Posted inଜାତୀୟ

ସ୍ବରେଜ୍‌ ଗ୍ୟାସ୍‌ରେ ଜଳୁଛି ରୋଷେଇ ଘରେ ଚୁଲି

ନୂଆଦିଲ୍ଲୀ, ୧୦।୮: ଅସୁବିଧା ହିଁ ନୂଆ ଆବିଷ୍କାର ପାଇଁ ପ୍ରେରଣା ଦେଇଥାଏ। ଏହା ଦିଲ୍ଲୀର ଗାଜିଆବାଦ୍‌ରେ ବାସ କରୁଥିବା ୭ ଜଣ ଉଦ୍ୟମୀଙ୍କ ଲାଗି ସତ୍ୟରେ ପରିଣତ ହୋଇଛି। ଏଠାରେ ଏହି ୭ଜଣଙ୍କ ପ୍ରୟାସରେ ସ୍ବରେଜ୍‌ ଗ୍ୟାସ୍‌ରୁ ରୋଷେଇ ଘରେ ଚୁଲି ଜଳିପାରୁଛି। ସ୍ଥାନୀୟ ବୃଜ୍‌ ବିହାର ଅଞ୍ଚଳରେ ବାସ କରୁଥିବା ୫୮ ବର୍ଷ ବୟସ୍କ ଇଞ୍ଜିନିୟର ହେମନ୍ତ ଭରଦ୍ୱାଜଙ୍କ ନେତୃତ୍ୱରେ ଅନ୍ୟ ୬ ଜଣ ସ୍ବରେଜ୍‌ରୁ ଗ୍ୟାସ୍‌ ପ୍ରସ୍ତୁତ କରି ଏଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ନାମରେ ଅଟଳ ଜ୍ୟୋତି ପ୍ରଜ୍ଜଳିତ କରିଛନ୍ତି। ଏହା ସହିତ କେତେକ ପରିବାରକୁ ଏହି ଗ୍ୟାସ୍‌ କନେକସନ୍‌ ଦିଆଯାଇଛି। ପ୍ରତି ରବିବାର ଏଠାରେ ଗରିବ ପିଲାଙ୍କ ପାଇଁ ଖାଦ୍ୟ ରନ୍ଧା ଯାଇ ବଣ୍ଟନ କରାଯାଇଥାଏ। ୧୯୯୬ରେ ହେମନ୍ତ ଏଠାକୁ ରହିବାକୁ ଆସିଥିଲେ। ତେବେ ସ୍ବରେଜ୍‌ରୁ ସୃଷ୍ଟି ହେଉଥିବା ଦୁର୍ଗନ୍ଧ ଗ୍ୟାସ୍‌ରେ ଏଠାରେ ରହିବା ସମ୍ଭବପର ନ ଥିଲା। ମାତ୍ର ସେ ହାର୍‌ ମାନି ନ ଥିଲେ। ଏଥିରେ ତାଙ୍କ ଦୁଇ ପୁଅ ହେମନ୍ତଙ୍କୁ ସହଯୋଗ କରିଥିଲେ। ହେମନ୍ତଙ୍କ ଏହି କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ମଧ୍ୟ ପ୍ରଶଂସା କରି ସାରିଛନ୍ତି। ହେମନ୍ତ ୟୁଟ୍ୟୁବ୍‌ରୁ ନାଳ ପାଣିରୁ ଗ୍ୟାସ୍‌ ପ୍ରସ୍ତୁତ କରିବାର ପ୍ରଣାଳୀ ସମ୍ପର୍କରେ ଶିକ୍ଷା ଲାଭ କରିଥିଲେ। ପରବର୍ତ୍ତୀ ସମୟରେ ହେମନ୍ତଙ୍କୁ ଏଥିରେ ରାମ ନିବାସ, ବୀରନ୍ଦ୍ର ନୈଟିୟାଲ, ବସନ୍ତ ଲାଲ୍‌, ଦେବ ନୈଟିୟାଲ୍‌, ବୋବି ତ୍ୟାଗୀ ଏବଂ ପ୍ରଦୀପ ଗୁପ୍ତା ପ୍ରମୁଖ ସହାୟତା କରିଥିଲେ। ସେମାନେ ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଏହା କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri