଜର, ବ୍ୟକ୍ତିବିଶେଷର। ପରିବାର ମଧ୍ୟ ଏଥିପାଇଁ ଦାୟୀ। ସମାଜ ଓ ପ୍ରାଦେଶିକ, କେନ୍ଦ୍ର ସରକାରଙ୍କ ସହ ଆନ୍ତର୍ଜାତିକ ସଂସ୍ଥାଗୁଡ଼ିକର ମଧ୍ୟ ଦାୟିତ୍ୱ ରହିଛି। କିନ୍ତୁ ରାଜ୍ୟର ସ୍ବାସ୍ଥ୍ୟସେବା ମୁଖ୍ୟତଃ ରାଜ୍ୟ ସରକାରଙ୍କ କାର୍ଯ୍ୟ ଉପରେ ପର୍ଯ୍ୟବସିତ।
ଡାକ୍ତରଖାନା ଓ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକର ପରିଚାଳନା, ଡାକ୍ତର, ନର୍ସ ଓ କର୍ମଚାରୀ ନିଯୁକ୍ତି, ଔଷଧ ଯୋଗାଣ, ପରୀକ୍ଷଣର ସୁବିଧା, ଡାକ୍ତରଖାନାକୁ ଜରୁରୀ ରୋଗୀମାନଙ୍କୁ ଆଣିବା, ଚିକିତ୍ସା ସେବା ଯୋଗାଇବା, ଆର୍ଥିକ ସାହାଯ୍ୟ ଦେବା, ଜଟିଳ ରୋଗ ନିମନ୍ତେ ସାହାଯ୍ୟ ଓ ସୁବ୍ୟବସ୍ଥା କରିବା ଇତ୍ୟାଦି ମୁଖ୍ୟ। ଏହା ସହ ମା’ ଓ ଶିଶୁଙ୍କ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ଗର୍ଭବତୀମାନଙ୍କର ଆନୁଷ୍ଠାନିକ ପ୍ରସବ ସୁବିଧା, ନିୟମିତ ଯାଞ୍ଚ, ମା’ ଓ ଶିଶୁର ସମୟାନୁଯାୟୀ ଟିକାକରଣ, ଆର୍ଥିକ ସହାୟତା ପ୍ରଦାନ ଇତ୍ୟାଦି ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମ ରାଜ୍ୟ ଏସବୁ କ୍ଷେତ୍ରରେ ଦେଶ ତଥା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଆଦର୍ଶ ପାଲଟିଛି। ଆପତ୍‌କାଳୀନ ସଂକ୍ରାମକ ରୋଗ, ବନ୍ୟା, ବାତ୍ୟା ସମୟରେ ସ୍ବାସ୍ଥ୍ୟସେବା ପରିଚାଳନାରେ ମଧ୍ୟ ଆମ ରାଜ୍ୟ ସଦାସର୍ବଦା ପ୍ରଶଂସାଯୋଗ୍ୟ କାର୍ଯ୍ୟ କରିଛି।
ସରକାରୀ ମେଡିକାଲ କଲେଜ ଓ ସରକାରୀ ଡାକ୍ତରଖାନା ଏବଂ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଅତ୍ୟନ୍ତ ଯୋଗ୍ୟ ଓ ନିଷ୍ଠାବାନ୍‌ ଡାକ୍ତର କାର୍ଯ୍ୟରତ। ମାତ୍ର ରୋଗୀମାନଙ୍କ ସଂଖ୍ୟା କ୍ରମଶଃ ଆଶାତୀତ ଭାବେ ବୃଦ୍ଧି ପାଉଥିବାରୁ ଓ ଚିକିତ୍ସା ସେବାକୁ ବ୍ୟାପକ କରାଯାଇଥିବାରୁ ସୀମିତ ସଂଖ୍ୟକ ଡାକ୍ତର ଓ କର୍ମଚାରୀମାନଙ୍କୁ ନେଇ ଏତେ ପରିମାଣ କାର୍ଯ୍ୟ କରିବା ଅତ୍ୟନ୍ତ କଠିନ ହୋଇପଡ଼ିଛି। ଚାହିଁଲେ ମଧ୍ୟ ଜଣେ ଡାକ୍ତର ଏକାଦିକ୍ରମେ ୨୪ କିମ୍ବା ୪୮ଘଣ୍ଟା କାମ କରିପାରିବେ ନାହିଁ, ଯାହାକି କେତେକ କ୍ଷେତ୍ରରେ ଦେଖାଦେଉଛି।
ସଂଖ୍ୟାଧିକ ରୋଗୀ ଆଡମିଶନ ହେଉଥିଲେ ମଧ୍ୟ ସମସ୍ତଙ୍କୁ ଶଯ୍ୟା ଯୋଗାଇବା ସମ୍ଭବ ହୋଇପାରୁନାହିଁ। ତେଣୁ ମେଡିକାଲ କଲେଜ ଓ ବଡ଼ ବଡ଼ ଡାକ୍ତରଖାନାରେ ଅଧିକାଂଶ ସମୟ ବାଧ୍ୟ ହୋଇ ରୋଗୀମାନଙ୍କୁ ଚଟାଣରେ ଓ ତଳେ ରଖି ଚିକିତ୍ସା କରାଯାଉଛି, ଯେଉଁଥିପାଇଁ କି ସ୍ବାସ୍ଥ୍ୟସେବା ସମାଲୋଚନାର ଶରବ୍ୟ ହେଉଛି। ରୋଗ ପ୍ରତିଷେଧକ କ୍ଷେତ୍ରରେ ରାଜ୍ୟ ଯଥେଷ୍ଟ କାର୍ଯ୍ୟ କରିଥିଲେ ମଧ୍ୟ ଚିକିତ୍ସା ସେବା କ୍ଷେତ୍ରରେ ଅନେକ ପଦକ୍ଷେପ ନିଆଯିବା ପରେ ମଧ୍ୟ ଏହାକୁ ଦରକାର ମୁତାବକ ସ୍ତରକୁ ଅଣାଯାଇ ପାରିନାହିଁ। ଏଥିପାଇଁ ମୁଖ୍ୟ ପ୍ରତିବନ୍ଧକ ହେଉଛି ମାନବ ସମ୍ବଳ। ରାଜ୍ୟରେ ପ୍ରାୟତଃ ସବୁ ସ୍ବାସ୍ଥ୍ୟକେନ୍ଦ୍ର ଓ ଡାକ୍ତରଖାନା ପାଇଁ ପଦପଦବୀ ଘୋଷଣା ଓ ସ୍ଥିର କରାଯାଇଥିଲେ ମଧ୍ୟ ପାଖାପାଖି ଅଧା ଓ କେତେକ କ୍ଷେତ୍ର ଅର୍ଦ୍ଧାଧିକ ସ୍ଥାନରେ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ପଦବୀ ଖାଲିପଡ଼ିଛି। ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀମାନେ ଥିଲେ ମଧ୍ୟ ସେମାନଙ୍କୁ ସୁଚିନ୍ତିତ ନିଯୁକ୍ତି ମିଳିପାରୁ ନାହିଁ। ତେଣୁ ରାଜ୍ୟସ୍ତରରେ ସ୍ବାସ୍ଥ୍ୟସେବା ନିଯୁକ୍ତି କମିଶନ ଗଠନକରି ଏହା ମାଧ୍ୟମରେ ପ୍ରତି ୩ ମାସରେ ନିଯୁକ୍ତିର ବ୍ୟବସ୍ଥା କରିବା ଅପରିହାର୍ଯ୍ୟ ହୋଇପଡ଼ିଛି। ଗତାନୁଗତିକ ପଦ୍ଧତିରେ ନିଯୁକ୍ତି ଦେବା ସମୟ ସାପେକ୍ଷ ଓ କୋର୍ଟ କଚେରି ହସ୍ତକ୍ଷେପ ଯୋଗୁ ଏହିସବୁ ପଦବୀ ପୂରଣ ହୋଇପାରୁ ନାହିଁ। ହେଲ୍‌ଥ ସର୍ଭିସ ରିକ୍ରୁଟମେଣ୍ଟ କମିଶନ ହେଲେ ଅଧିକାଂଶ ପଦବୀ ଖୁବ୍‌ କମ୍‌ ସମୟ ମଧ୍ୟରେ ପୂରଣ ହୋଇପାରିବା ଦ୍ୱାରା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଆସିପାରନ୍ତା। ସ୍ବାସ୍ଥ୍ୟସେବା ସମାଜର ଦର୍ପଣ ପରି। ଏହାର ପରିପ୍ରକାଶ ଜନସାଧାରଣଙ୍କ ପରିପ୍ରକାଶ। ଆଗରୁ ରୋଗୀମାନଙ୍କ ସଂଖ୍ୟା ତୁଳନାତ୍ମକ ଭାବେ କମ୍‌ ଥିଲା ଓ ଘରୋଇ ଡାକ୍ତରଖାନା ପ୍ରାୟ ନ ଥିଲା। ଆମେ ପଢ଼ୁଥିବା ସମୟରେ ଶଯ୍ୟା ନ ଥିଲେ ମଧ୍ୟ ସମସ୍ତ ଗୁରୁତର ରୋଗୀଙ୍କୁ ବାଧ୍ୟତାମୂଳକ ଭାବେ ଆଡମିଶନ କରିବାକୁ ପଡ଼ୁଥିଲା, ସେମାନେ ତଳେ ରହି ଚିକିତ୍ସା ହେଉଥିଲେ। ବାହାରେ ଘରୋଇ ଚିକିତ୍ସା କେନ୍ଦ୍ର ନ ଥିବାରୁ ଏପରି କରାଯାଉ ଥିଲା। ଏବେ ସ୍ବଚ୍ଛଳ ଓ ହାଇଫାଇ ରୋଗୀମାନେ ସରକାରୀ ଚିକିତ୍ସାଳୟ ଅପେକ୍ଷା ଘରୋଇ ଚିକିତ୍ସାଳୟକୁ ଅଧିକ ଯାଉଛନ୍ତି। ସେହିପରି ମଧ୍ୟ ସେମାନେ ନିଜ ପିଲାର ପାଠପଢ଼ା ପାଇଁ ସରକାରୀ ବିଦ୍ୟାଳୟକୁ ପସନ୍ଦ କରୁନାହାନ୍ତି।
ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଶାରୀରିକ ଓ ମାନସିକ ଚାପରେ ଥାଆନ୍ତି। ସେମାନଙ୍କର ବ୍ୟଗ୍ରତା ଥାଏ। ଯେକୌଣସି କଥା କହିଲେ ସେମାନଙ୍କୁ ପ୍ରଭାବିତ କରିଥାଏ। ଏହାବାଦ୍‌ ଅନେକ ଡାକ୍ତରଖାନାରେ ଅସାମାଜିକ ବ୍ୟକ୍ତି, ଦଲାଲ ଓ ଗଣ୍ଡଗୋଳକାରୀ ବ୍ୟକ୍ତିମାନଙ୍କ ଉପରେ କୌଣସି ନିୟନ୍ତ୍ରଣ ନ ଥାଏ। ଛୋଟମୋଟ ହେଉ ଓ ଟିକିଏ ବଡ଼ ଗ୍ରାମାଞ୍ଚଳଗୁଡ଼ିକରେ ରୋଗୀ ସହ ଆସିଥିବା ଲୋକମାନେ ରାତିରେ ପ୍ରାୟତଃ ନିଶାସକ୍ତ ଅବସ୍ଥାରେ ଆସି ଥାଆନ୍ତି ଓ ଅଯଥାରେ ଗଣ୍ଡଗୋଳ କରିଥାଆନ୍ତି। ସିସିଟିଭି ଫୁଟେଜରୁ ଏହିପରି ଅନେକ ଘଟଣା ଲୋକଲୋଚନକୁ ଆସୁଛି। କିଛିଦିନ ତଳେ ଜଣେ ଡାକ୍ତରଙ୍କର ଧୈର୍ଯ୍ୟକୁ ପ୍ରଶଂସାକରି ଏକ ଭିଡିଓ ପୋଷ୍ଟିଂ ହୋଇଛି ଯେଉଁଥିରେ କି ଜଣେ ଅସାମାଜିକ ବ୍ୟକ୍ତିର ଗାଳିମନ୍ଦ ଓ ଆକ୍ରମଣକୁ ଅଣଦେଖା କରି ସେ ଅସମୟରେ ଏକାକୀ ଗୁରୁତର ରୋଗୀମାନଙ୍କୁ ଦେଖି ଚାଲିଛନ୍ତି ଓ ସେବା ପ୍ରଦାନ ବନ୍ଦ କରି ନାହାନ୍ତି। ତା’ର ଆକ୍ରମଣ ଓ ଗାଳିଗୁଲଜ ତାଙ୍କୁ ଭୟଭୀତ କରାଇପାରି ନାହିଁ। କୌଣସି ଭୁଲ୍‌ଭଟକା ନ ଥାଇ ରାତିର ନିସ୍ତବ୍ଧ ପ୍ରହରରେ ସେବା ପ୍ରଦାନ କରୁଥିବା ଜଣେ ଦେବପ୍ରତିମ ବ୍ୟକ୍ତିଙ୍କୁ ଏପରି ବ୍ୟବହାର ନିଶ୍ଚିତ ଭାବେ ନିନ୍ଦନୀୟ। କିନ୍ତୁ ଏହା ସମାଜ ପାଇଁ କେବେ ଶୁଭଙ୍କର ନୁହେଁ। ଏହା ‘ତୁଳସୀ’ ପରି ପବିତ୍ର ଗଛ ଉପରେ ରାଗ ସୁହାଇବା ପରି ପ୍ରତୀୟମାନ ହେଉଛି।
କୌଣସି କାରଣ ନ ଥାଇ ଡାକ୍ତରଖାନାରେ ସମୟ ଅସମୟରେ ଅନୁପ୍ରବେଶ କରି ଗଣ୍ଡଗୋଳ କରିବା ଏକ ନିତିଦିନିଆ ଘଟଣା ହୋଇଗଲାଣି। ଏହାର ଦୃଢ଼ ପ୍ରତିକାର ନ କରିଲେ ସ୍ବାସ୍ଥ୍ୟସେବା ନିଶ୍ଚିତ ଭାବେ ପ୍ରଭାବିତ ହେବ। ଏହାର ସମାଧାନ ହୋଇପାରିବ ଯଦି କାର୍ଯ୍ୟରତ ଡାକ୍ତରଙ୍କ ଉପରେ ଆକ୍ରମଣ ହୁଏ ତା’ହେଲେ ସେ ସେହି ବ୍ୟକ୍ତି/ବ୍ୟକ୍ତିମାନଙ୍କର ଭିଡିଓ ସହିତ ସିଧାସଳଖ କୋର୍ଟରେ କେସ୍‌ ଦାଏର କରିପାରିବେ ଏବଂ କୋର୍ଟ ଏହାକୁ ଗ୍ରହଣ କରିବେ। ଡାକ୍ତରମାନେ ପ୍ରଥମ ନିଯୁକ୍ତି ସମୟରୁ ପ୍ରଥମ ଶ୍ରେଣୀ ପଦବୀରେ ଯୋଗ ଦେଉଥିବାରୁ ସେମାନଙ୍କୁ ସେହି କ୍ଷମତା ପ୍ରଦାନ କରିବା ଉଚିତ। ସବୁ ସମୟରେ ପୋଲିସ ଠିକ୍‌ ସମୟରେ ଓ ପ୍ରକୃତ ଗଣ୍ଡଗୋଳ ସମୟରେ ସାହାଯ୍ୟ କରିବା ପାଇଁ ପହଞ୍ଚତ୍ପାରି ନ ଥାଏ। ଏପରି ହେଲେ ଗଣ୍ଡଗୋଳ ସୃଷ୍ଟି କରୁଥିବା ଅସାମାଜିକ ତତ୍ତ୍ୱମାନଙ୍କର ନିଶ୍ଚିତ ଭାବେ ଭୟ ରହିବ। ଏହି କ୍ଷମତାକୁ ଡାକ୍ତରମାନେ ଠିକ୍‌ ସମୟରେ ନିଜର ଓ ଅନ୍ୟ ରୋଗୀ ତଥା ସମ୍ପର୍କୀୟମାନଙ୍କ ସୁରକ୍ଷା ପାଇଁ ଉପଯୋଗ କରିପାରିବେ।
ସାଧାରଣତଃ ଜଣେ ଡାକ୍ତର ଦିନକୁ ୩୦ରୁ ୪୦ ବହର୍ବିଭାଗ ରୋଗୀ ଓ ୫ରୁ ୧୦ ଅନ୍ତର୍ବିଭାଗ ରୋଗୀ ଦେଖିବା ଓ ଆଡମିଶନ କରିବା କଥା। ମାତ୍ର ଗୋଟିଏ ଗୋଟିଏ ସ୍ଥାନରେ ଜଣେ ଡାକ୍ତରଙ୍କୁ ୩୦୦ ପର୍ଯ୍ୟନ୍ତ ରୋଗୀ ଦେଖିବାକୁ ପଡ଼ିଥାଏ, ଯାହାକି ତାଙ୍କର ଚିକିତ୍ସାର ମାନ ଓ କାର୍ଯ୍ୟ କ୍ଷମତାର ବାହାରେ । ସେପରି କରିବା ଦ୍ୱାରା ସେ ବିରକ୍ତ ଓ ଚିଡ଼ିଚିଡ଼ା ହେବା ସ୍ବାଭାବିକ। ଏହାଦ୍ୱାରା ଉଭୟ ଡାକ୍ତର ଓ ରୋଗୀ ଦୁଇ ପକ୍ଷର କ୍ଷତି ହୋଇଥାଏ। ତେଣୁ ଡାକ୍ତରମାନଙ୍କର ସେହିପରି ଡ୍ୟୁଟି ଆଓ୍ବାର ଓ ଅଫ୍‌ ତଥା ବିଶ୍ରାମ ଦିନ ସ୍ଥିର ହେବା ଉଚିତ। ଏପରି ନ ହେଲେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉତ୍କର୍ଷ ଆସିପାରିବ ନାହିଁ। ଅପରେଶନ ଓ ଜରୁରୀ ଚିକିତ୍ସା କ୍ଷେତ୍ରରେ ମଧ୍ୟ ସେହିପରି ଜଣେ ଦିନକୁ କେତୋଟି ଅପରେଶନ କରିବେ ଓ କେତେ ଘଣ୍ଟା ଜରୁରୀ ସେବା ଯୋଗାଇବେ ତାହାର ସୀମା ରହିବା ଦରକାର। ଡାକ୍ତରମାନେ ନିଶ୍ଚିତ ଭାବେ ରୋଗୀମାନଙ୍କୁ ସାହାଯ୍ୟ କରିବେ, ମାତ୍ର ପ୍ରକାରାନ୍ତେ ରୋଗୀ ଓ ସମ୍ପର୍କୀୟମାନେ ଡାକ୍ତରମାନଙ୍କୁ ସହଯୋଗ ସହିତ ବିଶ୍ୱାସକୁ ନେବା ଦରକାର। ରୋଗର ଆରୋଗ୍ୟ ଅନେକ ସମୟରେ ରୋଗୀ ଉପରେ ହିଁ ନିର୍ଭର କରିଥାଏ।

ଡା. ରାମଚନ୍ଦ୍ର ରାଉତ

-ଗୋପାଳପୁର, ବାଙ୍କୀ,
କଟକ, ମୋ: ୯୪୩୭୭୪୨୪୯୯


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri