ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ପଦଯାତ୍ରା:ବୁଲିଲେଣି ୫୦୦୦ରୁ ଊର୍ଦ୍ଧ୍ୱ କି.ମି.

ବ୍ରହ୍ମପୁର ଅଫିସ,୨୬।୪-ଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ସହ ଲୋକଙ୍କୁ ସଚେତନ ନେଇ ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଭାଗବନ ସିନ୍ଧଳା ଗ୍ରାମର ସତ୍ୟବ୍ରତ ଦାସ ପଦଯାତ୍ରାରେ ଓଡିଶା ଭ୍ରମଣରେ ବାହାରି ସୋମବାର ବ୍ରହ୍ମପୁରରେ ପହଞ୍ଚିଛନ୍ତି। ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳ ବୁଲି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ସହ ମହାନଦୀ ଜଳ ସମସ୍ୟାର ସମାଧାନ, ପୋଲାଭରାମ୍‌ ପ୍ରକଳ୍ପ ଦ୍ବାରା ମାଲକାନଗିରି ଜିଲାର ୨୧ ପଞ୍ଚାୟତ ଜଳମଗ୍ନ ସମସ୍ୟା ସମ୍ପର୍କରେ ସହରବାସୀଙ୍କୁ ସଚେତନ କରିଥିଲେ। ସେ ମଙ୍ଗଳବାର ବ୍ରହ୍ମପୁରରୁ ଛତ୍ରପୁର ଯାଇ ସେଠାରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିବେ ବୋଲି କହିଛନ୍ତି ।
ସୂଚନା ପ୍ରକାରେ, ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ସହ ମହାନଦୀ ଜଳ ସମସ୍ୟାର ସମାଧାନ, ପୋଲାଭରମ୍‌ ପ୍ରକଳ୍ପ ଯୋଗୁ ମାଲକାନିଗିରି ଜିଲାର ୨୧ ପଞ୍ଚାୟତ ଜଳମଗ୍ନ ହେବାକୁ ଥିବା ନେଇ ଓଡିଶାବାସୀଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରି ୨୦୧୯ ଜୁଲାଇ ୧୦ରେ ସତ୍ୟବ୍ରତ ଯାଜପୁର ଜିଲା ବଡଚଣା ବ୍ଲକରୁ ପଦଯାତ୍ରା ଆରମ୍ଭ କରିଥିଲେ। ସେ ରାଜ୍ୟର ୩୧୪ ବ୍ଲକକୁ ଯାଇ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିଲେ। ବର୍ତ୍ତମାନ ସୁଦ୍ଧା ସେ ୫୦୦୦ ରୁ ଊଦ୍ଧର୍‌ବ କି.ମି.ପଥ ଅତିକ୍ରମ କରିଥିଲା ବେଳେ ରାଜ୍ୟର ୧୭୫ ବ୍ଲକ ଅଞ୍ଚଳରେ ପଦଯାତ୍ରା କରି ଏ ଦିଗରେ ସଚେତନତା ସୃଷ୍ଟି କରିଛନ୍ତି। ଇତିମଧ୍ୟରେ ସେ ୧୨ ଜିଲା ଅତିକ୍ରମ କରିବା ସହ ବିଡ଼ିଓଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିବା କହିଛନ୍ତି । ୨୦୨୦ ସୁଦ୍ଧା ପଦଯାତ୍ରା ଶେଷ ନେଇ ଲକ୍ଷ୍ୟ ରଖିଛନ୍ତି ।