ସ୍ବର ବଦଳାଇଛନ୍ତି ଶାହା; ରାଜ୍ୟ ସଭା ସିଟ୍‌ ପାଇଁ ବିଜେଡି-ଭାଜପା ମଧ୍ୟରେ ଡିଲ୍‌ ହୋଇଛି: ସୁର

ଭୁବନେଶ୍ୱର,୨୯ା୨(ବ୍ୟୁରୋ): ଗତ ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାଜପା ପୋଡ଼ା ଟ୍ରାନ୍ସଫର୍ମର କହିଥିଲା। ଏପରିକି ଭାଜପାର କେନ୍ଦ୍ରୀୟ ନେତା ଯେବେ ବି ଓଡ଼ିଶା ଆସନ୍ତି, ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରନ୍ତି। ନବୀନଙ୍କ ବିରୋଧରେ କଟାକ୍ଷ କରନ୍ତି। ଏବେ କିନ୍ତୁ ସେହି ସ୍ବର ବଦଳି ଯାଇଥିବା କହିଛନ୍ତି ଶନିବାର ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ।

ସୁର କହିଛନ୍ତି, ଶାହା ସର୍ବଦା ନବୀନଙ୍କୁ ସମାଲୋଚନା କରିଆସୁଥିଲେ। ଖଣ୍ଡଗିରିରେ ହୋଇଥିବା ସଭାରେ ନବୀନଙ୍କୁ ପୋଡ଼ା ଟ୍ରାନ୍ସଫର୍ମର ମଧ୍ୟ କୁହାଯାଇଥିଲା। ହେଲେ ଏବେ ଶାହା ସ୍ବର ବଦଳାଇଛନ୍ତି। ଏଥିରୁ ରାଜ୍ୟ ସଭା ସିଟ୍‌ ଲାଗି ଶାହା ଓଡ଼ିଶା ଆସିଥିବା ସ୍ପଷ୍ଟ ହେଉଛି। ଏ ନେଇ ବିଜେଡି-ଭାଜପା ମଧ୍ୟରେ ଡିଲ୍‌ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି।