ସ୍ବଳ୍ପ ବୃଷ୍ଟି: ଚାଷୀ ଆନନ୍ଦିତ: ଜମିରେ ଚାଲିଛି ତଳି ରୁଆ କାର୍ଯ୍ୟ

ନୟାଗଡ଼ ଅଫିସ,୨୭।୭: ଶ୍ରାବଣ ମାସର ୧୦ ଦିନ ବିତିଗଲାଣି। ବର୍ଷା ଯେଉଁଭଳି ଭାବେ ହେବା କଥା ନ ହେବାରୁ ଡହଡ଼ହ ଖରାରେ ଜମି ଫାଟି ଅଁା କରିଥିଲା। ଏହି ସମୟରେ ଗୁରୁବାର ହୋଇଥିବା ବର୍ଷା ଚାଷୀଙ୍କ ମନରେ ଆଶା ସଞ୍ଚାର କରିଛି। ଗୋଟିଏ ଦିନ ବର୍ଷା ହେବା ଫଳରେ ଏବେ ଜିଲାର ବିଭିନ୍ନ ସ୍ଥାନରେ ଚାଷୀମାନେ ସେମାନଙ୍କ ଜମିରେ ଚାଷ କାର୍ଯ୍ୟ କରିବାରେ ଲାଗି ପଡ଼ିଛନ୍ତି। ବହୁ ଦିନ ଧରି ଜମିରେ ପାଣି ନ ଥିବାରୁ ଚାଷ କାର୍ଯ୍ୟ ଆଗେଇ ପାରୁ ନ ଥିଲା। ବର୍ଷା ହେବା ଫଳରେ ସବୁ କାର୍ଯ୍ୟ ଛାଡ଼ି ଚାଷୀମାନେ ବର୍ତ୍ତମାନ ତଳି ଉପାଡ଼ିବା ଓ ରୁଆ କାର୍ଯ୍ୟରେ ଲାଗିପଡ଼ିଛନ୍ତି।
୨୦୧୮ରେ ଜିଲାରେ ହାରାହାରି ୧୦୧.୨୩ମିମି ବର୍ଷା ହୋଇଥିଲା। ଏ ବର୍ଷ ଜୁନ୍‌ ମାସରେ ୧୦୭.୭୭ ମିମି ବର୍ଷା ହୋଇଛି, ଯେତେବେଳେ କି ୨୦୩.୫ ମିମି ବର୍ଷା ଆବଶ୍ୟକ ଥିଲା। ସେହିପରି ଜୁଲାଇ ୨୦୧୮ରେ ୩୯୭.୮୮ ମିମି ବର୍ଷା ହୋଇଥିଲା। ଏ ବର୍ଷ ଜୁଲାଇ ମାସର ବର୍ତ୍ତମାନ ସୁଦ୍ଧା ୨୧୮.୫୦ ମିମି ବର୍ଷା ହୋଇଛି। ୨୮୮.୫ ମିମି ବର୍ଷା ଆବଶ୍ୟକ ଅଛି।
ଯେ, ଜୁଲାଇ ମାସରେ ବର୍ତ୍ତମାନ ସୁଦ୍ଧା ଭାପୁର ବ୍ଲକରେ ସର୍ବାଧିକ ୨୭୦.୪୦ ମିମି ବର୍ଷା ହୋଇଥିବା ବେଳେ ନୂଆଗାଁରେ ସର୍ବନିମ୍ନ ୧୫୩.୪୦ ମିମି ବର୍ଷା ହୋଇଛି। ଦଶପଲ୍ଲାରେ ୨୨୨.୨୦ ମିମି, ଗଣିଆରେ ୨୩୧ ମିମି, ଖଣ୍ଡପଡ଼ାରେ ୨୨୯.୭୦ ମିମି, ନୟାଗଡ଼ରେ ୨୪୪.୨୦ ମିମି, ଓଡ଼ଗାଁରେ ୨୦୪.୯୦ ମିମି ଓ ରଣପୁର ବ୍ଲକରେ ୧୯୨.୨୦ ମିମି ବର୍ଷା ହୋଇଛି। ଆବଶ୍ୟକତାଠାରୁ ଢେର କମ୍‌ ବର୍ଷା ହୋଇଛି। ସ୍ବଳ୍ପବୃଷ୍ଟି ହୋଇଥିଲେ ମଧ୍ୟ ଚାଷୀକୁଳ ବର୍ତ୍ତମାନ ଆନନ୍ଦିତ । ଜମିରେ ପାଣି ଥିବାରୁ ଚାଷ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ପୁଣି ଆଗକୁ ଦୁଇଦିନ ଧରି ଲଘୁଚାପ ପ୍ରଭାବରେ ବର୍ଷା ହେବାକୁ ଥିବାରୁ ଚାଷୀକୁଳ ଖୁସି ଅଛନ୍ତି। ବର୍ଷା ହୋଇ ନ ଥିଲେ ଜିଲାରେ ଏକ ପ୍ରକାର ମରୁଡ଼ି ହୋଇଥାନ୍ତା ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଜିଲାରେ ୧ ଲକ୍ଷ ୩୪ ହଜାର ହେକ୍ଟର ଜମି ରହିଥିବା ବେଳେ ସେଥିମଧ୍ୟରୁ ଚଳିତ ଖରିଫ ଋତୁରେ ୧ ଲକ୍ଷ ୩ ହଜାର ହେକ୍ଟର ଜମିରେ ଚାଷ କରାଯାଇଛି। ସରକାରଙ୍କ ପକ୍ଷରୁ ମାତ୍ର ୨୬,୪୪୩ ହେକ୍ଟର ଜମିରେ ଜଳସେଚନର ବନ୍ଦୋବସ୍ତ କରାଯାଇଛି। ଏତେ କମ୍‌ ଜମିରେ ଜଳସେଚନ ବନ୍ଦୋବସ୍ତ କରାଯାଇଥିବାରୁ ଧାନ ଚାଷ ଲାଗି ବର୍ଷା ଉପରେ ଚାଷୀମାନେ ନିର୍ଭର କରୁଛନ୍ତି। ଚଳିତ ବର୍ଷ ଜିଲାରେ ୪୪୩୭ କୁଇଣ୍ଟାଲ ବିହନ ଚାଷୀମାନଙ୍କୁ ସବ୍‌ସିଡିରେ ବଣ୍ଟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

ସରକାରୀ କଟକଣା ମାନୁନାହାନ୍ତି ଅଧିକାରୀ

ଓଡ଼ଗାଁ,୨୧ା୪ (ଆଦର୍ଶ କୁମାର ପଟ୍ଟନାୟକ)ସକାଳ ୮ଟାରୁ ପ୍ରଚଣ୍ତ ଖରାରେ ସିଝୁଛି ସାରା ଓଡ଼ିଶା। ଏଥିରୁ ନୟାଗଡ଼ ଜିଲା ଓଡ଼ଗାଁ ବାଦ ଯାଇନି। ଏପଟେ ରାଜ୍ୟ ସରକାର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପ୍ରାର୍ଥୀ ଚୟନରେ ବିଳମ୍ବ, ଫାଇଦା ଉଠାଉଛି ଭାଜପା

ନୟାଗଡ଼/ଭାପୁର,୧୮।୪(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ନୟାଗଡ଼ ଜିଲାର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିନି। ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଉ ନ ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri