ସ୍ବାର୍ଥ ପାଇଁ ଗାନ୍ଧିଜୀଙ୍କୁ ବ୍ୟବହାର କରନାହିଁ

ବଲାଙ୍ଗୀର ଅଫିସ, ୨୨ା୧ – ସର୍ବଭାରତୀୟ ବହୁଭାଷୀ ମଞ୍ଚ ନାଟକ ସମାରୋହ ମଠଖାଇ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଛତିଶଗଡ ପ୍ରଦେଶ ରାୟଗଡର ଇଣ୍ଡିଆନ୍‌ ପିପୁଲ ଥିଏଟର ଆସୋସିଏଶନ୍‌ର ବହୁଚର୍ଚ୍ଚିତ ହିନ୍ଦୀ ନାଟକ ଗାନ୍ଧୀଚୌକ ମଞ୍ଚସ୍ଥ ହୋଇଥିଲା ା ଅଶୋକ ମିଶ୍ରଙ୍କ ରଚିତ ଓ ଅଜୟ ଆଟଲେଙ୍କ ନିର୍ଦ୍ଦେଶିତ ହିନ୍ଦୀ ନାଟକ ଗାନ୍ଧୀଚୌକ ଦର୍ଶକଙ୍କୁ ଏକ ନିଆରା ବାର୍ତ୍ତା ଦେଇଥିଲା ା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷରେ ଗାନ୍ଧୀ ଦର୍ଶନ ଓ ବିଚାରକୁ ନେଇ ପରିବେଷିତ ଏହି ନାଟକ ବେଶ୍‌ ଶିକ୍ଷଣୀୟ ହୋଇପାରିଥିଲା ା ଗାନ୍ଧିଜୀଙ୍କ ନଁାରେ ଆମ ସମାଜରେ କିଭଳି ସଂକୀର୍ଣ୍ଣ ରାଜନୀତି କରି ଆମେ ବାହାବା ନେଇଥାଉଁ ଏହା ଏହି ନାଟକରେ ପ୍ରଦର୍ଶିତ ହୋଇଥିଲା ା ଜାତି, ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟ ନଁାରେ ଭାଗଭାଗ କରି ପୁଣି ଗାନ୍ଧୀଜୀଙ୍କ ନଁାରେ କିଭଳି ସେମାନଙ୍କୁ ଛଳନା କରାଯାଏ ତାହା ନାଟକରେ ପ୍ରଦର୍ଶିତ ହୋଇଥିଲା ା ଗାନ୍ଧୀ ଜୟନ୍ତୀରେ ଜଣେ ମନ୍ତ୍ରୀ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିବା ପାଇଁ ବାଧ୍ୟବାଧକତାରେ ଜଣେ ଦଳିତ ବର୍ଗର ବ୍ୟକ୍ତିଙ୍କୁ ଡାକି ଆଣି ଛଳନା କରୁଛନ୍ତି ା ଗାନ୍ଧିଜୀଙ୍କ ନଁାରେ ଭଦ୍ର ମୁଖାରେ ଆମେ କିଭଳି ଆମର ମୁହଁ ଢ଼ାଙ୍କିବାକୁ ଯାଇ ସ୍ବାର୍ଥସିଦ୍ଧି କରୁଛୁଁ ଓ ଏହା ପ୍ରକାରାନ୍ତରେ ଆମ ସମାଜତ ଆମ ପାଇଁ କେତେ ଘାତକ ହେଉଛି ତାହା ଏହି ନାଟକରେ ମାର୍ମିକ ଢ଼ଙ୍ଗରେ ଉପସ୍ଥାପନ କରାଯାଇଥିଲା ା କଳାକାରମାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ବେଶ୍‌ ଆମୋଦିତ କରିଥିଲା ା ତୀକ୍ଷଣ ବ୍ୟଙ୍ଗ ଓ ହାସ୍ୟରୋଳ ଭିତରେ ଏହି ନାଟକ ସ୍ବାର୍ଥନ୍ଧ ମଣିଷ ଭାବନା ଓ ପ୍ରକୃତ ଗାନ୍ଧୀ ବିଚାର ଓ ଦର୍ଶନକୁ ଉପସ୍ଥାପିତ କରିଥିଲା ା ନାଟକ ଶେଷ ହେବା ପରେ ମଠଖାଇ ମହୋତ୍ସବ କମିଟି ଅଧ୍ୟକ୍ଷ ବିଧାୟକ ନରସିଂହ ମିଶ୍ର, ତାଙ୍କ ସ୍ତ୍ରୀ କୁସୁମ ମିଶ୍ର, ମଠଖାଇ ମହୋତ୍ସବ କମିଟି ଉପଦେଷ୍ଟା ପ୍ରଫେସର ମଧୁସୂଦନ ପତି ମଞ୍ଚକୁ ଯାଇ ରାୟଗଡର ଇଣ୍ଡିଆନ୍‌ ପିପୁଲ ଥିଏଟର ଆସୋସିଏଶନ୍‌ର ସମସ୍ତ ସଦସ୍ୟ, ନାଟକ ଗାନ୍ଧୀଚୌକର ସମସ୍ତ ଅଭିନେତାଙ୍କୁ ସମ୍ମାନିତ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri