ସ୍ପଷ୍ଟ କଲା ସାଧାରଣ ପ୍ରଶାସନ ବିଭାଗ: ମାସର ଦ୍ୱିତୀୟ ଶନିବାର ବି ଛୁଟି ରହିବ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ପୂର୍ବଭଳି ମାସର ଦ୍ୱିତୀୟ ଶନିବାର ସରକାରୀ ଛୁଟି ଦିବସ ରହିବ। ଏ ନେଇ ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରି ସ୍ପଷ୍ଟ କରାଯାଇଛି। ଏଥିସହିତ ପ୍ରତ୍ୟେକ ମାସର ଚତୁର୍ଥ ଶନିବାର ମଧ୍ୟ ଛୁଟିି ରହିବ। ତେବେ ଚତୁର୍ଥ ଶନିବାର ପ୍ରତ୍ୟେକ ବିଭାଗୀୟ ଦପ୍ତର ସକାଳ ୧୦ଟାରୁ ୧ଟା ୩୦ ମିନିଟ ଯାଏ ଖୋଲା ରହିବ। ଏହି ସମୟରେ ପ୍ରଶାସନିକ କାର୍ଯ୍ୟରେ ୫-ଟି (ଟେକ୍ନୋଲୋଜି, ଟିମ୍‌ଓ୍ବାର୍କ, ଟ୍ରାନ୍ସପାରେନ୍ସି, ଟାଇମ ଓ ଟ୍ରାନ୍ସଫରମେଶନ)କୁ କର୍ମଚାରୀମାନେ କିଭଳି ପାଳନ କରୁଛନ୍ତି ସେନେଇ ପ୍ରଶିକ୍ଷଣ ଶିବିର କିମ୍ବା କର୍ମଶାଳାମାନ ଆୟୋଜନ କରାଯିବ। ରାଜ୍ୟର ବିକାଶ କ୍ଷେତ୍ରରେ କର୍ମଚାରୀମାନେ ଏହି କର୍ମଶାଳାରେ ନିଜର ସୁଚିନ୍ତିତ ମତାମତ ଦେଇପାରିବେ। ପ୍ରଶାସନିକ କାର୍ଯ୍ୟକୁ ଚଳଚଞ୍ଚଳ କରିବାକୁ ଏଭଳି କରାଯାଇଛି।