ସ୍ପନ୍ଦନ କର୍ମଚାରୀଙ୍କଠାରୁ ୩୧ହଜାର ଲୁଟ୍‌

ରୂପ୍‌ସା,୧୭।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବସ୍ତା ଥାନା ଅମର୍ଦ୍ଦାରୋଡ଼ ବରୁଣଗଡ଼ିଆ ମଝି ୬୦ନମ୍ବର ଜାତୀୟ ରାଜପଥରୁ ମଙ୍ଗଳବାର ସ୍ପନ୍ଦନ ଫାଇନାନ୍ସ କର୍ମଚାରୀଙ୍କଠାରୁ ୩୧ହଜାର ଟଙ୍କା ଲୁଟ୍‌ ହୋଇଛି। ପୋଲିସ ଏ ସଂକ୍ରାନ୍ତରେ ବସ୍ତା ଥାନାରେ ଏକ ମାମଲା (ନଂ. ୨୪୬/୧୯) ରୁଜୁ କରି ତଦନ୍ତ କରୁଛି।
ଖଇରା ଥାନା ଅଞ୍ଚଳର କ୍ଷୀରୋଦ କୁମାର ଜେନା ଏହି ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରନ୍ତି। ସେ ସ୍ଥାନୀୟ ମହିଳା ଗୋଷ୍ଠୀଙ୍କଠାରୁ ମାସିକ କିସ୍ତି ଓ ଋଣ କିସ୍ତି ଆଦାୟ କରି ବାଲେଶ୍ୱର ଅଫିସ ଫେରୁଥିଲେ। ଏକ ବାଇକ୍‌ରେ ୨ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରି ୩୧ହଜାର ଟଙ୍କା ଲୁଟ୍‌ କରି ଚମ୍ପଟ ମାରିଥିଲେ। ଏହାପରେ କର୍ମଚାରୀ ଜଣକ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତନାଘନା ଆରମ୍ଭ କରିଛି।