ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀ ବ୍ୟାନର, ପୋଷ୍ଟର: ୪ ଜଣଙ୍କୁ ମୃତ୍ୟୁଦଣ୍ଡ ଉଲ୍ଲେଖ

ମାଲକାନଗିରି,୨।୨(ସ୍ବ.ପ୍ର.): ସ୍ବାଭିମାନ ଅଞ୍ଚଳରେ ପୁଣି ମାଓବାଦୀ ବ୍ୟାନର ଓ ପୋଷ୍ଟର ରବିବାର ଦେଖିବାକୁ ମିଳିଛି। ପୋଲିସ ଓ ସରକାରଙ୍କୁ ବିରୋଧ କରି ଏହି ପୋଷ୍ଟର ଲଗାଯାଇଛି। ଯୋଡ଼ାମ୍ବରୁ ପଣସପୁଟ ପର୍ଯ୍ୟନ୍ତ ଦୀର୍ଘ ୧୦ କିଲୋମିଟର ଯାଏ ଏହି ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଗତ ୨୫ ତାରିଖରୁ ବିଚ୍ଛିିନ୍ନାଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଯୋଡ଼ାମ୍ବ ପଞ୍ଚାୟତର ଚାରି ଜଣଙ୍କୁ ମାଓବାଦୀମାନେ ଟାର୍ଗେଟ କରିଛନ୍ତି । ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ଏପରି ଧମକପୂର୍ଣ୍ଣ ପୋଷ୍ଟର ଲଗାଯିବା ପରେ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ସହ ରାଜ୍ୟ ପୋଲିସ ବିଭାଗର ଅନେକ ବରିଷ୍ଠ ଅଧିକାରୀ ସ୍ବାଭିମାନ ଅଞ୍ଚଳ ଗସ୍ତ କରି ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ।